ଦେଖନ୍ତୁ ଭିଡ଼ିଓ:- ନିର୍ବନ୍ଧ ପରେ ଭାଇରାଲ ହେଲା ମିଷ୍ଟର ଗୁଲୁଆ ଏବଂ ବର୍ଷାଙ୍କ ରୋମାଣ୍ଟିକ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ତେବେ ଏହି ଭିଡ଼ିଓ ଯେତେବେଳେ ସୋସିଆଲ ମିଡ଼ିଆରେ ପୋଷ୍ଟ ହୁଏ ସେତେବେଳେ ଖୁବ ମାତ୍ରରେ ୟୁଜର ମାନେ ସେୟାର ଭାଇରାଲ କରିଥାନ୍ତି। ତେବେ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ରିଲସ ଭିଡ଼ିଓ ଓ ସର୍ଟ ଭିଡ଼ିଓ ଖୁବ ଲୋକ ପ୍ରିୟତା ହାସଲ କରିଛି। ତେବେ ଏହି ପ୍ଲାଟ ଫର୍ମ ଜରିଆରେ ଅନେକ ନିଜର କଳା ଓ ଦକ୍ଷତା ଲୋକମାନଙ୍କ ସମ୍ମୁଖକୁ ଆଣି ପାରିଛନ୍ତି।

ତେବେ ଆପଣ ମାନେ ସମସ୍ତେ ହାସ୍ୟ କଳାକାର ମିଷ୍ଟର ଗୁଲୁଆ ଙ୍କୁ ଜାଣିଥିବେ। ଯିଏକି ଛୋଟ ପରଦା ଅର୍ଥାତ ୟୁଟୁବ୍ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବର୍ତ୍ତମାନ ସେ ଏବେ ସାରା ଓଡ଼ିଶାରେ ଖୁବ ପରିଚିତ ହୋଇଛନ୍ତି। ସେ ଜଣେ ପ୍ରସିଦ୍ଧ କମେଡିଆନ୍ ତାଙ୍କ ମଜାଦାର କଥାରେ ଅନେକ ଲୋକଙ୍କୁ ମୁଗ୍ଧ କରି ଦିଅନ୍ତି। ଆଜି ସେହି କଳାକାରଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ନିଜର ଜୀବନ ସାଥି ବାଛି ସାରିଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗୁଲୁଆ ନିଜ ଦୀର୍ଘ ଦିନର ପ୍ରେମିକା ବର୍ଷାକୁ ମୁଦି ପିନ୍ଧାଇଛନ୍ତି। ତେବେ ଦୁହେଁ ପରସ୍ପରକୁ ପ୍ରେମ କରି ଆସୁଥିଲେ ଏବଂ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବର୍ଷା ମଧ୍ୟ ଗୁଲୁଆଙ୍କ ସହ ମିଶି ଅନେକ କମେଡି ଭିଡ଼ିଓ କରିଛନ୍ତି। ମିଷ୍ଟର ଗୁଳୁଆଙ୍କ କମେଡି ଭିଡିଓରେ ପ୍ରାୟତଃ ଆପଣ ଗୋଟିଏ ଝିଅକୁ ଦେଖିଥିବେ। ଗୁଲୁଆଙ୍କ ସହ ଅନେକ ଭିଡ଼ିଓରେ ଆପଣ ବର୍ଷାଙ୍କୁ ଦେଖିବାକୁ ପାଇବେ।

ତେବେ ଗୁଲୁଆଙ୍କ ନିର୍ବନ୍ଧ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୁଣି ଆଉ କିଛି ଭିଡ଼ିଓ ଭାଇରାଲ ହେବାରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଗୁଲୁଆ ଓ ବର୍ଷା ଉଭୟ ମିଶି କରିଥିବା କିଛି ରୋମାଣ୍ଟିକ ଭିଡ଼ିଓ ଭାଇରାଲ ହେଉଛି। ଯାହାକି ଲୋକମାନେ ଗୁଲୁଆ ଏବଂ ସାଥି ବର୍ଷାଙ୍କୁ ଖୁବ ପସନ୍ଦ କରୁଛନ୍ତି। ସେଥିପାଇଁ ଦୁହିଁଙ୍କ ରୋମାଣ୍ଟିକ ଭିଡ଼ିଓକୁ ଖୁବ ସେୟାର କରୁଛନ୍ତି।

Leave a Reply

Your email address will not be published. Required fields are marked *