180 ଟଙ୍କା EMI ରେ ପାଆନ୍ତୁ ଏହି 4 ବ୍ଲେଡ୍ ହାଇ ସ୍ପିଡ୍ ସିଲିଂ ଫ୍ୟାନ୍, 3 ବର୍ଷର ୱାରେଣ୍ଟି ସହିତ…

ଭାରତ ଏକ ଏଭଳି ଦେଶ ଯେଉଁଠାରେ ଘରେ ଘରେ ସିଲିଂ ଫ୍ୟାନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଟେ । ଏହି ଗ୍ରୀଷ୍ମ ପ୍ରବାହରେ ଫ୍ୟାନ ବିନା ରହିବା କଳ୍ପନା ମଧ୍ୟ କରିପାରିବା ନାହିଁ । ବାସ୍ତବରେ, ଏହି ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସମସ୍ତେ ମଧ୍ୟ ଏୟାର କଣ୍ଡିସନର ବ୍ୟବହାର ରହିପାରିବେ ନାହିଁ । କାରଣ ଏଗୁଡ଼ିକ କେବଳ ମହଙ୍ଗା ନୁହେଁ ବରଂ ପ୍ରତିବର୍ଷ ଏହାର ରକ୍ଷଣାବେକ୍ଷଣର ମଧ୍ୟ ଆବଶ୍ୟକତା ପଡ଼ିଥାଏ । ଏୟାର କଣ୍ଡିସନର ଯୋଗୁଁ ଇଲେକ୍ଟ୍ରିକ୍ ବିଲ୍ ମଧ୍ୟ ବୃଦ୍ଧି ପାଇଥାଏ । ସେଥିପାଇଁ ଭାରତର ଅଧିକାଂଶ ଲୋକ ଏୟାର କଣ୍ଡିସନର ବଦଳରେ ସିଲିଂ ଫ୍ୟାନକୁ ପସନ୍ଦ କରନ୍ତି । ଏଗୁଡିକୁ ଲଗେଇବା ଏବଂ ରକ୍ଷଣାବେକ୍ଷଣ କରିବା ମଧ୍ୟ ସହଜ ।

ସବୁଠୁ ଭଲ କଥା ହେଉଛି ଯେ ଏହି ଫ୍ୟାନ କୁ ବର୍ଷରେ ଯେକୌଣସି ସମୟରେ ବିନା ଚିନ୍ତା ରେ ବ୍ୟବହାର କରିପାରିବେ। ସାଧାରଣତଃ ଲୋକମାନେ 3 ବ୍ଲେଡ୍ ବାଲା ଫ୍ୟାନ୍ କିଣନ୍ତି, କିନ୍ତୁ ଯଦି ଆପଣ ଭଲ ପବନ ସହିତ ଅଧିକ ସ୍ପିଡ୍ ଚାହୁଁଛନ୍ତି, ତେବେ 4 ବ୍ଲେଡ୍ ବାଲା ସିଲିଂ ଫ୍ୟାନ୍ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହେବ । ଏହି ସିଲିଂ ଫ୍ୟାନ୍ ର ମୂଲ୍ୟ ମଧ୍ୟ ଅଧିକ ନୁହେଁ । ଆପଣ ଏହାକୁ ପ୍ରାୟ 180 ଟଙ୍କା ମୂଲ୍ୟର EMI ରେ ମଧ୍ୟ ଘରକୁ ଆଣିପାରିବେ ।

ଭାରତୀୟ ବଜାରରେ ଯୁପିଟର୍ କ୍ୱାଡକୋପଟର 5 ଷ୍ଟାର ବିଜୁଳି ସଞ୍ଚୟକାରୀ ସିଲିଂ ଫ୍ୟାନ ମିଳୁଛି । ଏହା ବାଦାମୀ ରଙ୍ଗରେ ଆସିଥାଏ ଏବଂ ଏହାକୁ ତିଆରି କରିବାପାଇଁ ଆଲୁମିନିୟମ ସାମଗ୍ରୀର ବ୍ୟବହାର କରାଯାଇଛି । ସିଲିଂ ଫ୍ୟାନ୍ ରେ ଚାରୋଟି ବ୍ଲେଡ୍ ଅଛି ଏବଂ ଏହାର ଡିଜାଇନ୍ ସୁନ୍ଦର ହୋଇଛି । ସବୁଠୁ ଭଲ କଥା ଟି ଏହା ଯେ ଆପଣ ଏହାକୁ ରିମୋଟ୍ କଣ୍ଟ୍ରୋଲର୍ ସାହାଯ୍ୟରେ ପରିଚାଳନା କରିପାରିବେ । ଖାସ୍ କରି ଆପଣ ଯେତବେଳେ ଶୋଇଥିବେ ସେ ସମୟରେ ଆପଣଙ୍କୁ ଉଠିବାର ଆବଶ୍ୟକତା ନାହିଁ । ଯଦି ଆପଣ ରାତିରେ ଥଣ୍ଡା ଅନୁଭବ କରନ୍ତି, ତେବେ ରିମୋଟ କଣ୍ଟ୍ରୋଲର ସାହାଯ୍ୟରେ ଫ୍ୟାନ୍ ର ସ୍ପିଡ କୁ କମେଇଦେବେ ।

ଏହା ଏକ ସ୍ମାର୍ଟ ମୋଟର ସହିତ ଆସିଥିବାରୁ,ଉତ୍ତମ ଥଣ୍ଡା ପ୍ରଦାନ କରିଥାଏ । ଏହା ମଧ୍ୟ ବହୁତ୍ କମ୍ ସାଉଣ୍ଡ କରିଥାଏ । ବ୍ଲେଡ୍ ଗୁଡିକୁ ବହୁତ ଯତ୍ନର ସହିତ ତିଆରି କରାଯାଇଛି, ତେଣୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଛି । ଆମାଜନରେ ଏହାର ମୂଲ୍ୟ ବର୍ତମାନ 3,599 ଟଙ୍କା ରହିଛି । ଏହାକୁ ଆପଣ 169 ଟଙ୍କା ମାସିକ EMI ରେ ମଧ୍ୟ କିଣି ପାରିବେ । କମ୍ପାନୀ ଏହା ଉପରେ 3 ବର୍ଷର ୱାରେଣ୍ଟି ମଧ୍ୟ ଦେଇଛି ।

ଆଉ ଏକ ହାଭେଲ୍ସ ଲେଗାନଜା 1200 ମିଲିମିଟର ସିଲିଂ ଫ୍ୟାନ୍ ଅଛି । ହାଭେଲ୍ସ କେବଳ ଉନ୍ନତ ସିଲିଂ ଫ୍ୟାନ ତିଆରି କରିବାରେ ଲୋକପ୍ରିୟ ନୁହେଁ ବରଂ ଏହି ବ୍ରାଣ୍ଡର ଅନେକ ଘରୋଇ ଉପକରଣ ମଧ୍ୟ ମିଳିଥାଏ । ଏହି ଫ୍ୟାନ୍ ଗୋଲ୍ଡ ଏବଂ ବ୍ରୋଞ୍ଜ୍ ରଙ୍ଗ ମିଶ୍ରଣରେ ମିଳିଥାଏ । ସାଧାରଣତଃ ପିତ୍ତଳ ରଙ୍ଗର ଫ୍ୟାନ୍ ଉପରେ ସୁନା ରଙ୍ଗର ସାଜସଜ୍ଜା ଏହାକୁ ଅତି ଆକର୍ଷଣୀୟ ଏବଂ ଷ୍ଟାଇଲିସ୍ କରିଛି । ଏହା ଚାରୋଟି ବ୍ଲେଡ୍ ବାଲା ସିଲିଂ ଫ୍ୟାନ୍ ହୋଇଥିବାରୁ ଏଥିରେ ଅଧିକ ପବନ ହୋଇଥାଏ ।

ବ୍ଲେଡର ଲମ୍ବ 48 ଇଞ୍ଚ ଏବଂ ଏହା 1200 ମିଲିମିଟର ସୁଇପ୍ ଯୋଗାଇଥାଏ । ଏହା ମେଟାଲିକ୍ ଫିନିଶ୍ ସହିତ ଆସୁଥିବାରୁ, ଏହା ଅତି ସୁନ୍ଦର ଦେଖାଯାଇଥାଏ । ଏହି ଫ୍ୟାନ୍ 65 ବର୍ଗଫୁଟରୁ 100 ବର୍ଗଫୁଟ ରୁମ୍ ପାଇଁ ପୁରା ଉପଯୁକ୍ତ । ଏହାର ବାୟୁ ବିତରଣ ହେଉଛି 230 MM ଏବଂ ସ୍ପିଡ୍ଡ ହାର ହେଉଛି 350 RPM । ଏହି ସିଲିଂ ଫ୍ୟାନ୍ ଦୁଇ ବର୍ଷର ୱାରେଣ୍ଟି ସହିତ ଆସୁଛି । ବର୍ତମାନ ଏହି ଫ୍ୟାନ ର ମୂଲ୍ୟ 3,999 ଟଙ୍କା ରହିଛି । ଏହାକୁ ଆପଣ ମାସିକ 188 ଟଙ୍କା EMI ରେ ମଧ୍ୟ କିଣି ପାରିବେ । କମ୍ପାନୀ ଏହି ଫ୍ୟାନ ଉପରେ 2 ବର୍ଷର ୱାରେଣ୍ଟି ଦେଇଛି ।

ଯଦି ଆପଣ ଏକ 4-ବ୍ଲେଡ୍ ବିଶିଷ୍ଟ ସିଲିଂ ଫ୍ୟାନ୍ କିଣିବାକୁ ଚାହାଁନ୍ତି ଯାହା ଆଣ୍ଟି-ଡଷ୍ଟ ଫିଚର୍ ସହିତ ଆସେ, ତେବେ ଆପଣ ଏହାକୁ ମଧ୍ୟ କିଣିପାରିବେ । ଏହା ଏକ ଶକ୍ତି ଦକ୍ଷ ସିଲିଂ ଫ୍ୟାନ୍, ବିଲଡସି ମୋଟର ଏବଂ ବିଇଈ 5 ଷ୍ଟାର ରଟିଂ ସହିତ ଆସିଥାଏ । ଏହା ଉଚ୍ଚ ବେଗରେ ମାତ୍ର 28W ଖର୍ଚ୍ଚ କରେ, ଏହା 150-300V ର ଇନପୁଟ୍ ଭୋଲଟେଜ୍ ସହିତ ସମାନ ବେଗରେ ଚଲିଥାଏ । ନିୟମିତ ଫ୍ୟାନ୍ ତୁଳନାରେ ଏହା 65 ପ୍ରତିଶତ କମ୍ ଶକ୍ତି ଖର୍ଚ୍ଚ କରୁଛି ବୋଲି କମ୍ପାନୀ ଦାବି କରିଛି ।

କେବଳ ଏତିକି ନୁହେଁ, ଏହା ସାଧାରଣ ଇନଡକ୍ସନ୍ ଫ୍ୟାନ୍ ଅପେକ୍ଷା ଇନଭର୍ଟର ବ୍ୟାଟେରୀରେ ତିନି ଗୁଣ ଅଧିକ ସମୟ ଚାଲିଥାଏ । ଏହାର ସାଉଣ୍ଡ ମଧ୍ୟ ବହୁତ୍ କମ୍ । ଏହା ରିମୋଟ୍ କଣ୍ଟ୍ରୋଲ୍ ସହିତ ଆସୁଥିବା ସହିତ ଏଥିରେ ଟର୍ବୋ, ବ୍ରେଜ୍, ସ୍ଲିପ, ସ୍ପିଡ୍ କଣ୍ଟ୍ରୋଲ୍ ଏବଂ ଅଟୋ ମୋଡ୍ ଭଳି ଫିଚର୍ ମଧ୍ୟ ରହିଛି । ଏହାର ପବନ 230 cpm ଏବଂ ସର୍ବାଧିକ ସ୍ପୀଡ 365 rpm ରହିଛି । ଆମାଜନରେ ଏହି ଫ୍ୟାନ ର ମୂଲ୍ୟ 3,899 ଟଙ୍କା ରହିଛି । ଏହାକୁ ଆପଣ 188 ଟଙ୍କା ମାସିକ EMI ରେ ମଧ୍ୟ ଘରକୁ ଆଣିପାରିବେ । କମ୍ପାନୀ ଏହା ଉପରେ 3 ବର୍ଷ ୱାରେଣ୍ଟି ଦେଉଛି ।

Leave a Reply

Your email address will not be published. Required fields are marked *