ଘରୁ ଲୁଚି ଛାତ ଉପରେ ନାଚୁଛନ୍ତି ନୂଆ ବୋହୂ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ।

ମନକୁ ଖୁସିରେ ରଖିବା ପାଇଁ ଗୀତ ଗାଇବା ଏବଂ ନାଚିବା ସବୁଠାରୁ ଭଲ କାମ। ଆପଣ ନିଜେ ନାଚନ୍ତୁ କିମ୍ବା ଆଉ କାହାର ନାଚ ଦେଖନ୍ତୁ ଦେଖିବେ ଆପଣଙ୍କ ମନ ସବୁବେଳେ ଶାନ୍ତ ରହିବ। ସୋସିଆଲ ମିଡିଆରେ ଲକ୍ଷଦ୍ଧିକ ନାଚ ଭିଡ଼ିଓ ଅଛି। ସୋସିଆଲ ମିଡିଆରେ ଆପଣ ନିଶ୍ଚୟ ଛୋଟ ଛୋଟ ପିଲା ଏବଂ ବଡ଼ ଲୋକଙ୍କ ନାଚ ଦେଖିଥିବେ। କିନ୍ତୁ ଲୋକମାନେ ବୋହୂ ଏବଂ ଭାଉଜଙ୍କ ନାଚ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି।

ଆଜି ଆମେ ଆପଣଙ୍କୁ ଜଣେ ନବ ବିବାହିତା କନ୍ୟାଙ୍କର ଚମତ୍କାର ନାଚ ଦେଖାଇବାକୁ ଯାଉଛୁ। ନିଜ ଘର ଛାତ ଉପରେ ଏକା ଏକା ନାଚି ବୋହୂ ଜଣକ ଏହି ନାଚ ଭିଡ଼ିଓକୁ ସୋସିଆଲ ମିଡିଆରେ ଛାଡିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନାଚ ଭିଡ଼ିଓ ଠାରୁ ବୋହୂଙ୍କ ନାଚ ଭିଡ଼ିଓ ପୁରା ଅଲଗା କାରଣ ସେ ନାଚିଲା ବେଳେ ନିଜ ସମ୍ମାନ ଏବଂ ଘର ଲୋକଙ୍କ ସମ୍ମାନକୁ ନିଜ ଆଖି ଆଗରେ ରଖି ମୁଣ୍ଡରେ ପୁରା ଓଢାଣା ଦେଇ ନାଚୁଛନ୍ତି।

ନବ ବଧୂ ଜଣଙ୍କ ହରିୟାଣୀ ଗୀତ ‘ରାଜଜୀ ବୋଲ ଜା’ରେ ନାଚୁଛନ୍ତି। ପ୍ରଥମେ ସେ ଆସ୍ତେ ଆସ୍ତେ ନାଚ ଆରମ୍ଭ କରି ଶେଷ ବେଳକୁ ବହୁତ୍ ଜୋରେ ନାଚିଲେ। ଲୋକମାନେ ବୋହୂର ନାଚ ଗତି ଦେଖି ବହୁତ ମଜା ନେଇଛନ୍ତି। କେତେଜଣ ନିଜ ନିଜର ମନ୍ତବ୍ୟ ଦେଇ ଲେଖିଛନ୍ତି ବୋହୂକୁ ବଲିଉଡ୍ ରେ ହିରୋଇନ୍ ପାଇଁ ଯିବା ଦରକାର। ଅନ୍ୟ କେତେଜଣ ଲେଖିଛନ୍ତି ଏଇ ନାଚ ହରିୟାଣର ସବୁଠାରୁ ଭଲ ନାଚ।

କେଏନଯେ ବିଟସ୍ ଡ୍ୟାନ୍ସ ନାମକ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଏହି ନାଚ ଭିଡିଓ ସେୟାର ହେଇଛି। ଭିଡିଓଟି ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ ୱା ବୋହୂ ବହୁତ ଭଲ ନୃତ୍ୟ କରୁଛ। ଆଉ ଜଣେ ଲେଖିଛନ୍ତି ‘ତୁମେ କାହିଁକି ଛାତ ଉପରେ ନାଚୁଛ? ତମ ଶାଶୁଘର ଲୋକ କ’ଣ ତୁମକୁ ନାଚିବାକୁ ମନା କରୁଛନ୍ତି? ଅନ୍ୟ ଜଣେ ଲେଖିଛନ୍ତି ‘ତୁମେ କେମିତି ପୁରା ନାଚ ସାରା ଓଢଣା ଦେଇ ନାଚୁଛ। ମୋ ସ୍ତ୍ରୀ ତ ଖାଲି ଶାଢ଼ୀ ପିନ୍ଧି ଘରେ ଠିକ୍ ସେ ଚାଲି ପାରୁନି।

Leave a Reply

Your email address will not be published. Required fields are marked *