ଜ୍ୟୋତିଷ ଶାସ୍ତ୍ର:- ପ୍ରେମ ବିବାହରେ ବାଧା ଉପୁଜୁଛି କି ? ପ୍ରେମିକ ପ୍ରେମିକା ସହ ବିବାହ କରି ପାରୁ ନଥିଲେ ଏହି ଉପାୟ ଅବଲମ୍ବନ କରନ୍ତୁ।

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ମଣିଷ ଜନ୍ମ ହେବା ସମୟରେ ତାହାର କୁଣ୍ଡଳୀ ସହ ଜନ୍ମ ନେଇଥାଏ। ତେବେ ସେ ତାହା ଜୀବନରେ କଣ କରିବ ଏବଂ କେତେ ଦିନ ବଞ୍ଚିବ ତାହା ମଧ୍ୟ ଉଲ୍ଲେଖ ରହିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ମଣିଷର ଜୀବନ ନିର୍ଦ୍ଧାରଣ କରିଥାଏ।

ପ୍ରେମ କେତେବେଳେ କାହାକୁ ଓ କେଉଁ ସମୟ ହୋଇଯାଏ ତାହା କହି ହୁଏ ନାହିଁ। ତେବେ ପ୍ରେମରେ ପଡିବା ପରେ ପ୍ରତ୍ୟେକ ପ୍ରେମୀ ଯୁଗଳ ବିବାହର ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ବିବାହ ପ୍ରଶ୍ନ ଉଠିବା ପରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବାର ଲୋକଙ୍କ ସହମତି ମିଳି ନଥାଏ ନଚେତ ପ୍ରେମୀ ଯୁଗଳଙ୍କ ମନ ମତାନ୍ତର ଦେଖା ଯାଇ ବିବାହ ଭାଙ୍ଗି ଯାଇଥାଏ। ତେବେ ଏଭଳି ସମସ୍ୟା ଉପୁଜୁ ଥିଲେ କିପରି ସଫଳ ପାଇବ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ପ୍ରଥମେ ହେଉଛି ଯେଉଁ ପ୍ରେମୀ ଯୁଗଳଙ୍କ ବିବାହରେ ବାଧା ସୃଷ୍ଟି ହେଉଛି ତେବେ ସେମାନେ ପ୍ରତି ଗୁରୁବାର ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏହା ପରେ ସ୍ପଟିକ ମାଳାରେ “ଓଁ ଲକ୍ଷ୍ମୀ ନାରାୟଣ ମନ୍ତ୍ର” ଜପ କରନ୍ତୁ। ତେବେ ଏହାକୁ ୩ ମାସ ପର୍ଯ୍ୟନ୍ତ କରିବା ଦ୍ୱାରା ଦେଖିବେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

ଦ୍ୱିତୀୟରେ ଯଦି ପ୍ରେମିକର ମନ ବାରମ୍ବାର ବଦଳି ଯାଉଛି ବିବାହକୁ ନେଇ ତେବେ ପ୍ରତ୍ୟେକ ଗୁରୁବାର ଦିନ କନ୍ୟା ମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବାକୁ କୁହନ୍ତୁ। ଦେଖିବେ ସୁଫଳ ପାଇବେ।

ତୃତୀୟରେ ପ୍ରେମ ବିବାହ କରି ପାରୁ ନଥିବା ପ୍ରେମୀ ଯୁଗଳ ପ୍ରତ୍ୟେକ ଗୁରୁବାର ଦିନ ମନ୍ଦିର ଯାଇ ଭଗବାନଙ୍କ ନିକଟରେ ପୂଜା କରନ୍ତୁ। ଏହା ପରେ ଏହି ପ୍ରସାଦକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ପ୍ରେମ ବିବାହର ରାସ୍ତା ଖୋଲି ଯିବ।

ଚତୁର୍ଥରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରେମ ବିବାହରେ କୌଣସି ବି ପ୍ରକାର ବିଳମ୍ବ ହେଉଥିଲେ ମା’ ଦୁର୍ଗାଙ୍କ ପୂଜା କରିବା ଲାଭଦାୟୀ ହୋଇଥାଏ। ତେବେ ଉଭୟ ପ୍ରେମିକା ଓ ପ୍ରେମିକ ନିକଟସ୍ଥ ଦୁର୍ଗା ମନ୍ଦିରକୁ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କଲେ ସୁଫଳ ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *