ପେଟ କାଟିବାରୁ ଡ଼ାକ୍ତରଙ୍କ ପାଖକୁ ଯାଇଥିଲେ କିନ୍ତୁ ଡ଼ାକ୍ତର ଦେହର ସବୁ ଯାଗାକୁ ଛୁଇଁଦେଲେ।

ଈଶ୍ବରଙ୍କ ପରେ ମଣିଷ ଡ଼ାକ୍ତରମାନଙ୍କୁ ଭଗବାନ୍ ବୋଲି ମାନନ୍ତି କିନ୍ତୁ ଆଜିର କେତେ ଗୁଡିଏ ଡ଼ାକ୍ତରମାନଙ୍କ ପାଇଁ ଲୋକମାନେ ଡାକ୍ତରଖାନା ଯିବାକୁ ରାଜି ହେଉନାହାନ୍ତି। ବାରିପଦାର ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲରେ ଏମିତି ଏକ ଜଘନ୍ୟ ମାମଲା ଦେଖିବାକୁ ମିଳିଛି।

ବାରିପଦା ଆଦିବାସୀ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କର ରାତିରେ ପେଟ କଣ ହେଲା। ଛାତ୍ରୀଙ୍କର ମାଆ ଏବଂ ହଷ୍ଟେଲ ଅଧିକାରୀ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲକୁ ଆଣିଲେ। ରାତିରେ ଅଧିକ ଡ଼ାକ୍ତର ନଥିବାରୁ ଛାତ୍ରୀଙ୍କ ମାଆ ଶିଶୁ ବିଭାଗୀୟ ଡ଼ାକ୍ତର ସୌରଭ ଉପାଧାୟଙ୍କୁ ଝିଅର ଚିକିତ୍ସା ପାଇଁ କହିଲେ।

ଡ଼ାକ୍ତର ସୌରଭ ଛାତ୍ରୀଙ୍କ ସହିତ ଆସିଥିବା ହଷ୍ଟେଲ ଅଧିକାରୀଙ୍କୁ ରୁମ୍ ବାହାରକୁ ଯିବାକୁ କହିଲେ କିନ୍ତୁ ସେ ମନା କରିବାରୁ ଡ଼ାକ୍ତର ତାଙ୍କୁ ରୁମ୍ ବାହାରକୁ ଯିବାକୁ ବାଧ୍ୟ କଲେ। ହଷ୍ଟେଲ ଅଧିକାରୀଙ୍କ ରୁମ୍ ବାହାରକୁ ଆସିବା ପରେ ଡ଼ାକ୍ତର ଜଣଙ୍କ ଛାତ୍ରୀଙ୍କୁ ବେଡ୍ ଉପରେ ଶୋଇବାକୁ କହିଲେ ଏବଂ ପେଟକୁ ଛୁଇଁବା ବାହାନାରେ ଶରୀରର ଅନ୍ୟ ପ୍ରାଇଭେଟ୍ ଜାଗାକୁ ଛୁଇଁଲେ। ତା’ପରେ ସେ ଅଧିକ କିଛି କରିବାକୁ ଗଲା ବେଳେ ଝିଅଟି କାନ୍ଦି କାନ୍ଦି ଦଉଡ଼ି ଆସି ହଷ୍ଟେଲ ଅଧିକାରୀ ଏବଂ ମାଆଙ୍କୁ ସବୁ କଥା କହିଲେ।

ହଷ୍ଟେଲ ଅଧିକାରୀ ସବୁ କଥା ଜାଣିବା ପରେ ଡାକ୍ତରଙ୍କୁ ସେଠାର ଅଟକ ରଖି ପୋଲିସ୍ ଙ୍କୁ ଡ଼ାକିଲେ। ଝିଅଙ୍କ ମାଆ ଏବଂ ନାବାଳିକାଙ୍କ ଅଭିଯୋଗରେ ବାରିପଦା ପୋଲିସ୍ ଡ଼ାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକାଙ୍କ ମାଆ ଏବଂ ହଷ୍ଟେଲ ଅଧିକାରୀ କହିଛନ୍ତି ଡାକ୍ତର ଜଣଙ୍କ ମଦ ପିଇ ଚିକିତ୍ସା କରୁଥିଲେ। ସେଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯାଉ। କିନ୍ତୁ ଡାକ୍ତର ସୌରଭ ଉପାଧାୟ କହିଛନ୍ତି ସେ ଝିଅଙ୍କ ସହ କିଛି ଖରାପ୍ କାମ କରି ନାହାନ୍ତି। ସେ କେବଳ ନିଜ କର୍ତ୍ତବ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *