ବଡ ବୁଧବାରରେ କରନ୍ତୁ ଏହି କାମ , ବଦଳି ଯିବ ଆପଣଙ୍କ ଭାଗ୍ୟ , ହୋଇଯିବେ ଭାଗ୍ୟଶାଳୀ

ଶୁଭ କାମ କରିବା ପୂର୍ବରୁ ସବୁବେଳେ ଭଗବାନ ଗଣେଶଙ୍କୁ ସ୍ମରଣ କରିବା ଉଚିତ୍ ବୋଲି କୁହାଯାଏ । ତାଙ୍କୁ ସ୍ମରଣ କଲେ ଆମ ଭାଗ୍ୟ ବଦଳି ଯାଇଥାଏ । ସେ ପ୍ରସନ୍ନ ହୋଇ ଯାଇଥାନ୍ତି । ତାଙ୍କୁ ଭଗବାନ କୁବେରଙ୍କ କାରକ ବୋଲି ମଧ୍ୟ ବିଶ୍ଵାସ କରାଯାଏ । ତେଣୁ ଆପଣ ଯେକୌଣସି କାମ କରିବା ପୂର୍ବରୁ ନିଶ୍ଚିତ ଭାବରେ ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ । ଦେଖିବେ ବହୁତ୍ ଶୁଭ ଫଳ ମିଳିବ । ତେବେ ଆସନ୍ତୁ ଜାଣିବା ବୁଧବାରରେ ଏପରି କେଉଁ କାମ କରିବେ , ଯାହାଦ୍ଵାରା ଆପଣ ହୋଇଯିବେ ଭାଗ୍ୟଶାଳୀ ।

ତେବେ ପ୍ରଥମତଃ କହିବାକୁ ଗଲେ , ବୁଧବାର ଦିନ ପ୍ରଭୁ ଗଣେଶଙ୍କ ଅତ୍ୟନ୍ତ ପ୍ରିୟ ଦିନ ହୋଇଥାଏ । ତେଣୁ ଏହି ଦିନ ତାଙ୍କୁ ପୂଜା କରିବା ସମୟରେ କିଛି ବିଶେଷ ନିୟମ ପାଳନ କରିବା ଉଚିତ୍ । ଏହିଦିନ ତାଙ୍କୁ ପୂଜା କରିବା ସମୟରେ ତାଙ୍କ ମଥାରେ ଲାଲ ରଙ୍ଗର ସିନ୍ଦୂର ଲଗାଇ ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଭଗବାନ ଗଣେଶ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଯିବେ ।

ଦ୍ଵିତୀୟରେ ମୋଦକ୍ । ପ୍ରଭୁ ଗଣେଶଙ୍କ ପ୍ରିୟ ଲଡୁ ହୋଇଥାଏ ମୋଦକ । ଏହାକୁ ବୁଧବାର ଦିନ ପୂଜା କରିବା ସମୟରେ ପ୍ରଭୁଙ୍କୁ ଅର୍ପଣ କରିବା ଉଚିତ୍ । ଦେଖିବେ ଭାଗ୍ୟ ବଦଳି ଯିବ । ପ୍ରଭୁ ବହୁତ ଖୁସି ହୋଇଯିବେ । ଏହାଦ୍ବାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଆଉ ସବୁ ବାଧାପ୍ରାପ୍ତ କାମ ହୋଇଯିବ ।

ଯଦି ଆପଣଙ୍କର ଚାକିରୀରେ କିଛି ସମସ୍ୟା ଆସୁଅଛି , ତେବେ ବୁଧବାର ଦିନ ପୂଜା କରିବା ସମୟରେ ଆପଣଙ୍କୁ ଭଗବାନଙ୍କୁ ଦୁବ ଘାସ ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ଧନ ମଧ୍ୟ ବୃଦ୍ଧି ହେବ ।

ଯଦି ଆପଣଙ୍କର ମାନ ସମ୍ମାନ ରେ ବୃଦ୍ଧି କରିବାକୁ ଚାହୁଛନ୍ତି , ତେବେ ପ୍ରତି ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ଶମି ର ପତ୍ର ଅର୍ପଣ କରିବା ଉଚିତ୍ ।

ଭଗବାନଙ୍କ ଆଗରେ ଯଦି ଆପଣ ଶୁଦ୍ଧ ଘିଅର ଦୀପ ଜଳୁଛନ୍ତି , ତେବେ ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବ । ଘରକୁ ଖୁସି ଆସିବ । ଆପଣ କେଉଁ ଜିନିଷରେ ଅଭାବ ପାଇବେ ନାହିଁ ।

ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ଗୋଟା ଚାଉଳ ଅର୍ପଣ କରନ୍ତୁ । ଶୁଭ ପରିଣାମ ମିଳିବ । ଘରେ ଶୁଭ ସଂକେତ ଆସିବ । ଧନର ଅଭାବ ରହିବ ନାହିଁ ।

ଯଦି ପୂଜା କରୁଥିବା ସମୟରେ ଆପଣ ଭଗବାନ ଗଣେଶଙ୍କ ପିଠି ଆଗକୁ କରି ରଖୁଛନ୍ତି , ତେବେ ଏହା ଅଶୁଭ ହୋଇଥାଏ । ଆହୁରି ମଧ୍ୟ ପୂଜା ସମୟରେ ତୁଳସୀ ପତ୍ର ବ୍ୟବହାର କରିବା ଉଚିତ୍ ନୁହେଁ ।

ଧନର ଅଭାବ ଦୁର କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଦିନ ଭଗବାନ ଗଣେଶଙ୍କୁ ଗୁଡ ଅର୍ପଣ କରନ୍ତୁ । ଏହା ବ୍ୟତୀତ ସେହି ଗୁଡ଼ ସହିତ ଶୁଦ୍ଧ ଘିଅ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଧନର ଅଭାବ କେବେ ହେବ ନାହିଁ ।

Leave a Reply

Your email address will not be published. Required fields are marked *