ଓଡ଼ିଶାର ସନ୍ନି ଲିଅନି ହେବେ ନିଶା ମହାରଣା , ମନ କଥା ଖୋଲା ଖୋଲି କହିଲେ

ମଣିଷ ସବୁବେଳେ ଆଉ ଜଣଙ୍କ ପଥରେ ଅନୁପ୍ରାଣିତ ହୋଇଥାଏ । ଆଉ ଜଣେ ମଣିଷକୁ ନିଜର ଆଦର୍ଶ ଭାବରେ ବାଛି ନେଇଥାଏ । ନିଜ ଆଦର୍ଶ ଯେଉଁ କାମ କରିଥାନ୍ତି , ମଣିଷ ମଧ୍ୟ ସେହି କାମ କରିଥାଏ । ନିଜ ଆଦର୍ଶ ପସନ୍ଦ କରୁଥିବା ସମସ୍ତ କାମ ନିଜର ବୋଲି ଭାବି ନେଇଥାଏ ମଣିଷ । ଆଉ ସେହି ବାଟରେ ଆଗେଇ ନେଇଥାଏ । ସେ ଯେମିତି ଖାଇବାକୁ ଭଲ ପାଆନ୍ତି , ଯେମିତି ପିନ୍ଧିବାକୁ ପସନ୍ଦ କରନ୍ତି , ସେ ସବୁକୁ ନିଜର ବୋଲି ଭାବି ନେଇଥାଏ ମଣିଷ ଆଉ ସବୁବେଳେ ସେହି ଭଳି ହେବାର ସ୍ବପ୍ନ ଦେଖିଥାଏ । ସେ ପୁରା ନିଜକୁ କପି କରି ଦେଇଥାଏ ।

ତେବେ ଏପରି ଜଣେ ବ୍ୟକ୍ତି ବିଶେଷ ହେଉଛନ୍ତି ଓଡ଼ିଶାର ନିଶା ମହାରଣା । ପିଲାଟି ବେଳରୁ ନିଜ ଆଦର୍ଶ ଭାବରେ ମାନି ଆସିଛନ୍ତି ସନ୍ନି ଲିଅନିଙ୍କୁ । ସନ୍ନି ଲିଅନିଙ୍କୁ ସେ ବହୁତ ପସନ୍ଦ କରନ୍ତି । ଆଉ ତାଙ୍କ ପଥରେ ହିଁ ଅନୁପ୍ରାଣିତ ହୋଇଛନ୍ତି । ଜୀବନରେ ତାଙ୍କର ଗୋଟିଏ ଲକ୍ଷ୍ୟ , ସେ ସନ୍ନି ଲିଅନିଙ୍କ ଭଳି ହେବେ ।

ଆଉ ତାଙ୍କ ଭଳି ନିଜକୁ ଗଢ଼ି ତୋଳିବା ପାଇଁ ସେ ଅନେକ ଚେଷ୍ଟା ମଧ୍ୟ ଚଳାଇଛନ୍ତି । ତାଙ୍କ ଭଳି ପୋଷାକ ପିନ୍ଧିବା ଠାରୁ ଆରମ୍ଭ କରି ତାଙ୍କ ଭଳି କଥା କହିବାକୁ ସେ ଆପଣାଇ ନେଇଛନ୍ତି । ଆଉ ଆଗକୁ ବଢିବାର ଅନେକ ସ୍ବପ୍ନ ଦେଖିଛନ୍ତି । ତାଙ୍କୁ ସନ୍ନି ଲିଅନିଙ୍କ ଛଡ଼ା ଆଉ କିଛି ଦେଖା ଯାଏ ନାହିଁ ବୋଲି କହିଛନ୍ତି ।

ଅନ୍ୟ ଅଭିନେତ୍ରୀଙ୍କୁ ଛାଡି ଦେଇ ସେ କାହିଁକି ସନ୍ନି ଲିଅନିଙ୍କୁ ନିଜର ପ୍ରିୟ ଏବଂ ଆଦର୍ଶ ଭାବରେ ବିବେଚନା କଲେ , ସେ ବିଷୟରେ ପ୍ରଶ୍ନ କରାଯିବାରୁ ନିଶା କହିଥିଲେ କି , ପିଲାଟି ବେଳରୁ ସେ ଦେଖି ଆସୁଛନ୍ତି କି , ସନ୍ନି ଲିଅନି କିପରି ସଂଘର୍ଷ କରି ଏତେ ବାଟ ପର୍ଯ୍ୟନ୍ତ ଆସିଛନ୍ତି ।

ନିଜର ସବୁକିଛି ପଛରେ ଛାଡି ଦେଇ ସେ ଆଗକୁ ଆସିଥିଲେ , ତେଣୁ ଆଜିକାର ସମୟରେ ତାଙ୍କୁ ସମସ୍ତେ ସାରା ବିଶ୍ବରେ ଜାଣିଛନ୍ତି । ତେଣୁ ନିଶା ମଧ୍ୟ ସେଇ ସ୍ବପ୍ନ ରଖିଛନ୍ତି , ସେ ବି ଜଣେ ବଡ ମଣିଷ ହେବେ ଆଉ ବହୁତ ଆଗକୁ ଯିବେ । ଦିନ ଆସିବ ତାଙ୍କୁ ସମସ୍ତେ ଘରେ ଘରେ ଜାଣିଥିବେ ଆଉ ତାଙ୍କୁ ଅନେକ ଭଲ ପାଇବା ଦେଉଥିବେ । ଆଉ ସେଥିପାଇଁ ସେ ଅତ୍ୟନ୍ତ ଚେଷ୍ଟା ମଧ୍ୟ କରିବେ ।

ସନ୍ନି ଲିଅନିଙ୍କୁ ସମସ୍ତେ ଖରାପ ନଜରରେ ଦେଖିଥାନ୍ତି , କାହିଁକି ନା ସେ ଜଣେ ପର୍ଣ୍ଣ ଷ୍ଟାର । କିନ୍ତୁ ତାକୁ ଛାଡି ଦେବା ପରେ ତାଙ୍କ ଭିତରେ ବି ଅନେକ ଭଲ ଗୁଣ ରହିଛି । ସେ ନିଜ ପିଲା ବ୍ୟତୀତ ଆଉ ଏକ ଝିଅକୁ କୋଳକୁ ନେଇଛନ୍ତି । ଆଉ ଅନ୍ୟ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ସବୁବେଳେ ଆଗରେ ରହିଥାନ୍ତି ।

ତେଣୁ ସନ୍ନି ଲିଅନିଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହୋଇ ନିଜକୁ ସେହି ବାଟରେ ନେଇ ଯିବେ ବୋଲି କହିଛନ୍ତି ନିଶା । ଆଉ ସେ ଓଡ଼ିଶାର ସନ୍ନି ଲିଅନି ହେବେ ବୋଲି କହିଛନ୍ତି । ସେ ବି ଲୋକ ମାନଙ୍କ ହୃଦୟରେ ଜାଗା ତିଆରି କରିବେ ଆଉ ସେ ବି ଦିନେ ପ୍ରସିଦ୍ଧ ହେବେ । ଯେପରି ଘରେ ଘରେ ତାଙ୍କୁ ସମସ୍ତେ ଚିହ୍ନି ପାରିବେ ।

Leave a Reply

Your email address will not be published. Required fields are marked *