ଦେହ ସୁଖ ସରିବା ପରେ ନେଇଗଲା ଜୀବନ, କେବଳ ଦେହ ସୁଖ ପାଇଁ ମୋ ଝିଅ ମଥାରେ ସିନ୍ଦୁର ଦେଇଥିଲା….

ଦୁନିଆରେ ମନୁଷ୍ୟ ଉପରେ ସହଜରେ ବିଶ୍ୱାସ କରିଯିବା ସମ୍ପୂର୍ଣ୍ଣ ଭୁଲ ଅଟେ । କାରଣ ଏମିତି ବିଶ୍ୱାସ କରି କେତେ କେତେ ନିରୀହ ଜୀବନ ଯାଉଛି । ଆଉ ବର୍ତ୍ତମାନ ପାଏଲଙ୍କ ଜୀବନ ମଧ୍ୟ ଚାଲି ଯାଇଛି । ଘରକୁ ଚଳାଇବା ପାଇଁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିଲେ । କାମ ବି ବେଶ ଭଲରେ କରି ମାସ ଶେଷରେ ଘରକୁ ଟଙ୍କା ପଠାଉଥିଲେ ।

ମାତ୍ର ସେଇ ଭିତରେ ଗୋଟିଏ ଅମଣିଷକୁ ବିଶ୍ୱାସ କରି ବସିଲେ ଏବଂ ତାର ପ୍ରେମରେ ପଡ଼ିଗଲେ । ଯାହାର ଫଳ ଆଜି ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି । ତେବେ ସୂଚନା ଅନୁଯାୟୀ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଛି । ଘଟଣାଟି ତାମିଲନାଡୁରେ ଘଟିଛି ମାତ୍ର ମୃତ ମହିଳାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତର ଗୋବିନ୍ଦପୁର ଗାଁରେ ଅଟେ ।

ସୂଚନା ଅନୁଯାୟୀ ଗୋବିନ୍ଦପୁର ଗାଁର ଦୁର୍ଜଧନ ମହନ୍ତଙ୍କ ଝିଅ ପାଏଲ ମହନ୍ତ , ଯାହାଙ୍କ ବୟସ ମାତ୍ର ୨୧ ବର୍ଷ ହେବ ଗତ କିଛି ବର୍ଷ ତଳେ ବାହାର ରାଜ୍ୟକୁ ଅର୍ଥାତ ତାମିଲନାଡ଼ୁକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ । ସେଠାରେ ଏକ ପ୍ରାଇଭେଟ କମ୍ପାନୀ ରାଜ ଏକ୍ସପୋର୍ଟରେ କାମ କରୁଥିଲେ । ତେବେ କାମ କରି ଘରକୁ ଟଙ୍କା ମଧ୍ୟ ପଠାଉଥିଲେ । ସେହି ଟଙ୍କାରେ ତାଙ୍କ ପରିବାର ଚଳୁଥିଲା । ତେବେ ବର୍ଷେ ହେବ ପାଏଲ ନୟାଗଡ଼ ଜିଲ୍ଲାର ପ୍ରମୋଦ ବେହେରାଙ୍କ ପ୍ରେମରେ ପଡ଼ିଥିଲେ । ଯାହାର ଡାକ ନାମ ହେଉଛି ରାଜୁ । କିଛିଦିନ ସୁଖରେ ବିତିବା ପରେ ଦୁଃଖର ପାହାଡ଼ ଯେମିତି ଲଦି ହେଇ ପଡ଼ିଥିଲା । ପ୍ରେମ ସମୟରେ ରାଜୁ ବହୁତ ଭଲ ଥିଲା । ମାତ୍ର ବିବାହର କିଛିଦିନ ପରେ ରାଜୁ ସୈତାନ ସାଜି ଯାଇଥିଲା । ପ୍ରତ୍ୟେକ ଦିନ ରାଜୁ ପାଏଲକୁ କଷ୍ଟ ଦେଉଥିଲା ।

ଏମିତିକି କୌଣସି ଦିନବି ଛାଡ଼ୁ ନଥିଲା । ସବୁଦିନ ପାଏଲଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲା । ବିବାହ ପୂର୍ବରୁ ଭଲ ଆଚରଣ କରୁଥିଲା ରାଜୁ । କିନ୍ତୁ ବିବାହ ପରେ ତାର ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା । କେବଳ ଶାରୀରିକ ସୁଖ ପାଇଁ ସେ ପାଏଲକୁ ବିବାହ କରିଥିଲେ । ଆଉ ଯେତେବେଳେ ଶାରୀରିକ ସୁଖ ସରିଗଲା ସେତେବେଳେ ସେ ପାଏଲଙ୍କୁ ଜୀବନରୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲା ।

ସେହିଦିନ ସନ୍ଧ୍ୟା ସମୟରେ ପାଏଲ ଘରକୁ କଲ କରି ନିଜ ମା’କୁ କାନ୍ଦି କାନ୍ଦି ଏସବୁ ବିଷୟରେ କହିଥିଲା । ଆଗାମୀ ଦିନ ପାଏଲଙ୍କ ବାପା ତାଙ୍କ ଆଣିବାକୁ ଯାଇଥାନ୍ତେ । କିନ୍ତୁ ସେହିଦିନ ରାତିରେ ରାଜୁ ପାଏଲକୁ ମାରିଦେଲା । ତେବେ ବର୍ତ୍ତମାନ ଝିଅର ମୃତ୍ୟୁ ଖବର ରାଜୁ ଠାରୁ ଶୁଣିବା ପରେ ପାଏଲଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ପରିବାର ଲୋକେ ଏହାକୁ ହତ୍ୟା ଦର୍ଶାଇବା ସହିତ ଅଭିଯୁକ୍ତ ରାଜୁକୁ କଠିନ ଶାସ୍ତି ଦେବାକୁ ଦାବି କରିଛନ୍ତି । ପାଏଲଙ୍କ ମା’ ଙ୍କ କହିବା ଅନୁଯାୟୀ ପାଏଲଙ୍କ ଶରୀରର ବେକରେ ଥିବା ଦାଗରୁ ଏହା ଭଲ ଭାବରେ ଜଣା ପଡୁଛି ଯେ ତାଙ୍କୁ ନିଶ୍ଚିତ ଭାବରେ ହତ୍ୟା କରାଯାଇଛି ଏବଂ ସେହି ହତ୍ୟା ରାଜୁ କରିଛି । ତେବେ ବାକି ରହିଲା ପାଏଲଙ୍କ ମୃତ୍ୟୁ ମାମଲାରେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

କାରଣ ଏମିତିରେ ଏଭଳି ଏକାଧିକ ମାମଲାର ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ । କାରଣ ପୋଲିସ ଅନେକ କ୍ଷେତ୍ରରେ ସବୁ ଜାଣିବି ସୁଦ୍ଧା ଚୁପ ରହିଛି । ବାକି ଏହି ମାମଲାରେ ପାଏଲଙ୍କ ପରିବାରକୁ ନ୍ୟାୟ ମିଳୁଛି କି ନାହିଁ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *