ଏହି କାରଣରୁ ଅନ୍ତିମ ସଂସ୍କାର ପରେ ପଛକୁ ବୁଲି ଦେଖନ୍ତି ନାହଁ ପରିଜନ , କାରଣ ଜାଣି ହେବେ ଆଶ୍ଚର୍ଯ୍ୟ :-

ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ । ଏମିତିରେ କୁହାଯାଇଛି ଯେ ମର୍ତ୍ତ ମଣ୍ଡଳେ ଦେହ ବୋହି ଦେବତା ହେଲେ ହେଁ ମରଇ । ତେବେ ଏହି ପୃଥିବୀରେ ଯିଏବି ଜନ୍ମ ହୋଇଛନ୍ତି ସେମାନେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି । କଣ ଆପଣ ମାନେ ଜାଣିଛନ୍ତି କି ଗରୁଡ଼ପୁରାଣ ଅନୁସାରେ ଶବ ସତ୍କାର ପରେ ପରିଜନ ଆଉ ପଛକୁ ବୁଲି ଦେଖନ୍ତି ନାହିଁ । ଏହାର କାରଣ ମଧ୍ୟ ରହିଛି । ପ୍ରତି ଦିନ ପୃଥିବୀରେ ଅନେକ ଲୋକ ଜନ୍ମ ହୁଅନ୍ତି ଏବଂ ଅନେକ ଲୋକ ମୃତ୍ୟୁବରଣ କରନ୍ତି ମଧ୍ୟ । ପୁଣି ଶବ ସତ୍କାର ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ମଧ୍ୟ ଦିଆଯାଇଥାଏ ।

ମନୁଷ୍ୟ ଶରୀର ପଞ୍ଚ ମହଭୂତ ରେ ତିଆରି ହୋଇଛି ଯଥା ଜଳ , ବାୟୁ , ଅଗ୍ନି , ପୃଥିବୀ ଓ ଆକାଶ । ମନୁଷ୍ୟ ଜୀବିତ ଥିବା ବେଳେ ତାର ଅଲଗା ଏକ ଦୁନିଆ ଥାଏ । ଅନେକ ସମ୍ପର୍କ ମଧ୍ୟରେ ବାନ୍ଧି ହୋଇ ରହିଥାଏ । କିନ୍ତୁ ଯେତେ ସମ୍ପର୍କ ଏବଂ ଯେତେ ଧନ ସମ୍ପତ୍ତି ଥିଲେ ବି ମଣିଷକୁ ଦିନେ ନା ଦିନେ ନିଜ ଦେହ ଛାଡ଼ି ଯିବାକୁ ପଡ଼ିଥାଏ । ପୁଣି ସ୍ୱତନ୍ତ୍ର ଢ଼ଙ୍ଗରେ କିଛି ନିୟମ କୁ ପାଳନ କରି ଶବ ସତ୍କାର ମଧ୍ୟ କରାଯାଇଥାଏ । ଶବ ସତ୍କାର ପରେ ନିୟମ ଅନୁଯାୟୀ ପରିଜନ ଲୋକେ ପଛକୁ ଆଉ ବୁଲି ଦେଖନ୍ତି ନାହିଁ ।

ଆପଣ ମାନେ ଜାଣି ରଖନ୍ତୁ ଯେ ଗରୁଡ଼ ପୁରାଣ ଅନୁଯାୟୀ ଶବ ସତ୍କାର ସମୟରେ ମଣିଷର ଶରୀର ଜଳି ଯାଇଥାଏ କିନ୍ତୁ ଆତ୍ମାର ଅସ୍ତିତ୍ୱ ସେହିଠାରେ ହିଁ ରହିଥାଏ । ଗୀତା ରେ ଲେଖା ଯାଇଛି ଯେ ଆତ୍ମା କୁ କେହି କିଛି କ୍ଷତି ପହଞ୍ଚାଇ ପାରନ୍ତି ନାହିଁ । କିନ୍ତୁ ମୃତ୍ୟୁ ସମୟ ଆସିଲେ ମଣିଷର ଆତ୍ମା ସହିତ ତାର ସ୍ଥୂଳ ଶରୀରର ଆଉ କିଛି ସମ୍ପର୍କ ରହେ ନାହିଁ । ତେଣୁ ମୃତ୍ୟୁ ପରେ ଶବ ସତ୍କାର ପରେ ନିଜ ପରିବାର ଲୋକଙ୍କ ସହିତ ମଧ୍ୟ କିଛି ଆଉ ସମ୍ପର୍କ ରହେ ନାହିଁ ।

ଏହି କାରଣରୁ ଯଦି ଶବ ସତ୍କାର ପରେ ପରିଜନ ଲୋକେ ପଛକୁ ବୁଲି ଚାହାଁନ୍ତି ତେବେ ଆତ୍ମା ଭାବିଥାଏ ଯେ ପରିବାର ଲୋକେ ପୁଣି ତାଙ୍କୁ ଚାହୁଁଛନ୍ତି ଯାହାଦ୍ୱାରା ସେ ଆଉ ମର୍ତ୍ତମଣ୍ଡଳ ଛାଡ଼ି ଯିବାକୁ ଚାହେଁ ନାହିଁ । କିନ୍ତୁ ଯଦି ପସିଯାକୁ5କେହି ଫେରି ନଚାହାଁନ୍ତି ତେବେ ସେ ଭାବେ ଯେ ଆଉ ଏଇ ପୃଥିବୀରେ ତାର କାମ ଶେଷ ହୋଇ ଯାଇଛି । ଏହି କାରଣରୁ ହିଁ ଶବ ସତ୍କାର ପରେ ପରିଜନ ଲୋକ ପଛକୁ ଚାହାଁନ୍ତି ନାହିଁ ।

Leave a Reply

Your email address will not be published. Required fields are marked *