ସାମ୍ନାକୁ ଆସିଲା ପାକିସ୍ଥାନର ଏକ ଲଜ୍ଜାଜନକ ଘଟଣା , ନାବାଳିକାଙ୍କ ମୃତ ଶବକୁ ଦୁ-ଷ୍କ-ର୍ମ କଲେ ଦୁ-ର୍ବୁ-ତ୍ତ :-

ବର୍ତ୍ତମାନ ସମୟରେ ଭାରତ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୁ-ଷ୍କ-ର୍ମ ଏବଂ ଧର୍ଷଣ ସମ୍ବନ୍ଧିତ ଖବର ପ୍ରାୟ ପ୍ରତ୍ୟେକ ଦିନ ଶୁଣିବାକୁ ମିଳିଥାଏ । ନାରୀ ବର୍ତ୍ତମାନ ବାହାରେ ତ ଦୂରର କଥା ଘରେ ମଧ୍ୟ ସୁରକ୍ଷିତ ନୁହେଁ । କିନ୍ତୁ ଦୁ-ଷ୍କ-ର୍ମ କରୁଥିବା ସେହି ପଶୁ ପ୍ରବୃତ୍ତିର ପୁରୁଷ ଜୀବିତ ସହିତ ମୃତ ଶବକୁ ମଧ୍ୟ ଦୁ-ଷ୍କ-ର୍ମ କରିବାକୁ ପଛାଉ ନାହିଁ । ପାକିସ୍ତାନରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣବି ଲଜ୍ଜିତ ହେବେ । ମଣିଷ ନିଜ ଦେହର ଭୋକ ମେଣ୍ଟାଇବାକୁ ଏତେ ତଳକୁ ଖସି ଯାଇପାରେ ଯେ କେହିବି ଅନୁମାନ ବି କରି ପାରିବେ ନାହିଁ ।

ସୂଚନା ଅନୁଯାୟୀ ପାକିସ୍ତାନର ଗୁଜୁରାଟରେ ଏପରି ଲଜ୍ଜାଜନକ ଘଟଣା ଘଟିଛି । ଗୁଜୁରାଟର କମଲା ଗାଁ ରେ କିଛି ଦୁର୍ବୁତ୍ତ ମାନେ କବରରୁ ମୃତ ନାବାଳିକାଙ୍କ ଶବ ବାହାର କରି ଦୁ-ଷ୍କ-ର୍ମ କରିଛନ୍ତି । ଆଉ ଏହି ମାମଲା ବର୍ତ୍ତମାନ ସମୟରେ ସେଠାରେ ଚର୍ଚ୍ଚା ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଶାରୀରିକ ଭାବରେ ଭିନ୍ନକ୍ଷମ ନାବାଳିକାଙ୍କ ମୃତ୍ୟୁ ମେ ୪ ରେ ହୋଇଥିଲା ଏବଂ ତାଙ୍କ ପରିବାର ଲୋକେ ସନ୍ଧ୍ୟାରେ ସବୁ ରୀତି ନୀତି ଅନୁଯାୟୀ ନାବାଳିକାଙ୍କୁ କବର ଦେଲେ ।

ମାତ୍ର ପରଦିନ କବର ପାଖକୁ ରୀତିନୀତି ଅନୁଯାୟୀ ପରିବାର ଲୋକଙ୍କୁ ଯିବାର ଥିଲା । ଆଉ ପରିବାର ଲୋକେ ସେଠାକୁ ଯାଇ ଦେଖନ୍ତି ତ କବରରେ ଶବ ନାହିଁ । ପ୍ରାୟ ୨୦୦ ବର୍ଗଫୁଟ ଦୂରରେ ନାବାଳିକାଙ୍କ ଶବ ପଡ଼ିଥିବା ସହିତ ତାଙ୍କ ଶରୀରରେ ଅନେକ କ୍ଷତ ବିକ୍ଷତ ଚିହ୍ନ ଥିଲା ଏବଂ ତାହା ଦୁ-ଷ୍କ-ର୍ମ ସୂଚଉଥିଲା । ଏହା ଜାଣିପାରି ନାବାଳିକାଙ୍କ ଦାଦା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଏହି ମାମଲାରେ ୧୭ ଜଣଙ୍କୁ ଅଟକ ରଖିଜେରା କରିଥିବା ପ୍ରକାଶ ପାଇଛି ।

ପାକିସ୍ତାନ ମୁସଲିମ ଲିଗର ଡେପୁଟି ଜେନେରାଲ ସେକ୍ରେଟାରୀ ଅତୁଲ୍ଲା ତରାର ଏହି ମାମଲା ସମ୍ବନ୍ଧରେ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ପୋଲିସ ମାମଲାକୁ ଗୁରୁତ୍ୱପୂର୍ଣ୍ଣ ନେଇ ୧୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଆଉ ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଏହା ଜାଣିବାକୁ ଉଦ୍ୟମ କରାଯାଉଛି ଯେ ଦୁ-ଷ୍କ-ର୍ମ ପଛରେ କେତେ ଜଣ ଉଦ୍ୟମ କରିଛନ୍ତି ।

Leave a Reply

Your email address will not be published. Required fields are marked *