ତୃଷ୍ଣା ରାହୁଲ ନିର୍ବନ୍ଧ । ଏମିତି ରାସ୍ତାରୁ ଆରମ୍ଭ ହୋଇଥିଲା ଲୋଭ୍ ଷ୍ଟୋରି ଏବଂ ୧୦ ବର୍ଷ ପରେ ଆଜି ହେଲେ ଏକାଠି ।

ଆଜିକାଲିକା ଜମାନାରେ ପ୍ରେମ ସମ୍ବନ୍ଧ ଏକ ମାସବି ତିଷ୍ଠିବା ଯେଉଁଠି କଷ୍ଟକର ହୋଇ ଯାଉଛି ସେଠାରେ ଏଭଳି ଏକ ରିଲେଶନଶିପ ଯାହାକି ୧୦ ବର୍ଷ ହେବ ଚାଲି ବର୍ତ୍ତମାନ ଏକ ଦୃଢ଼ ବନ୍ଧନରେ ବାନ୍ଧି ହେବାକୁ ଯାଉଛି । କୁହାଯାଏ ଯେ ସେହି ରିଲେଶନଶିପ ଉପଯୁକ୍ତ ଯେଉଁଥିରେ ବ୍ରେକ-ଅପ ଏବଂ ପ୍ୟାଚଅପ ରହୁଥିବ ।

ଆଉ ତୃଷ୍ଣା ଏବଂ ରାହୁଲଙ୍କ ରିଲେଶନଶିପରେ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଛି । ଉଭୟଙ୍କୁ ସେମାନଙ୍କ ଫ୍ୟାନ୍ସ ଏବଂ ଲୋକେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କାରଣ ଉଭୟଙ୍କ ଲୋଭ୍ ଷ୍ଟୋରୀ ମଧ୍ୟ ସେମିତି କିଛି ନିଆରା । ଦୁହିଁଙ୍କର ରିଙ୍ଗ ସେରିମନି ଚାଲିଥିବା ସମୟରେ ଉଭୟଙ୍କୁ ଏମିତି କିଛି ପ୍ରଶ୍ନ କରାଯାଇଥିଲା , ଯାହାରାହୁଲ ବେଶ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛନ୍ତି ।

ରାହୁଲ ଏବଂ ତୃଷ୍ଣା ବ୍ଲଗସ ଜରିଆରେ ଅଧିକାଂଶ ଲୋକେ ତାଙ୍କୁ ଜାଣିଥିବେ । ଏହାପରେବି ତୃଷ୍ଣା ଜଣେ ଅଲିଉଡ଼ ଅଭିନେତ୍ରୀ ଅଟନ୍ତି । କିନ୍ତୁ ତାଙ୍କର ଲୋଭ୍ ଲାଇଫ ଖୁବ ସଫଳ ରହିଛି । ଯାହାର କାରଣ ମଧ୍ୟ ସେ କହିଛନ୍ତି । ରାହୁଲ କହିଛନ୍ତି ଯେ ତୃଷ୍ଣାଙ୍କ ସହିତ ତାଙ୍କର ଲୋଭ୍ ଷ୍ଟୋରୀ ରୋଡ଼ରୁ ଆରମ୍ଭ ହୋଇଥିଲା ।

ରୋଡ଼ରେ ତୃଷ୍ଣା , ରାହୁଲଙ୍କୁ ଭାଇ ବୋଲି ସମ୍ବୋଧନ କରି ଗାଡ଼ି ହଟାଇ ଦେବାକୁ କହିଥିଲେ । ଆଉ ତାପରେ ପରେ ଉଭୟ ଫେସବୁକ ଜରିଆରେ ପରସ୍ପର କଣ୍ଟାକ୍ଟରେ ଆସିଥିଲେ । ସେହିଠାରୁ କଥାବାର୍ତ୍ତା ହେବା ପରେ ମୋନାଲି ଭୁଲିବାକୁ ଉଭୟ ଯାଇଥିଲେ । ଧୀରେ ଧୀରେ ଉଭୟଙ୍କ ପ୍ରତି ଫିଲିଙ୍ଗସ ଆସିବା ପରେ ରାହୁଲ ତୃଷ୍ଣାଙ୍କୁ ପ୍ରୋପୋଜ କରିଥିଲେ ।

ସେବେଠାରୁ ଆଜିକୁ ପୁରା ୧୦ ବର୍ଷ ହୋଇ ଯାଇଛି ରିଲେଶନଶିପକୁ ଏବଂ ଦୁହେଁ ନିଜ ସମ୍ପର୍କର ଏକ ଏକ ପାହାଚ ଉପରକୁ ଉଠିଛନ୍ତି ଏବଂ ଉଭୟଙ୍କର ନିର୍ବନ୍ଧ ହୋଇଛି । ଉଭୟେ ମାନିଛନ୍ତି ଯେ ରିଲେଶନଶିପକୁ ଏତେ ଦିନ ତିଷ୍ଠିବା ପଛରେ ଉଭୟଙ୍କ ହାତ ରହିଛି । ପୁଣି ରାହୁଲ ଏବଂ ତୃଷ୍ଣାଙ୍କ ମଧ୍ୟରେ ୭ ବର୍ଷର ପାର୍ଥକ୍ୟ , ପୁଣି ରାହୁଲ ସବୁବେଳେ ଜଣେ ବାପା ଭଳି ତୃଷ୍ଣାଙ୍କର ସବୁ କଥା ବୁଝିବା ସହିତ ତାଙ୍କର ଯତ୍ନ ମଧ୍ୟ ନିଅନ୍ତି ।

ଆଉ ଆଗକୁ ମଧ୍ୟ ରିଲେଶନଶିପ ସେମିତି ଦୃଢ଼ ରହିବ ବୋଲି ସେ କହିଛନ୍ତି । ତେବେ ବିବାହ କଥା କହିଲେ ଉଭୟେ ପ୍ରାୟ ୬-୭ ମାସ ପରେ ବିବାହ କରି ପାରନ୍ତି କାରଣ ପରିବାରରେ କିଛି ଆପୋସ ସମସ୍ୟା ଥିବାରୁ ଦୁହେଁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *