ସ୍ୱାମୀକୁ କବାଟ କିଳି ଶାଶୁକୁ ନାଳକୁ ଫିଙ୍ଗିଦେଲା ନାଇଟି ପିନ୍ଧା ବୋହୂ । ଯାହାକୁ ଜାଣିବା ପରେ ନିନ୍ଦା କରୁଛନ୍ତି ଲୋକେ ।

କୁହାଯାଏ ଯେ ଯେତେବେଳେ ବାପା ମା’ଙ୍କୁ ବୟସ ହୋଇଯାଏ ସେମାନେ ଛୋଟ ପିଲା ହୋଇ ଯାଆନ୍ତି । ଯେମିତି ଛୋଟ ବେଳେ ପିଲା ଝାଡ଼ା ପରିସ୍ରା କଲେ ତାଙ୍କୁ ଫିଙ୍ଗି ଦିଆଯାଇ ନଥାଏ । ଏହି ସମୟରେ ଶିକ୍ଷା କରିବା ଉଚିତ ଯେ କେଉଁ ବୟସରେ କାହା ସହିତ କିଭଳି ବ୍ୟବହାର କରାଯିବା ଉଚିତ ।

ଛୋଟ ବେଳେ ଯେଉଁ ପୁଅକୁ ମା’ଟିଏ ନଖାଇ ନିଜ ପେଟ କାଟି କହିବାକୁ ଦେଇଥାଏ ସେହି ମା’ ର ବୟସ ହୋଇଗଲେ ପୁଅ ତାର ଠିକ ଯତ୍ନ କରିବା ଉଚିତ । କିନ୍ତୁ ଘରକୁ ବୋହୂ ଆସିଲେ ମଧ୍ୟ ସେହିଭଳି ଯତ୍ନ କରିବା ଉଚିତ । କିନ୍ତୁ ଆଜିକା ସମୟରେ ଯେଉଁଭଳି ଘଟଣା ଦେଖିବାକୁ ମିଳିଛି ତାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବାପା ମା’ଙ୍କର ଏ ବୟସରେ ଯେଉଁଠି ସେବା ଯତ୍ନ କରିବା ଉଚିତ ସେଠାରେ ଏଭଳି ବ୍ୟବହାର କରିଛନ୍ତି ଜଣେ ବୋହୂ । ଆଜି ଜଣେ ନାଇଟି ପିନ୍ଧା ବୋହୂ ଏଭଳି ଉତ୍ସିତ କାମ କରିଛି ଯାହା ବିଷୟରେ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ନିଜର ବୃଦ୍ଧ ଶାଶୁକୁ ସେହି ବୋହୂ ଜଣକ ନାଳକୁ ଠେଲି ଦେଇଛି ।

ବୋହୂ ଜଣକ ନିଜ ପୁଅକୁ ଘର ଭିତରେ କବାଟ କିଳି ଦେଇ ନିଜ ବୃଦ୍ଧ ଶାଶୁକୁ କେନାଲରେ ଫିଙ୍ଗି ଦେଇଥିଲା । ଏହାପରେ ଯେତେବେଳେ ଖବର ପାଇ ବୃଦ୍ଧ ଶାଶୁକୁ କେନାଲରୁ ଉଦ୍ଧାର କରାଯାଉଥିଲା ସେହି ଦୃଶ୍ୟକୁ ଦେଖିଲେ ଆପଣବି ନିଜ ଲୁହକୁ ଅଟକାଇ ପାରିବେ ନାହିଁ । ଆଉ ଏଭଳି ଏକ ଘଟଣା ଦେଖି ଲୋକେ ଏଭଳି ନିଷ୍ଠୁର ବୋହୂକୁ କଠୋର ନିନ୍ଦା କରିଛନ୍ତି ।

ସ୍ୱାମୀ ମରିଯିବା ପରେ ନିଜ ପୁଅକୁ ଯେଉଁ ଝିଅ ସହିତ ବିବାହ କରାଇ ଆଣିଥିଲା ସେହି ବୋହୂ ତାର ବୃଦ୍ଧ ସମୟରେ ସାହାରା ହେବ ଭାବିଥିଲା । କିନ୍ତୁ ହେଲା କିଛି ଓଲଟା । ସୂଚନା ଅନୁଯାୟୀ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସମ୍ବଲପୁରରେ ଘଟିଯାଇଛି । ସ୍ୱାମୀକୁ କବାଟ କିଳି ଦେଇ ନିଜ ଶାଶୁକୁ କେନାଲକୁ ଫିଙ୍ଗି ଦେଇଛି ସେହି ବୋହୂ ଜଣକ ।

ଆଉ ଯେଉଁ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ଏବଂ ପରେ କୋର୍ଟ ଚାଲାଣ ମଧ୍ୟ କରିଛି । ଶାଶୁ ଲୋଏ ଭୋଇଙ୍କୁ ଭୀମସାରରେ ବର୍ତ୍ତମାନ ଚିକିତ୍ସା କରାଯାଉଛି । ଏପଟେ ବୋହୂ ସବିତାକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *