ମହିଳା ଶିକ୍ଷୟତ୍ରୀ ତାଙ୍କ ଘରେ ଛାତ୍ରଙ୍କ ସହ ସମ୍ବନ୍ଧ ରଖିଥିଲେ, ପରେ କରିଥିଲେ ବିବାହ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର:-

ଜଣେ ମହିଳା ଶିକ୍ଷୟତ୍ରୀଙ୍କ ବିରୋଧରେ ଚାଲିଥିବା ଯୌନ ଉତ୍ପୀଡନ ମାମଲା ଓକିଲମାନେ ଉଠାଇ ଦେଇଥିଲେ । ମହିଳା ଶିକ୍ଷୟତ୍ରୀଙ୍କ ଉପରେ ତାଙ୍କ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଛାତ୍ରଙ୍କୁ ବିବାହ କରିବା ପରେ ବର୍ତ୍ତମାନ ମହିଳା ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ପ୍ରତ୍ୟାହାର କରାଯାଇଛି ।

ବାସ୍ତବରେ, ଏହି ମାମଲା ଆମେରିକାର missouri ର ଅଟେ । ଯେଉଁଠାରେ ଏଠାକାର ଉଚ୍ଚ ବିଦ୍ୟାଳୟର 26 ବର୍ଷ ବୟସ୍କା ମହିଳା ଶିକ୍ଷୟତ୍ରୀ ବେଲି ଟର୍ନରଙ୍କୁ ଜଣେ ଛାତ୍ରଙ୍କ ସହ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହେବାକୁ ପଡିଥିଲା । ବେଲି ଟର୍ନର ପୋଲିସ ଆଗରେ ସ୍ୱୀକାର କରିଥିଲେ ଯେ ସେ ଜାନୁଆରୀ 2019 ରେ ତାଙ୍କ ଘରେ ଜଣେ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖିଥିଲେ ।

ଏହି ମାମଲା ସାମ୍ନାକୁ ଆସିବା ପରେ ବେଲି ଟର୍ନରଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା । ଫେବୃଆରୀ 2019 ରେ ଗିରଫ ହେବା ପରେ ବେଲି Sarcoxie ହାଇସ୍କୁଲରୁ ଇସ୍ତଫା ଦେଇଥିଲେ । ପରେ ତାଙ୍କ ଟିଚିଂ ଲାଇସେନ୍ସ ମଧ୍ୟ ରଦ୍ଧ କରାଯାଇଥିଲା ।

ତେବେ ବର୍ତ୍ତମାନ ବେଲି ଟର୍ନରଙ୍କ ବିରୋଧରେ ଚାଲିଥିବା ଯୌନ ନିର୍ଯାତନା ମାମଲା ଓକିଲଙ୍କ ଦ୍ୱାରା ଉଠାଇ ଦିଆଯାଇଛି । ରିପୋର୍ଟ ଅନୁସାରେ ବେଲି ନିକଟରେ ପୀଡିତ ଛାତ୍ରଙ୍କୁ ବିବାହ କରିବା ପରେ ଓକିଲମାନେ ବେଲିଙ୍କ ଉପରେ ଲାଗିଥିବା ଯୌନ ନିର୍ଯାତନା ମାମଲା ପ୍ରତ୍ୟାହାର କରି ନେଇଛନ୍ତି ।

The joplin globe ରିପୋର୍ଟ ଅନୁଯାୟୀ, ଛାତ୍ରଙ୍କ ସହ ଶିକ୍ଷୟତ୍ରୀଙ୍କ ବିବାହ ହେତୁ ଓକିଲମାନେ ପତି-ପତ୍ନୀ ଅଧିକାର ହେତୁ ବେଲି ଟର୍ନରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଉଠାଇ ଦେଇଛନ୍ତି । ଏହି ମାମଲାରେ ସହକାରୀ ଓକିଲ ନେଟ୍ ଡେଲି କହିଛନ୍ତି ଯେ ଟର୍ନରଙ୍କ ବିରୋଧରେ କେସ ଚଲାଇବା ପାଇଁ ଓକିଲମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ଉଭୟ କେତେବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରିପୋର୍ଟରେ କୁହାଯାଇଛି ଯେ କୋର୍ଟ ଦସ୍ତାବିଜରେ ମଧ୍ୟ ଛାତ୍ରର ବୟସ ଉଲ୍ଲେଖ ହୋଇନାହିଁ ।

Leave a Reply

Your email address will not be published. Required fields are marked *