ଏବେ ପ୍ରତି ରବିବାର ହେବ ମିଳନ, ୧୫ ମିନିଟରେ ଅର୍ଚନା ଏବଂ ଜଗା ହେବେ ଦେଖା ସାକ୍ଷାତ

ପୁଣି ଆଖିରେ ଆଖି ମିଶିଵ। ପୁଣି ଫେରିଯିବା ଅତୀତକୁ ଯେମିତି ପ୍ରେମୀ ଯୁଗଳ ମାନେ ତାଙ୍କ ଜୀବନ ସାଥୀଙ୍କୁ ଦେଖା କାରିବାକୁ ପ୍ରତି ରବିବାରକୁ ଚାହିଁ ରହିଥାନ୍ତି। ଆମେ ଠିକ ସେମିତି ପ୍ରେମୀ ଯୁଗଳଙ୍କ ପରି ଆମେ ଚାହିଁ ରହିବା ସପ୍ତାହର ଶେଷ ରବିବାରକୁ। ତୁମେ ଆସିବ ଆଉ ମୁଁ ଆସିବି। ଦୁହେଁ ଦୁହିଁଙ୍କୁ ମନ ଭରି ଦେଖିବା। ତୁମେ ମତେ ଚାହିଁବ ଆଉ ମୁଁ ତୁମକୁ ଚାହିଁବି। ଜାଣିନି ସ୍ପର୍ଶ ପାଇଁ ଅନୁମତି ମିଳିବ କି ନାହିଁ। ହେଲେ କିନ୍ତୁ ଆମେ ଦୁହେଁ ଦୁହିଁଙ୍କ ସହ ସୁଖ ଦୁଃଖ ହେବା।

ଛାତି ଭିତରେ ଚାପି ହୋଇ ରହିଥିବା ଅକୁହା କଥାକୁ ମନ ଭରି କଥା ହେବା। ହଁ ଅବଶ୍ୟ ଆମକୁ ନିରୋଳାରେ କଥା ହେବାକୁ ହୁଏତ ସୁଯୋଗ ମିଳି ନପାରେ। କିନ୍ତୁ ମହିଳା ୱାର୍ଡନଙ୍କ ଉପସ୍ଥିତିରେ ବି ଆମେ ଖୁବ କଥା ହେବା। ମୁଁ ଜାଣିଛି ଜଗା ଏ ଦୁନିଆ ମତେ ଭୁଲୁ ବୁଝୁଥିଲେ ବି ଏ ଦୁନିଆ ମତେ ନାଗୁଣୀ କହୁଥିଲେ ବି ମୁଁ ବାସ୍ତବରେ କିପରି ତାହା ତୁମେ ଖୁବ ଭଲ ଭାବେ ଜାଣିଛ।

ଜୀବନର ସବୁ ମୋଡ଼ରେ ସାଥିରେ ରହି ସାଥ ଦେଇଛ। ଭଲ ସ୍ୱାମୀ ଠୁ ଭଲ ବନ୍ଧୁ ହୋଇଛ। ଜୀବନରେ ଉଠିଥିବା ପ୍ରତ୍ୟକ ଝଡ଼ ସମୟରେ ତୁମେ ମୋ ହାତ ଧରିଛ। ମୋ ପାଇଁ ତୁମେ ଜେଲ ଯାଏଁ ଚାଲି ଆସିଲ। ଆଉ ମୋ ପାଇଁ ତୁମେ କାଲି ରାତିରେ ଜେଲ ଖାଇବା ବି ଖାଇଲ। ମୁଁ ଜାଣିଛି ଜଗା ତୁମର ଏ ଖାଇବା ଆଦୌ ପସନ୍ଦ ହୋଇ ନଥିବ ହେଲେ କଣ କରିବା ଆମକୁ ଏବେ ଏହି ଖାଦ୍ୟ ଖାଇବାକୁ ପଡିବ। ତୁମେ ମନ ଦୁଖ କରନି କି ଭାଙ୍ଗି ମଧ୍ୟ ପଡନି ଏ ସମୟ ବି ଦିନେ ନିହାତି ଭାବେ ଚାଲିଯିବ। ଆଉ ଆମେ ଏ ଜେଲର ଚାରି କାଂଥ ଭିତରୁ ନିଶ୍ଚିତ ବାହାରିବା। ସେତେବେଳେ ମୁ ମୋ ନିଜ ହାତରେ ରାନ୍ଧି ମୋ ନିଜ ହାତରେ ଖୁଆଇ ଦେବି।

ଆଉ ସେପଟେ ଜଗବନ୍ଧୁ କହୁଥିବେ। ଅର୍ଚ୍ଚନା ବିବାହ ବେଳେ ମୁ ତୁମକୁ ଦେଇଥିବା କଥା ରଖିଛି। ଜୀବନର ସବୁ ପରିସ୍ଥିତିରେ ସାଥିରେ ଛିଡା ହୋଇଛି। ଜେଲ ଭିତରେ କାଳେ ତୁମେ ନିଜକୁ ଏକା ଏକା ଭାବୁଥିବ ତେଣୁ ମୁଁ ତୁମ ପାଇଁ ଜେଲକୁ ମଧ୍ୟ ଚାଲି ଆସିଲି। ଏଥର ତୁମେ ଆଉ ନିଜକୁ ଏକା ଏକା ପାଇବନି ପାଖରେ ନହେଲେ ବି ମୋ ଜେଲ ଭିତରେ ରହିବା ତୁମକୁ ମୋ ଉପସ୍ଥିତ ଜଣା ପଡିବ। ତୁମେ ମତେ ଝୁରି ହୋଇ ମନ ଦୁଖ କରିବନି କି ମୁଁ ମଧ୍ୟ କରିବିନି।

ଏବେ ପ୍ରତି ସପ୍ତାହରେ ଆମର ଦେଖା ହେବ। ପ୍ରତି ସପ୍ତାହରେ ତୁମେ ମୁଁ ମିଶି ବହୁତ କଥା ହେବା। ତୁମେ ମତେ ବୁଝାଇବ ଆଉ ମୁଁ ତୁମକୁ ବୁଝାଇବି। ଜେଲ ଭିତରେ ଅର୍ଚ୍ଚନା ଦୁଇ ସପ୍ତାହ ଏକା ଏକା ରହିବା ପରେ ଏବେ ଜଗବନ୍ଧୁଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସ।

ଗତକାଲି ଜଗବନ୍ଧୁଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ଜଗବନ୍ଧୁ ଆଉ ଅର୍ଚ୍ଚନା ଦୁହେଁ ଜେଲର ଚାରି କାନ୍ଥ ଭିତରେ ଅଛନ୍ତି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିବା ପରେ ଅନେକ ତଥ୍ୟ ପୋଲିସ ହାତରେ ଲାଗିଥିବ ଜଗବନ୍ଧୁ ଆଲୋଚନା କରୁଛନ୍ତି।

ତେବେ କେବଳ ଏତିକି ନୁହେଁ ପ୍ରଥମେ ଲୋକଙ୍କୁ ବ୍ଲାକମେଲ କରି ଧନୀ ବ୍ୟକ୍ତି ମାନଙ୍କୁ ଲୁଟୁଥିବା ଅଭିଯୋଗରେ ଅର୍ଚ୍ଚନା ଦୁଇ ସପ୍ତାହ ପୂର୍ବରୁ ଜେଲ ଯାଇଥିବା ବେଳେ ଜଗବନ୍ଧୁଙ୍କ ନାମରେ କୌଣସି ପ୍ରମାଣ ପାଇ ନଥିବାରୁ ପୋଲିସ ଜଗବନ୍ଧୁଙ୍କୁ କେବଳ ପଚରା ଉଚୁରା କରି ଛାଡ଼ିଦେଇଥିଲା। ହେଲେ ଗତ କାଲି ଜଗବନ୍ଧୁଙ୍କ ନାମରେ ପୋଲିସ ଠୋସ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗିରଫ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଜେଲର ମାନୁଆଲ ହିସାବରେ ସପ୍ତାହକୁ ଥରେ ରବିବାର ଦିନ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କର ମିଳନ ହେବ।

Leave a Reply

Your email address will not be published. Required fields are marked *