ଏଲଆଇସି ଆଣିଲା ନୂଆ ଯୋଜନା ୧୦ ବର୍ଷ ପରେ ପାଇବେ ମାସିକ ୧୦ ହଜାର ଟଙ୍କା ପେନସନ।

ନୂଆଦିଲ୍ଲୀ:- ଲୋକମାନଙ୍କ ଆୟକୁ ଦୃଷ୍ଟିରେ ରଖି ଏଲଆଇସି ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ଯୋଜନା ଆଣିଥାଏ। ଯାହାକି ହିତାଧିକାରୀଙ୍କ ପାଇଁ ଉପଯୁକ୍ତ ହୋଇଥାଏ। ତେବେ ହିତାଧିକାରୀ ମାନେ ମଧ୍ୟ ଏଲଆଇସି ଯୋଜନାଧୀନରେ ଟଙ୍କା ନିବେଶ କରିବାକୁ ପସନ୍ଦ କରନ୍ତି। ଏଲଆଇସି ମଧ୍ୟ ହିତାଧିକାରୀଙ୍କ ଟଙ୍କା ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଇଥାଏ। ତେବେ ଏଲଆଇସିର ନୂତନ ଯୋଜନା ଯେଉଁମାନେ ଟଙ୍କା ନିବେଶ କରିବା ପାଇଁ ଇଚ୍ଛୁକ ସେମାନଙ୍କ ପାଇଁ ଏହି ଯୋଜନା ଅଧିକ ଲାଭ ଦାୟକ ଅଟେ।

ତେବେ ଆଜି ଆମେ ଆପଣଙ୍କୁ ଏହି ଯୋଜନା ବିଷୟରେ ଅବଗତ କରେଇବାକୁ ଯାଉଛୁ। ତେବେ ଆପଣ ବର୍ଷକୁ ମାତ୍ର ୧୫ ହଜାର ଟଙ୍କା ଦେଇ ଜୀବନ ସାରା ପେନସନ ପାଇ ପାରିବେ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନା। ଯେଉଁଥିରେ ଆପଣ ଟଙ୍କା ନିବେଶ କରି ଜୀବନ ସାରା ପେନସନ ପାଇ ପାରିବେ। ଏହା ଏକ ଲାଭ ଦାୟକ ଯୋଜନା ଅଟେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆପଣ ଏହି ବ୍ୟୟ ବନ୍ଦନା ଯୋଜନାକୁ ଉଭୟ ଅଫ ଲାଇନ ଏବଂ ଅନ ଲାଇନ ମାଧ୍ୟମରେ ଏହାର ଲାଭ ଉଠେଇ ପାରିବେ। ଯଦି ଏହି ଯୋଜନା ଅଧୀନରେ ଥିବା ସମୟରେ ଉପଭୋକ୍ତା ଜଣକ ମୃତ୍ୟୁ ଘଟିଲେ ତେବେ ଏହାର ମୂଳ ରାଶି ଉପଭୋକ୍ତାଙ୍କ ପରିବାର ଲୋକଙ୍କୁ ମିଳିବ।

ତେବେ ଏହି ଯୋଜନାକୁ ଉପଭୋଗ କରିବା ପାଇଁ ବୟସ ସୀମା ରକ୍ଷା ଯାଇଛି। ତେବେ ୨୦-୪୦ ବର୍ଷ ମଧ୍ୟର ଲୋକମାନେ ଏଥିରେ ପୁଞ୍ଜି ରାଶି ଜମା କରି ପାରିବେ। ଯଦି ଆପଣ ୩୧ ମାର୍ଚ୍ଚ, ୨୦୨୨ ପୂର୍ବରୁ ପଲିସି କିଣୁଛନ୍ତି, ତାହେଲେ ଆପଣଙ୍କୁ ପ୍ରତି ବର୍ଷ ୭.୪୦ ପ୍ରତିଶତର ଗ୍ୟାରେଣ୍ଟୀ ପେନସନ୍‌ ମିଳିବ। ଯାହା ଦଶ ବର୍ଷର ଅବଧି ପାଇଁ ମାସିକ ରୂପରେ ଦେୟ କରାଯିବ।

PMVV ସ୍କିମ କଣ ?

୧. ଯଦି ଆପଣ ଏହି ସ୍କିମକୁ ୧୦ ବର୍ଷ ପର୍ଯ୍ୟନ୍ତ ରଖୁଛନ୍ତି ତେବେ ଆପଣ ବାଛିଥିବା ସ୍କିମ ଅନୁସାରେ ପେନସନ ପ୍ରଦାନ କରାଯିବ।

୨. ଯୋଜନାଧିକାରୀ ୧୦ ବର୍ଷ ମଧ୍ୟରେ ସମସ୍ତ ଦେୟ ପ୍ରଦାନ କରି ଦିଅନ୍ତି ତେବେ ତାଙ୍କୁ କ୍ରୟ ମୂଲ୍ୟ ଫେରସ୍ତ କରି ଦିଆଯିବ।

୩. ଯଦି ପଲିସିଧାରକ ପଲିସି ଅବଧି ଭିତରେ ଜୀବିତ ରୁହନ୍ତି, ତାହେଲେ ତାକୁ କ୍ରୟ କରିବାର ମୂଲ୍ୟ ଏବଂ ଶେଷ ପେନସନ୍‌ ପେମେଣ୍ଟ କରାଯିବ।

୪. ୧୦ ବର୍ଷୀୟ ଏହି ଯୋଜନରେ ଆପଣଙ୍କୁ ସମୁଦାୟ ୧୫ ଲକ୍ଷ ଟଙ୍କା ଦେୟ ଦେବାକୁ ହେବ।

Leave a Reply

Your email address will not be published. Required fields are marked *