ଯବାନଙ୍କ ହାତକୁ ଗୁ-ଳି ମା-ରିବା ପଡ଼ିଲା ମହଙ୍ଗା । ଇଟାର ଜବାବ ସିଧା ପଥରରେ ଆଉ ଉଡ଼ାଇ ଦେଲେ ଦାସୁରର ମୁଣ୍ଡ ।

ସେହି ଗୋଟିଏ ମୁଣ୍ଡ ଯାହାକୁ ସବୁ ଯବାନ ଖୋଜୁଥିଲେ ଏବଂ ଏଥିପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା ଯେ ଯିଏକି ଠିକଣା କିମ୍ବା ହିଣ୍ଟସ ଦେବ ତାକୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୫ ଲକ୍ଷ ଟଙ୍କା ମିଳିବ । ଆଉ ସେହି ଗୋଟିଏ ମୁଣ୍ଡ ବର୍ତ୍ତମାନ ଯବାନ ମାନଙ୍କୁ ମିଳି ଯାଇଛି । ଆଜ୍ଞା ହଁ ! ଜଣେ କୁଖ୍ୟାତ ମାଓବାଦୀଙ୍କୁ ଧରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଲୁଚି ଲୁଚି ଷଡ଼ଯନ୍ତ୍ର ରଚୁଥିବା ସେହି ଦୁର୍ଦାନ୍ତ ମାଓବାଦୀକୁ ଧରିବା ପାଇଁ , ପୋଲିସ ପ୍ରଶାସନ ଏହି ପୁରସ୍କାର ରାଶି ଘୋଷଣା କରିଥିଲା । ଅନେକ ଦିନ ଧରି ସୁରକ୍ଷାକର୍ମୀ ମାନେ ଏହି ସର୍ଚ୍ଚ କାମ କରୁଥିଲେ ଏବଂ ମାଓବାଦୀଙ୍କୁ ଖୋଜିବା ପାଇଁ କୌଣସିବି ଉପାୟ ଅପଣାଇବାକୁ ପ୍ରସ୍ତୁତ ଥିଲେ ।

ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଗତ ଶନିବାର ଦିନ ରାତିରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ କାକିରୀକୁମ୍ପା ଗାଁରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମାଓ ସଂଗଠନ କେକେବିଏନ ଡିଭିଜନାଲ କମିଟି ସଦସ୍ୟ ତଥା କମାଣ୍ଡର ଗୁଡୁ ମାରାଣ୍ଡି ଅର୍ଥାତ ଦାଶୁରଙ୍କୁ ପ୍ରାଣ ହରାଇଛି । ଜଙ୍ଗଲ ଭିତରେ ଭିତରେ ବୁଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଘୁରି ବୁଲୁଥିଲା ଏବଂ ଖାଲି ସେତିକି ନୁହେଁ ।

ଷଡ଼ଯନ୍ତ୍ର ରଚି ସେନାଙ୍କ କ୍ୟାମ୍ପ ଉପରକୁ ମଧ୍ୟ ଆକ୍ରମଣ କରୁଥିଲା । ସେନାବାହିନୀ ଏବଂ ପୋଲିସ ମାନଙ୍କର ରକ୍ତ ବୋହିଲେ ସେ ଖୁସି ହେଉଥିଲା । ସେହି ଗୋଟିଏ ମାଓନେତା ଶହ ଶହ ଯବାନଙ୍କ ନେଇ ଯାଉଥିଲା । ଦୀର୍ଘ ୧୫ ବର୍ଷ ଧରି କନ୍ଧମାଳ ଏବଂ ବୌଦ୍ଧ ଅଞ୍ଚଳରେ ଲାଲବାହିନୀର ନେତୃତ୍ୱ ନେଇଥିବା ଦାଶୁର , ରାଜ୍ୟ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଥିଲା ।

ତେବେ ପୋଲିସ ରେକର୍ଡ଼ ଅନୁଯାୟୀ ଏହି ଦୁର୍ଦାନ୍ତ ମାଓବାଦୀ ନେତା ହତ୍ୟା ଏବଂ ଲୁଣ୍ଠନ ଭଳି ୨୨ ରୁ ଅଧିକ ମାମଲାରେ ଜଡ଼ିତ ଥିବା ବେଳେ , ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରହିଥିଲା । ବର୍ତ୍ତମାନ ଯବାନ ଏବଂ ମାଓ ସଂଗଠନ ମଧ୍ୟରେ ମୁହାଁମୁହିଁ ହେବା ଫଳରେ କେକେଭେନ ଡିଭିଜନାଲ କମିଟିର କମାଣ୍ଡର ଦାଶୁରର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ କାକିରିକୁମ୍ପା ଗ୍ରାମ ନିକଟରେ ମାଓବାଦୀ ମାନେ ଯବାନ ମାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିବା ବେଳେ ବିସ୍ଫୋରଣ କରିଥିଲେ

ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଓଲଟା ଗୁଳି ଚାଳନା କରିଥିଲା । ଅପରେସନ ସମୟରେ ଜଣେ ଡିପିଏଫ ଯବାନ ଗୁରୁତର ହୋଇଥିଲେ କିନ୍ତୁ ତଥାପି ସେ ହାର ମାନି ନଥିଲେ ଏବଂ ଇଟାର ଜବାବ ପଥରରେ ଦେଇଥିଲେ । ଲୁଚି ଲୁଚି ମାଓବାଦୀଙ୍କୁ ଆକ୍ରମଣ କରି ଘାଇଲା କରିଥିଲେ । ତେବେ ବର୍ତ୍ତମାନ ଗୁରୁତର ଥିବା ଡିପିଏଫ ଯବାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ।

Leave a Reply

Your email address will not be published. Required fields are marked *