ଗୋପାଳ ପାଇଁ ପଖାଳ ଶୁଖୁଆ ଆଳୁ ଚକଟା ଆଣିଲେ… ଆସେ ଖାଇବୁ ଗୋପାଳ

ନବ ଦାସ ହ-ତ୍ୟାକାରୀ ଅଭିଯୁକ୍ତ ଗୋପାଳର ହରକତ ସମସ୍ତଙ୍କୁ ଚକିତ କରୁଛି । ସମସ୍ତେ କହୁଛନ୍ତି କାହିଁକି ନବ ଦାସ ହ-ତ୍ୟାକାରୀ ଅଭିଯୁକ୍ତ ଗୋପାଳ ହସୁଛି । ସମସ୍ତେ କହୁଛନ୍ତି କାହିଁକି ଗୋପାଳ ଦାସ ନବ ଦାସଙ୍କୁ ହ-ତ୍ୟାକରୀ ଅନୁତାପ କରୁ ନାହିଁ । ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ହେଲେ ଏତିକି ବେଳେ ଗୋପାଳ ଦାସଙ୍କ ସମର୍ଥନରେ ବାହାରିଛନ୍ତି ମିନତୀ ବହିଦାର ।

ତାଙ୍କ କହିବା ଅନୁଯାୟୀ କାହିଁକି ଗୋପାଳ ଦାସ ହସିବନି କାନ୍ଦିବ ? ଗୋପାଳ ଏମିତି କଣ କରିଛି ଯେ ଗୋପାଳ କାନ୍ଦିବ । ଗୋପାଳ ଅ-ତ୍ୟାଚାରୀକୁ ମାରି କିଛି ଭୁଲ କରିଛି କି ଏମିତି ପ୍ରଶ୍ନ କରିଛନ୍ତି ମିନତୀ ବହିଦାର । ଗୋପାଳ କିଛି ବି ଭୁଲ କରିନି ତେଣୁ ଗୋପାଳ ଅନୁତାପ କରୁନି । ଗୋପାଳ ଗୋଟେ ଅତ୍ୟାଚାରୀକୁ ମାରି ଠିକ କରିଛି ତେଣୁ ଗୋପାଳ ହସୁଛି । ଗୋପାଳ ଖୁସି ହେବା ମଧ୍ୟ ଉଚିତ ।

ଗୋପାଳ ଏଥିପାଇଁ ଖୁସୀ ଅଛି କାରଣ ଗୋପାଳ ରକ୍ତ ସୋସୁଥିବା ଏକ ମଶାକୁ ମାରିଛି । ଗୋପାଳ ଭଲ କରିଛି ତେଣୁ ଗୋପାଳ ହସୁଛି । ଗୋପାଳ ଭଲ ମଣିଷ ସେ ପୋଲିସ ଚାକିରୀ କରି ମଧ୍ୟ ତା ଆକାଉଣ୍ଟରେ ଟଙ୍କାଟିଏ ନାହିଁ ଲୋନ କରିକି ଗୋପାଳ ଘର କରିଛି । ଏଥିରୁ ଆପଣ ମାନେ ଭାବନ୍ତୁ ଗୋପାଳର ଟିକେ ହେଲେ ଲୋଭ ନାହିଁ ।

ଏଥିରୁ ଅନୁମାନ କରନ୍ତୁ ଗୋପାଳ ଭଲ ମଣିଷ କି ଖରାପ ମଣିଷ । ହେଲେ ଯେତେବେଳେ ଗୋପାଳ ଅନୁଭବ କଲା ପାପର ଭାର ଅଧିକ ହୋଇଗଲା ସେତେବେଳେ ଗୋପାଳ ଭିଆଇଲା ଏଭଳି ଜଘନ୍ୟ କାଣ୍ଡ । ସେଥିପାଇଁ ଗୋପାଳ ଭଗବାନ ସାଜି କଳିଯୁଗର କୃଷ୍ଣ ହୋଇ ନବ ଦାସଙ୍କୁ ହତ୍ୟା କରିଦେଲା । ସେଥିପାଇଁ ମୁ ଖୁସି ଅଛି । ଗୋପାଳ ଆଦୌ ଖରାପ ଲୋକ ନୁହେଁ ଗୋପାଳ ବହୁତ ଭଲ ମଣିଷ ।

ଗୋପାଳ ଜଣେ ଭଲ ଗାୟକ । ଯିଏ ଭଲ ଗୀତ ଗାଇ ପାରେ ସେ କେବେ ଖରାପ ମଣିଷ ହୋଇ ନଥାଏ । ଗୋପାଳ ହେଉଛି କଳିଯୁଗର କୃଷ୍ଣ ସେ ପାପର ବିନାଶ କରିଛି । ଗୋପାଳ ଭଗବାନଙ୍କୁ ବିଶ୍ୱାସ କରେ । ସେ କେବେ ହେଲେ ଗୋଟେ ଭଲ ମଣିଷର ଜୀବନ ନେଇ ପାରିନଥାନ୍ତା ସେ କେବଳ ଗୋଟେ ପାପୀର ଜୀବନ ନେଇଛି ।

ଗୋପାଳ ଭଗବାନଙ୍କୁ ଏତେ ବିଶ୍ୱାସ କରେ ଯେ ମଞ୍ଚ ଉପରେ ଆଗରୁ ଅନେକ ଥର ଗୀତ ଗାଇଛି । ଆଉ ଏବେ ଗୋପାଳ ଜେଲ ଭିତରେ ଭଜନ ଗାଉଛି । ସେଥିପାଇଁ ତ ଗୋପାଳ ଦାସକୁ ଦେଖିବାକୁ ଜେଲ ଭିତରେ ନାହିଁ ନଥିବା ଭିଡ଼ ଜମୁଛି । କଏଦୀ ମାନେ ଗୋପାଳକୁ ନମସ୍କାର କରୁଛନ୍ତି । ଗୋପାଳଙ୍କୁ ଦେଖିବାକୁ ସମସ୍ତଙ୍କ ମନ ଭିତରେ ଢ଼େର ସାରା ଉତ୍ସାହ। ହେଲେ ମୁଁ ଏବେ ଶୁଣିବାକୁ ପାଉଛି କି ଗୋପାଳ କୁଆଡେ ଖାଇବାକୁ ଭାରି ପସନ୍ଦ କରୁଛି । ଆଉ ମୁଁ ଏ କଥା ମଧ୍ୟ ଶୁଣିବାକୁ ପାଉଛି କି କୁଆଡେ ଜେଲ ଖାଦ୍ୟ ଗୋପାଳର ପସନ୍ଦ ଆସୁ ନାହିଁ । ମାଂସ ଭାତ ଭଜା କୁଆଡେ ଗୋପାଳକୁ ଭଲ ଲାଗୁନି । ଉପମା ତରକାରୀ କୁଆଡେ ଗୋପାଳକୁ ଭଲ ଲାଗୁନି । ଗୋପାଳ ଚାହୁଁଛି ଟିକେ ଦହି ପଖାଳ ଆଉ ଆଳୁ ଚକଟା ।

ଗୋପାଳ ବ୍ୟସ୍ତ ହୁଅନି ମୁଁ ତୁମ ପାଇଁ ପାଖାଳ ଆଉ ଆଳୁ ଚକଟା ନେଇକି ଯିବି । ତୁମେ ଖାଇବ ତୁମେ ଶାନ୍ତିରେ ଖାଇବ । ତୁମେ ଖୁସି ହୋଇ ଖାଇବ । ତୁମ ମନ ଶାନ୍ତି ହେଇଯିବ । ଏମିତି କିଛି କହି ଗୋପାଳର ଢ଼େର ପ୍ରସଂଶା କରିଛନ୍ତି ମିନତୀ ବହିଦାର । ପ୍ରଥମରୁ ଗୋପାଳର ଏତେ ପ୍ରସଂଶା କରୁଥିବା ମିନତୀ ବହିଦାର ଗଣମାଧ୍ୟମରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ।

ନବ ଦାସ ହତ୍ୟାକାରୀ ଗୋପାଳ ଦାସ ବର୍ତ୍ତମାନ ଜେଲ ଭିତରେ ଥିବା ବେଳେ ତାଙ୍କୁ ଜେଲର ଖାଇବା ପସନ୍ଦ ଆସୁନି ତେଣୁ ଗୋପାଳ ଦାସ କହୁଛି ସେ ପଖାଳ ଖାଇବ ଆଉ ତା ପାଇଁ କୁଆଡେ ମିନତୀ ବହିଦାର ପଖାଳ ନେଇକି ଯିବେ ଖାଇବାକୁ ଦେବା ପାଇଁ ।

Leave a Reply

Your email address will not be published. Required fields are marked *