ଶ୍ରଦ୍ଧାଞ୍ଜଳି ଖୋଲିଲେ ଗୁମର , ଜଗବନ୍ଧୁଙ୍କୁ ଫସାଇଥିଲେ ଅର୍ଚ୍ଚନା , ଆଉ ସେପଟେ ଖଗେଶ୍ବର ସହିତ କରୁଥିଲେ ଖେଳ

ଦୀର୍ଘ ଦିନ ବିତି ଯିବା ପରେ ସମସ୍ୟାର କିଛି ବି ସମାଧାନ ବାହାରି ପାରୁ ନାହିଁ। ସେମିତି ହିଁ ଜେଲର ଚାରି କାନ୍ଥ ମଧ୍ୟରେ ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ ଦିନ ରାତି କାଟୁଛନ୍ତି। କିନ୍ତୁ ସେମାନଙ୍କର ବାହାରକୁ ବାହାରିବା ପାଇଁ କିଛି ବି ବନ୍ଦୋବସ୍ତ ହୋଇ ପାରୁ ନାହିଁ । ହାଇକୋର୍ଟ ଜାମିନ ଆବେଦନ ଖାରଜ କରି ସାରିଥିବା ବେଳେ ବର୍ତ୍ତମାନ ଇଡି ଜାଲରେ ପଡି ଯାଇଛନ୍ତି ଅର୍ଚ୍ଚନା । ଆଉ ସେଥିରୁ ମୁକୁଳିବା ପାଇଁ ବାଟ ଫିଟୁନାହିଁ । ତେବେ ଏହା ମଧ୍ୟରେ ଲୋକ ମାନେ ଅନାଇ ବସିଛନ୍ତି କେବେ ଅର୍ଚ୍ଚନା ନାଗ ମାମଲା ସମାଧାନ ହେବ ।

ତେବେ ଅନ୍ୟ ପକ୍ଷରେ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ସବୁ ପେଡିର ଗୁମର ଖୋଲିଛନ୍ତି । ଆଉ ଗୋଟି ଗୋଟି କରି ସେ ସବୁ ଓଗାଳୀ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ , ଅର୍ଚ୍ଚନା ସବୁ ନାଟର ଗୋବର୍ଦ୍ଧନ ଅଟନ୍ତି । ସେ ହିଁ ସବୁ ଡିଲ୍ ଫାଇନାଲ କରନ୍ତି । ଏଇ ଯେପରି ଅକ୍ଷୟ ପରିଜା ମାମଲାରେ ମଧ୍ୟ ସେ ଡ଼ିଲ୍ କରିଥିଲେ । ଆଉ ଅକ୍ଷୟ ପରିଜାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ କହିଥିଲେ । ଆଉ ଏହା ବ୍ୟତୀତ ହୋଟେଲ ରୁମକୁ ମଧ୍ୟ ଅକ୍ଷୟଙ୍କୁ ଡାକିବା ପୂର୍ବରୁ ସବୁ କ୍ୟାମେରା ସେଟ କରିଥିଲେ ।

ଏହା ପଛରେ ମୁଖ୍ୟ ହାତ ଅର୍ଚ୍ଚନା ଆଉ ଖଗେଶ୍ବରଙ୍କ ରହିଥିଲା । ଏଥିରେ ଆଦୌ କିଛି ଜାଣି ନଥିବା ବ୍ୟକ୍ତି ଥିଲେ ଜଗବନ୍ଧୁ । ତାଙ୍କ ପିଠି ପଛ ପଟେ ଅର୍ଚ୍ଚନା ଖଗେଶ୍ବରଙ୍କ ଖେଳ ଚାଲିଥିଲା । ଆଉ ସେମାନେ ମିଶି କରି ସବୁ କାମ କରୁଥିଲେ । ହୋଟେଲରେ ସେମାନେ କ୍ୟାମେରା ଲଗାଇ ଦେଇଥିଲେ । ଆଉ ସେହି ସବୁ ଭିଡ଼ିଓ ମଧ୍ୟ ଭାଇରାଲ କରିଥିଲେ । ଆଉ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରିବା ପାଇଁ ଶ୍ରଦ୍ଧାଙ୍କୁ କହିଥିଲେ । ଆଉ ଏହାପରେ ଅର୍ଚ୍ଚନା ଶ୍ରଦ୍ଧାଙ୍କ ଓକିଲ ହୋଇ ଅକ୍ଷୟଙ୍କ ସହିତ କଥା ହେବା ପାଇଁ ଯାଇଥିଲେ । ତାଙ୍କୁ ତିନି କୋଟି ଟଙ୍କା ମଧ୍ୟ ମାଗିଥିଲେ ।

ଆଉ ଏହାପରେ ଟଙ୍କା ପାଇବା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ମାତ୍ର ୫୦ ହଜାର ଦେଇ କରି ଖଗେଶ୍ବର ଆଉ ସେ ନିଜେ ଭାଗ ବଣ୍ଟା କରି ନେଉଥିଲେ ବୋଲି ଶ୍ରଦ୍ଧାଞ୍ଜଳୀ କହିଛନ୍ତି । ଏପରି ନାରୀ ଏ ସମାଜ ପ୍ରତି କଳଙ୍କ ବୋଲି ସେ କହିଛନ୍ତି । ଆଉ ଏହାପରେ ଅର୍ଚ୍ଚନା ରାଗି ଯାଇ କାହାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି । ଆଉ ତାଙ୍କ ପାଞ୍ଚ ବର୍ଷର ଛୋଟ ପୁଅର ଲୁହ ସମସ୍ତଙ୍କ ଉପରେ ପଡ଼ିବ ବୋଲି ସେ କହିଛନ୍ତି । ତେବେ ଏହାରି ମଧ୍ୟରେ ଇଡି ତଦନ୍ତ ଚଳାଇ କହିଛି କି , ସବୁ ଆଗକୁ ଜଣା ପଡ଼ିବ। ଆଉ ସମସ୍ତଙ୍କ କଳା କାରନାମା ଧରା ପଡ଼ିଯିବ ବୋଲି ଇଡି କହିଛନ୍ତି ।

Leave a Reply

Your email address will not be published. Required fields are marked *