ଗୋମାତାର ଏଭଳି ଯତ୍ନ ନିଅନ୍ତୁ, ବହୁତ ଜଲ୍ଦି ଧନୀ ହୋଇଯିବେ ଆପଣ। ପଢନ୍ତୁ ଏହି ବିଷୟରେ।

ଆପଣ ମାନେ ଜାଣିଛନ୍ତି ଯେ ଗାଈ ଏକ ଗୃହ ପାଳିତ ପଶୁ ଅଟେ। କେବଳ ସେତିକି ନୁହେଁ ହିନ୍ଦୁ ଧର୍ମରେ ଗାଈକୁ ମାଆ ର ସମ୍ମାନ ଦିଆଯାଇଥାଏ। ଲୋକମାନେ ଗାଈକୁ ଘରେ ରଖି ଖାଇବା ପିଇବାକୁ ଦେଇଥାନ୍ତି। ତେବେ ତାହା ବଦଳରେ ଗାଈ ଆମକୁ କ୍ଷୀର ଦେଇଥାଏ। ହେଲେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେ କ୍ଷୀର ଲୋଭରେ ଗାଈକୁ ପାଳିଥାନ୍ତି ହେଲେ ଗୋମାତାର ସେବା କରନ୍ତି ନାହିଁ। ତେବେ ସେମାନେ ଗାଈକୁ ଘରେ ବାନ୍ଧନ୍ତି ନାହିଁ ବାହାରେ ବୁଲିବାକୁ ଛାଡି ଦିଅନ୍ତି। ହେଲେ ଗାଈ ଯେତେବେଳେ ଜନ୍ମ କରିବାର ସମୟ ଆସିଥାଏ ସେତେବେଳେ ସେମାନେ କ୍ଷୀର ପାଇବା ଲୋଭରେ ଘରକୁ ଆଣିଥାନ୍ତି। କିନ୍ତୁ ଏହା ପାପ ହୋଇଥାଏ।

ହିନ୍ଦୁ ଧର୍ମରେ ଲେଖା ହୋଇଛି ଯେ ଗୋମାତା ଶରୀରରେ ୩୩ କୋଟି ହିନ୍ଦୁ ଦେବାଦେବୀ ବାସ କରୁଛନ୍ତି। ଯଦି ଆମେ ଗୋମାତା ର ସେବା କରିବା ତେବେ ତାହା ବଦଳରେ ଆମେ ଅନେକ କ୍ଷେତ୍ରରେ ଉତ୍ତୀର୍ଣ୍ଣ ହୋଇଥାଉ। ଗୋମାତାର ସେବା ସହ ପୂଜାର୍ଚ୍ଚନା କଲେ ଗୋମାତା ସନ୍ତୁଷ୍ଟ ହୋଇ ଆମ ଉପରେ ଧନର ବର୍ଷା କରିଥାଏ।

ତେବେ ଆପଣମାନେ ଜାଣିଛନ୍ତି ଯେ ଗାଈ ଆମକୁ କ୍ଷୀର ଦେଇଥାଏ। କ୍ଷୀର ଆମ ପାଇଁ ଅମୃତ ସମ୍ମାନ ହୋଇଥାଏ। ତେବେ ସେ ନିଜ ପିଲାକୁ କ୍ଷୀର ଦେବା ସହିତ ଆମକୁ ମଧ୍ୟ କ୍ଷୀର ଦେଇଥାଏ। ତେଣୁ ଏହା ବଦଳରେ ଆମକୁ ତା’ର ସେବା କରିବା ଉଚିତ। ତେବେ ଆଜି ଆମେ ଆପଣଙ୍କୁ ଗୋମାତା ସହ ଜଡିତ କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ରାତାରାତି ଧନୀ କରିଦେବ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଘର ଦ୍ୱାର ମୁଁହକୁ ଆସିଥିବା ଗାଈକୁ ଘଉଡ଼ାଇବା ଉଚିତ ନୁହେଁ। ବରଂ ଗାଈକୁ କିଛି ଖାଦ୍ୟ ଖାଇବାକୁ ଦେଇ ତା’ର ପିଠିକୁ ଆଉଁସିବା ଦରକାର। ଯାହାଫଳରେ ଗୋମାତା ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାଏ। ଗୋମାତା ସନ୍ତୁଷ୍ଟ ହେଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏଥିରେ ପୁଣ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ।

ତେବେ ଆମ ଶରୀରରକୁ ଭିଟାମିନ ଏବଂ ପୋଷକ ର ଆବଶ୍ୟକତା ହୋଇଥାଏ। ତେବେ ତାହା ଗାଈର କ୍ଷୀର ପୁରଣ କରିବାରେ ସହାୟକ ହୋଇଥାଏ। ତେଣୁ ଆମକୁ ଗୋମାତାର ସେବା ଓ ଆଦର କରିବା ଉଚିତ। ଯାହାଫଳରେ ଗୋମାତା ଆମ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ। ଗୋମାତା ମଧ୍ୟରେ ଥିବା ସମସ୍ତ ଦେବୀ ଓ ଦେବତା ମଧ୍ୟ ଅତ୍ୟନ୍ତ ଖୁସି ହୁଅନ୍ତି।

ଏହା ସହିତ ଘରୁ ବାହାରକୁ ଯିବା ସମୟରେ ମାତାଙ୍କ ଦର୍ଶନ କରି ଯାଇ ଥାଆନ୍ତି।ତେବେ ଗୋ ମାତାଙ୍କୁ ପୂଜା କରିବା ଅର୍ଥ ସମସ୍ତ ଦେବା ଦେବୀ ମାନଙ୍କୁ ପୂଜା କରିବା। ଏହା ସହିତ ଏପରି କରିବା ଫଳରେ ସମସ୍ତ ଦେବା ଦେବୀଙ୍କ କୃପା ଆପଣଙ୍କ ଉପରେ ପଡ଼ିଥାଏ। କୁହାଯାଏ ଯେ ଯଦି ଆପଣ କୌଣସି ପାପ କରିଛନ୍ତି ଏବଂ ସେଥିରୁ ମୁକ୍ତି ପାଇବା ପାଇଁ ହେଲେ ଆପଣଙ୍କୁ ଗୋମୂତ୍ର ପିଇବାକୁ ପଡିବ। ଯାହାଫଳରେ ସମସ୍ତ ପାପ ଧୋଇ ହୋଇଯାଏ।

Leave a Reply

Your email address will not be published. Required fields are marked *