ପିମ୍ପୁଡ଼ି ଘରେ ଆତଙ୍କ ସୃଷ୍ଟି କରୁଛି କି ? ଏହି ଘରୋଇ ଉପଚାର କରନ୍ତୁ, ଏଥିରୁ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ…

ଅନେକ ସମୟରେ ଆମେ ଘର ଭିତରେ ଏବଂ ବାହାରେ ଅନେକଗୁଡ଼ିଏ ପିମ୍ପୁଡ଼ି ଦେଖିବାକୁ ପାଇଥାଉ। ବିଶେଷ କରି ଗ୍ରୀଷ୍ମ ଋତୁ ରେ ଘର ଯେତେ ପରିଷ୍କାର ଥିଲେ ମଧ୍ୟ ପିମ୍ପୁଡ଼ି ଧାଡ଼ି ଲାଗିଥିବା ର ଦେଖା ଯାଏ। ଏହାକୁ ଦେଖି ଆମେ ବହୁତ୍ ଚିନ୍ତା ରେ ପଡ଼ିଯାଇଥାଉ। କାରଣ ପିମ୍ପୁଡ଼ିଗୁଡ଼ିକ ଘରର ଅନେକ ଜିନିଷ ନଷ୍ଟ କରିଦିଅନ୍ତି ଏବଂ କାମୁଡି ଦେବା ଦ୍ଵାରା କଷ୍ଟ ଅନୁଭବ ହୋଇଥାଏ।ଏପରି ପରିସ୍ଥିତିରେ,ଏହି ପିମ୍ପୁଡ଼ି ଠାରୁ ମୁକ୍ତି ପାଇବା ପାଇଁ, କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ।

ଚକ –

ପିମ୍ପୁଡ଼ି ଠାରୁ ସହଜରେ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ମଧ୍ୟରୁ ଗୋଟିଏ ହେଉଛି ଚକର ବ୍ୟବହାର । କାରଣ ଚକ୍ ରେ କ୍ୟାଲସିୟମ୍ କାର୍ବୋନାଟ୍ ଥାଏ, ଯାହା ପିମ୍ପୁଡ଼ିକୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ଘରେ ବହୁତ୍ ପିମ୍ପୁଡ଼ି ହେଇଯାଇଛନ୍ତି ତେବେ ପିମ୍ପୁଡ଼ି ଠାରୁ ରକ୍ଷା ପାଇବା ପାଇଁ ଆପଣ ଚକ୍ ବ୍ୟବହାର କରିପାରିବେ।

କଳା ଲଙ୍କା ଗୁଣ୍ଡ –

ଆସନ୍ତୁ ଜାଣିବା ଯେ କଳା ଲଙ୍କା ଗୁଣ୍ଡ ମଧ୍ୟ ପିମ୍ପୁଡ଼ିକୁ ଘରୁ ଚାଲିଯିବା ରେ ସାହାଯ୍ୟ କରିଥାଏ, କାରଣ ପିମ୍ପୁଡ଼ି କଳା ଲଙ୍କା ଗୁଣ୍ଡ କିମ୍ବା ଲଙ୍କା କୁ ଘୃଣା କରେ। ଆପଣମାନେ କଳା ଲଙ୍କା ଗୁଣ୍ଡ ରେ ପାଣି ମିଶାଇ ପିମ୍ପୁଡ଼ି ଥିବା ଜାଗା ରେ ପକେଇ ପାରିବେ ଯାହାଦ୍ଵାରା ପିମ୍ପୁଡ଼ି ଗୁଡିକ ପାଲେଇଯିବେ।

ଲେମ୍ବୁ –

ଲେମ୍ବୁର ପ୍ରବଳ ଗନ୍ଧଦ୍ଵାର ପିମ୍ପୁଡ଼ି ଘରକୁ ଆସନ୍ତି ନାହିଁ। ଯଦି ଆପଣ ଘରର ଯେକୌଣସି ସ୍ଥାନରେ ପିମ୍ପୁଡ଼ି ଦେଖନ୍ତି, ତେବେ ଆପଣ ସେହି ସ୍ଥାନରେ ଲେମ୍ବୁ ରସ କିମ୍ବା ଲେମ୍ବୁ ଚୋପା ଲଗାଇ ଦେଲେ ପିମ୍ପୁଡ଼ି ହେବନାହିଁ।

ଲୁଣ –

ଏହା ବ୍ୟତୀତ, ଆପଣ ପିମ୍ପୁଡ଼ିରୁ ମୁକ୍ତି ପାଇବା ପାଇଁ ଲୁଣ ମଧ୍ୟ ବ୍ୟବହାର କରିପାରିବେ ଏବଂ ଯେଉଁଠାରେ ପିମ୍ପୁଡ଼ି ଦେଖିବାକୁ ପାଇବେ ସେ ସ୍ଥାନରେ ଲୁଣ ପକାଇ ଦେବେ।

କମଳା –

ଆପଣ କମଳା ଚୋପା ସାହାଯ୍ୟରେ ଘରୁ ପିମ୍ପୁଡ଼ି ମଧ୍ୟ ବାହାର କରି ପାରିବେ । ଗୋଟେ କପ୍ ଗରମ ପାଣି ଏବଂ କିଛି କମଳା ଚୋପା ର ପେଷ୍ଟ ବନାନ୍ତୁ ଯାହାଦ୍ଵାରା ଆପଣ ପିମ୍ପୁଡ଼ିରୁ ମୁକ୍ତି ପାଇପାରିବେ।

ଭିନେଗାର –

ଏହା ବ୍ୟତୀତ, ଯଦି ଆପଣ କେବେ ପିମ୍ପୁଡ଼ି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଧଳା ଭିନେଗାର ମଧ୍ୟ ଆପଣଙ୍କ ପାଇଁ ବହୁତ୍ ଲାଭଦାୟକ ହୋଇପାରେ ।

ଆପଲ୍ ଭିନେଗାର –

ସମାନ ପରିମାଣରେ ଆପଲ୍ ଭିନେଗାର ଏବଂ ପାଣି ମିଶାନ୍ତୁ ଏବଂ ଏହାକୁ ପିମ୍ପୁଡ଼ିଗୁଡିକ ଧାଡ଼ିକରି ଆସୁଥିବା ରାସ୍ତାରେ ସ୍ପ୍ରେ କରନ୍ତୁ କିମ୍ବା ସେହି ପାଣିରେ ସେହି ଜଗଟିକୁ ଭଲସେ ପୋଛି ଦିଅନ୍ତୁ । ଏହା ଫେରୋମନ୍ କୁ ସଫା କରିଦେବ, ଯାହାଫଳରେ ପିମ୍ପୁଡ଼ିଗୁଡିକ ଖାଦ୍ୟ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ନାହିଁ । ତାପରେ ପିମ୍ପୁଡ଼ିଗୁଡ଼ିକ ଅତି କମରେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ସେହି ସ୍ଥାନକୁ ଯିବେ ନାହିଁ ।

ଚିନାବାଦାମ –

ଶେଷରେ, ଆସନ୍ତୁ ଜାଣିବା ଯେ ଚିନାବାଦାମର ବ୍ୟବହାର ଦ୍ଵାରା ମଧ୍ୟ ପିମ୍ପୁଡ଼ିକୁ ଘରୁ ଦୂରେଇ ରଖାଯଇପାରିବ। ଚିନାବାଦାମ ଘରୁ ପିମ୍ପୁଡ଼ିକୁ ଦୂରେଇ ରଖିବା ପାଇଁ ସବୁଠାରୁ ଭଲ ବିକଳ୍ପ । କାରଣ ପିମ୍ପୁଡ଼ିଗୁଡ଼ିକ ଚିନାବାଦାମର ଗନ୍ଧକୁ ସହି ପରାନ୍ତି ନାହିଁ ଏବଂ ଘରୁ ପଳାଇ ଯାଆନ୍ତି।

Leave a Reply

Your email address will not be published. Required fields are marked *