ଅଟୋବାଲାର ଗୋଡ଼ ଧରି ପକାଇଲେ ମହିଳା । ହଜିଥିବା ସୁନା ଭର୍ତ୍ତି ବ୍ୟାଗ ପାଇ କହିଲେ ” ଆପଣ ମୋ ପାଇଁ ଭଗବାନ ।

କାଲି ହଜି ଯାଇଥିବା ସୁନା ଭର୍ତ୍ତି ବ୍ୟାଗକୁ ଆଜି ମହିଳା ଏବଂ ତାଙ୍କ ଭାଇ ଫେରି ପାଇଛନ୍ତି । ତାହା ପୁଣି ଏହି ଅଟୋ ଡ୍ରାଇଭରଙ୍କ ପାଇଁ ସମ୍ଭବପର ହୋଇ ପାରିଛି । ନିଜର ହଜି ଯାଇଥିବା ସୁନା ବ୍ୟାଗକୁ ପାଇବା ପରେ ମହିଳା ଜଣକ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି । ମହିଳା ଜଣକ ନିଜ ଜିନିଷ ଫେରି ପାଇବା ପରେ ସେହି ଅଟୋ ଚାଳକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲିର ସେହି ଘଟଣା ଏବଂ ଅଟୋ ଚାଳକଙ୍କର ସେହି ମହନୀୟତା କୌଣସି ଫିଲ୍ମ ସୀନ ଠାରୁ କମ ନୁହେଁ । ଗତକାଲି ଜଣେ ମହିଳା ଅଟୋ ଯୋଗେ ଭଦ୍ରକରୁ ବାଲେଶ୍ୱର ସୋର ଅଭିମୁଖେ ନିଜର ଦୁଇ ପିଲାଙ୍କୁ ନେଇ ଯାଉଥିଲେ । ତାଙ୍କ ସାଥିରେ ଏକ ସୁନା ଭର୍ତ୍ତି ବ୍ୟାଗ ନେଇ ଯାଉଥିଲେ ।

କିନ୍ତୁ ତରତର ଥିବାରୁ ସେ ଭୁଲରେ ସେହି ବ୍ୟାଗକୁ ଅଟୋରେ ଛାଡ଼ି ଦେଇ ଚାଲି ଯାଇଥିଲେ । ଅଟୋରୁ ଓହ୍ଲାଇବାର କିଛି ସମୟ ପରେ ଯେତେବେଳେ ସେ ନିଜ ବ୍ୟାଗକୁ ପାଇ ନଥିଲେ ତାଙ୍କ ମୁଣ୍ଡ ଉପରେ ଯେମିତି ଚଡ଼କ ପଡ଼ି ଯାଇଥିଲା । ଖାଲି ପାଦରେ ମହିଳା ଜଣକ ଏଣେ ତେଣେ ଘୁରି ବୁଲୁଥିଲେ ।

କେମିତି ସେ ନିଜର ସୁନା ଭର୍ତ୍ତି ବ୍ୟାଗ ଖୋଜି ପାଇବେ ସେଥିପାଇଁ ନିଜର ସବୁ ପ୍ରଚେଷ୍ଟା ଲଗାଇ ଦେଇଥିଲେ । ଆଉ ସେହି ସମୟରେ ମହିଳା ଜଣକ ଅଟୋ ଡ୍ରାଇଭରର ମହନୀୟତା ଦେଖିବାକୁ ପାଇଥିଲେ । ଆଉ ସେହି ଅଟୋରେ ହିଁ ତାଙ୍କର ବ୍ୟାଗ ଛାଡ଼ି ଯାଇଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଭଦ୍ରକ ସହରାଞ୍ଚଳ ଥାନାରେ ପହଞ୍ଚି ଅଟୋ ଡ୍ରାଇଭରଙ୍କୁ ଦେଖିବାକୁ ଅପେକ୍ଷା କରି ରହିଥିଲେ ।

ନିଜର ସବୁ ସୁନା ଗହଣା ଫେରି ପାଇବା ସହିତ ଅଟୋ ଚାଳକଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ମହିଳା ଜଣକ ଗତକାଲି ତାଙ୍କ ବ୍ୟାଗ ହଜିବା ପରେ ସିମୁଳିଆ ଥାନାରେ ରିପୋର୍ଟ ମଧ୍ୟ ଲେଖାଇ ଥିଲେ । ସୁଭାସ୍ମିତା ଲେଙ୍କା ନାମକ ଜଣେ ମହିଳା ଗତକାଲି ଶ୍ୱଶୁର ଧର ସୋର ତଳନଗରରୁ ଭଦ୍ରକ ସାବରଙ୍ଗକୁ ଝିଆରୀ ବାହାଘର ପାଇଁ ଆସୁଥିବା ସମୟରେ ଏଭଳି ଏକ ଘଟଣା ଘଟି ଯାଇଥିଲା ।

କିଛି ନିଜସ୍ୱ କାମ ପାଇଁ ଜାମୁଝାଡ଼ି ନିକଟରେ ସେ ଓହ୍ଲାଇ ପଡ଼ିଥିଲେ । କିନ୍ତୁ ପରେ ସେହି ଅଟୋ ଡ୍ରାଇଭର ତାଙ୍କ ସୁନା ଗହଣା ନିଜେ ଫେରାଇ ଦେଇଥିଲେ । ଯେଉଁ କାରଣରୁ ମହିଳା ଜଣକ ଖୁସିରେ କାନ୍ଦି କାନ୍ଦି ତାଙ୍କ ଗୋଡ଼ ମଧ୍ୟ ଧରି ପକାଇ ଥିଲେ । ମହିଳା ଜଣକ କହିଛନ୍ତି ଯେ ସେହ ଅଟୋ ଡ୍ରାଇଭର ଖୁବ ଭଲ ଲୋକ ଏବଂ ତାଙ୍କ ପାଇଁ ଭଗବାନ ତୁଲ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *