ନିଜ ବଲିଉଡ କ୍ୟାରିୟରକୁ ନେଇ ମୁଁହ ଖୋଲିଲେ ରୀୟାନା ଶୁକ୍ଳା , ଓଡ଼ିଶାର ଝିଅ ବୋଲି ….

ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ ରହିଥାଏ ଆଉ ସମସ୍ତେ ନିଜ ନିଜ ଦୁନିଆଁରେ ଆଗକୁ ବଢ଼ିବାକୁ ଚାହିଁଥାଆନ୍ତି । ସମସ୍ତଙ୍କ ପସନ୍ଦ ଆଉ ନା ପସନ୍ଦ ମଧ୍ୟରେ ଏପରି ଅନେକ ଜିନିଷ ରହି ଯାଇଥାଏ , ଯାହା ଦୁନିଆଁର ଲୋକଙ୍କୁ ପସନ୍ଦ ହୋଇ ନଥାଏ । କିନ୍ତୁ କୁହାଯାଏ ନା ଯଦି ସବୁ ଜିନିଷ ଆଗକୁ ନେଇ ବଢ଼ିବେ ତେବେ କେବେ ଆପଣ ଆଗକୁ ଯାଇପାରିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ଏପରି ଅନେକ ଲୋକ ଅଛନ୍ତି , ଯାହାଙ୍କୁ ଏ ଦୁନିଆଁ ଆଉ ଏ ସମାଜ କେବେ ବି ଗ୍ରହଣ କରି ପାରି ନାହିଁ । ତାଙ୍କୁ ଲୋକ ଛୋଟ ଆଉ ନୀଚ୍ଚ ଦେଖାଇବା ଆରମ୍ଭ କରି ଦେଇଥାନ୍ତି ଆଉ ତାଙ୍କ ବେଶ ଭୂଷା ଉପରେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଥାନ୍ତି । ତେବେ ଏହାରି ମଧ୍ୟରେ ଦୁନିଆଁ ଯେତେ ଆଗକୁ ଗଲେ ମଧ୍ୟ ଲୋକଙ୍କ ଚିନ୍ତାଧାରା ସେହି ପଛରେ ହିଁ ରହିଯାଇଛି ।

ଲୋକେ ସେହି ଛୋଟ ଭାବିବା ହିଁ ଆରମ୍ଭ କରି ଦେଇଥାନ୍ତି । ଗୋଟିଏ ଝିଅ ଘରୁ ବାହାରିଲେ ଲୋକେ ହଜାରେ କଥା କହିବା ଆରମ୍ଭ କରି ଦେଇଥାନ୍ତି ଆଉ ତାର ପୋଷାକ ଉପରେ ବିଶେଷ କରି ଅନେକ ଖରାପ କ-ମେଣ୍ଟ ରହିଥାଏ । ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ସମୟରେ ଏପରି କଥା ଉପରେ ମୁଁହ ଖୋଲିଛନ୍ତି ଓଡ଼ିଶାର ଝିଅ ତଥା ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ରିୟାନା ଶୁକ୍ଳା । ତାଙ୍କ କହିବା ଅନୁଯାୟୀ , ସେ ଅନେକ ବର୍ଷ ହେଲାଣି ଓଡ଼ିଶାରେ ରହିବା ଛାଡି ଦେଇଛନ୍ତି ଆଉ ବଲିଉଡ଼ ତାଙ୍କର ଘର ପାଲଟି ଯାଇଛି । ସେ ପ୍ରାୟତଃ ସେଠାରେ ରହିଥାନ୍ତି । ତେବେ ଲୋକେ ଏହାକୁ ଗ୍ରହଣ କରିପାରନ୍ତି ନାହିଁ । ଲୋକେ ଏହାକୁ ନେଇ ଅନେକ କଥା କହିଥାନ୍ତି । କିନ୍ତୁ ସେତେବେଳେ ସେ ଲୋକଙ୍କ କଥା ଶୁଣିବା ଛାଡି ଦିଅନ୍ତି । କାହିଁକି ନା ସେମାନେ କେବେ ତାଙ୍କୁ ନିଜ ଜୀବନରେ ପରିଶ୍ରମ କରିବା ଦେଖି ନାହାଁନ୍ତି ।

ସେ ଜାଣିଛନ୍ତି ନିଜ ପାଇଁ ସେ କେତେ କଣ କରିଛନ୍ତି ଆଉ କେତେ ପରିଶ୍ରମ କରିବା ପରେ ସେ ଆଜି ଯାଇ ଏପରି ଜାଗାରେ ପହଞ୍ଚି ଯାଇଛନ୍ତି , ଯେଉଁଠି ତାଙ୍କୁ ବର୍ତ୍ତମାନ ସମୟରେ ସବୁକିଛି ମିଳି ଯାଇଛି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ବଲିଉଡର କାମ କରିବା ଏତେ ସହଜ ନୁହେଁ । ନିଜ ଦେହ ଦେଖାଇବା ଆଉ ଏପରି ପୋଷାକ ପିନ୍ଧିବା କେବେ ବି ସହଜ ନୁହେଁ , ଯାହାକୁ ଆପଣ କେବେ ବି ଆଗରୁ ପିନ୍ଧି ନଥିବେ । କିନ୍ତୁ ସମୟ ଆଉ ପରିସ୍ଥିତି ମଣିଷକୁ ଏପରି କରିବା ପାଇଁ ବାଧ୍ୟ କରିଥାଏ । ଆଉ ନିଜ ଜୀବନରେ ଲକ୍ଷ୍ୟ ହାସଲ କରିବା ପାଇଁ ମଧ୍ୟ ମଣିଷକୁ ଏପରି କରିବାକୁ ପଡ଼ିଥାଏ । ଆଉ ସେ ସେହା ହିଁ କରିଛନ୍ତି , ଯାହାକୁ ସେ ନିଜ ଜୀବନରେ କରିବା ପାଇଁ ଚାହୁଁଥିଲେ । ଆଉ ନିଜ ଲକ୍ଷ୍ୟ ସ୍ଥଳରେ ବର୍ତ୍ତମାନ ସେ ପହଞ୍ଚି ଯାଇଛନ୍ତି ।

ତେବେ ଏସବୁ ମଧ୍ୟରେ ନିଜକୁ ଖାପ ଖୁଆଇବା ପାଇଁ ତାଙ୍କୁ ପ୍ରାୟତଃ ପାଞ୍ଚ ବର୍ଷ ସମୟ ଲାଗିଥିଲା । ଆଉ ସେଥିପାଇଁ ସେ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲେ । ଅନ୍ୟ ପକ୍ଷରେ ନିଜ ଜୀବନ ସାଥିଙ୍କ ବିଷୟରେ କହିବାରୁ ସେ କହିଛନ୍ତି କି , ଜୀବନସାଥି କଥା ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭାବି ନାହାଁନ୍ତି । ବର୍ତ୍ତମାନ ସେ ସବୁ ପାଇଁ ସେ ନିଜେ ପ୍ରସ୍ତୁତ ନାହାଁନ୍ତି । ଯଦି କେବେ ତାଙ୍କୁ ଠିକ୍ ଠାକ୍ ଲାଗିବ ଆଉ ତାପରେ ଯାଇ ସେ ନିଜ ଜୀବନସାଥି ବାଛିବେ । ଆଉ ଜୀବନରେ ଆଗକୁ ବଢ଼ିବେ । କିନ୍ତୁ ବର୍ତ୍ତମାନ ସମୟରେ ଏମିତି ହିଁ ତାଙ୍କ ଜୀବନ ଠିକ୍ ଚାଲିଛି । ଏଥିରେ ତାଙ୍କର କିଛି ଅସୁବିଧା ନାହିଁ । ଯେମିତି ହେଲେ ବି ସେ ଆଗକୁ ବଢିଛନ୍ତି । ଆଉ ଲୋକଙ୍କ କଥା କେବେ ସେ ଶୁଣି ନାହାଁନ୍ତି । ଆଉ କେବେ ବି ମୁଣ୍ଡରେ ଲୋକ କଥା ନ ପୁରାଇବା ପାଇଁ ସେ ସମସ୍ତଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *