ବଡ ରହସ୍ୟ ଖୋଲିଦେଲେ ଗାଙ୍ଗୁଲି.. ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ଚାହୁଁନଥିଲେ ରୋହିତ ଶର୍ମା

ବର୍ତ୍ତମାନ ବିଶ୍ୱକପ ୨୦୨୩ ଚାଲିଛି । ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ବେଶ ଭଲ ରହିଛି ଏବଂ ଦଳ ସମସ୍ତ ୯ ଟି ଲିଗ ମ୍ୟାଚ ଖେଳି ସବୁ ମ୍ୟାଚ ଜିତିଛି । ଏହାସହିତ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଛି ଯେ ରୋହିତ ଶର୍ମା କୁଆଡ଼େ ଭାରତୀୟ ଦଳର ଅଧିନାୟକ ହେବାକୁ ଚାହୁଁ ନଥିଲେ ।

ମାତ୍ର ସୌରଭ ଗାଙ୍ଗୁଲି କହିବାରୁ ସେ ଇଚ୍ଛା ନଥିଲେବି ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ । ଆଉ ବର୍ତ୍ତମାନ ଦଳର ଏଭଳି ପ୍ରଦର୍ଶନ ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ଏହାର ଶ୍ରେୟ ମିଳିଛି । ତେବେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହେବାକୁ ଚାହୁଁ ନଥିବା ସୌରଭ ଗାଙ୍ଗୁଲି ବର୍ତ୍ତମାନ ଏହି କଥା ଉପରୁ ପରଦା ଉଠାଇଛନ୍ତି ।

ସେ କହିଛନ୍ତି ଯେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ନେବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ସେ ନିଜେ ତାଙ୍କ ଉପରେ ଚାପ ପକାଇଥିଲେ । ଏକ ଘରୋଇ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ସୌରଭ ଗାଙ୍ଗୁଲି । ରୋହିତ ଏହି କଥାରେ ରାଜି ନଥିଲେ କାରଣ ଜଣେ ଅଧିନାୟକଙ୍କୁ ଟେଷ୍ଟ , ଟି 20 ଏବଂ ଦିନିକିଆ ତିନୋଟି ଯାକ ଫର୍ମାଟରେ ଖେଳିବାକୁ ପଡ଼ିଥାଏ ।

ରୋହିତ ସେହି ଚାପକୁ ସମ୍ଭାଳିବାକୁ ଚାହୁଁନଥିଲେ । କିନ୍ତୁ ଦଳକୁ ସେତେବେଳେ ଜଣେ ଅଧିନାୟକର ଆବଶ୍ୟକତା ଥିଲା । କାରଣ ୨୦୨୧ ଶେଷ ବେଳକୁ ବିରାଟ କୋହଲି ଅଧିନାୟକ ପଦ ଛାଡ଼ି ଦେଇଥିଲେ । ପ୍ରକୃତରେ କୋହଲି କେବଳ ଟି 20 ଦଳର ଅଧିନାୟକତ୍ୱ ଛାଡ଼ିଥିଲେ କିନ୍ତୁ ଦିନିକିଆ ଏବଂ ଟେଷ୍ଟରେ ଛାଡ଼ି ନଥିଲେ ।

କିନ୍ତୁ ଚୟନକର୍ତ୍ତା ମାନେ ଚାହୁଁଥିଲେ ଯେ ଧଳା ବଲ କ୍ରିକେଟରେ କେବଳ ଜଣେ ଅଧିନାୟକ ରାହନ୍ତୁ ବୋଲି । ତେଣୁ ବିରାଟ କୋହଲିଙ୍କୁ ବିସିସିଆଇ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ହଟାଇ ଦେଇଥିଲା । ସେତେବେଳେ କୋହଲିଙ୍କ ଠାରୁ ବଡ଼ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି 20 ରେ ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଥିଲା ।

କିନ୍ତୁ ଏହାର କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ହାରି ଯାଇଥିଲା । ଏହାପରେ ବିରାଟ କୋହଲି ଅଧିନାୟକତ୍ୱ ଛାଡ଼ି ଦେଇଥିଲେ । ଭାରତର ସଫଳତମ ଟେଷ୍ଟ ଅଧିନାୟକ ନିଜର ପଦ ଛାଡ଼ିଦେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅନ୍ୟ ଫର୍ମାଟରୁ ମଧ୍ୟ ବିରାଟ କୋହଲି ହଟିଯିବା ପରେ ବିସିସିଆଇ ଚିନ୍ତାରେ ପଡ଼ି ଯାଇଥିଲା । ଆଉ ଏହାପରେ ହିଁ ସୌରଭ ଗାଙ୍ଗୁଲିଙ୍କ କଥାକୁ ରଖି ରୋହିତ ଶର୍ମା ଅଧିନାୟକ ପଦ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *