ମାମୁଁ ଭାଣିଜୀଙ୍କ ଅଡିଓ ଭାଇରାଲ ପରେ ଏମିତି କହିଲେ ସ୍ୱାମୀଙ୍କ ଭେଣେଇ।

ଘଟଣାରେ ତିନୋଟି କାହାଣୀ। ମାମୁଁ ଭାଣିଜୀଙ୍କ ଅଡିଓ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି। ସେପଟେ ସ୍ତ୍ରୀ ସ୍ୱାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି କି ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ଦାବି କରି ତାଙ୍କୁ ତାଙ୍କ ବାପାଙ୍କ ଘରକୁ ବୁଲେଇବାକୁ ନେଇ ବାପାଙ୍କ ଘରେ ଛାଡ଼ି ଚାଲିଆସିଛନ୍ତି। ଆଉ ପରେ ସ୍ତ୍ରୀ ଶାଶୂଘର ଆଗରେ ଦୀର୍ଘ ମାସ ଧରି ଧାରଣାରେ ନ୍ୟାୟ ପାଇଁ ବସିରହିଛନ୍ତି। ସେପଟେ ଏ ତମାମ ଘଟଣାକୁ ନେଇ ସ୍ୱାମୀଙ୍କ ଭେଣେଇ ଗଣ ମାଧ୍ୟମରେ ମୁହଁ ଖୋଲି ଘଟଣାର ଖୁଲାସା କରିଛନ୍ତି।

ତେବେ ଏବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା। କିଛି ଦିନ ପୂର୍ବରୁ ଏକ ଅଡିଓ ସାରା ଓଡ଼ିଶାରେ ବେଶ ଚହଳ ସୃଷ୍ଟି କରିଥିଲା କି ମାମୁଁ ଭାଣିନୀ ଖରାପ କଥା ହେଉଥିଲେ ଆଉ ଏପରି କଥା ହେଉଥିଲେ ତାହା ଶୁଣିବା ମଧ୍ୟ ଅନ୍ୟ ମାନଙ୍କ ପାଇଁ କଷ୍ଟକର ହୋଇ ପଡୁଥିଲା କାରଣ ମାମୁ ଭାଣିଜୀଙ୍କ ସେହି କଥା ବାର୍ତାର ଭିଡିଓ ଯିଏ ବି ଶୁଣୁଥିଲେ ସେ ଛି ଛିକାର କରୁଥିଲେ।

ସେପଟେ ଏହି ଘଟଣାକୁ ନେଇ ସ୍ତ୍ରୀ କହିଥିଲେ କି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି। ଯେଉଁ ଭିଡିଓ ଭାଇରାଲ ହେଉଥିଲା ତାହା ଏଡିଟ କରି ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଥିବା ସ୍ତ୍ରୀ କହିଥିଲେ। କେବଳ ଏତିକି ନୁହେଁ ସ୍ତ୍ରୀ କହିଥିଲେ କି ବିବାହ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ ହେଲେ ସେ ଶାଶୂଘର ଲୋକଙ୍କ କହିବା ଅନୁଯାୟୀ ୧୦ ଲକ୍ଷ ଟଙ୍କା ଦେଇ ନପାରିବାରୁ ତାଙ୍କୁ ତାଙ୍କ ବାପାଙ୍କ ଘରେ ଛାଡ଼ି ଦେଇଥିଲେ ଓ ତାଙ୍କ ନାମରେ ଅନେକ ମିଛ କଥା କହି ତାଙ୍କୁ ତାଙ୍କ ଶଶୁଘର ଲୋକେ ବଦମାନ କରିଥିଲେ।

ଏହି ସବୁ ମଧ୍ୟରେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସ୍ୱାମୀଙ୍କ ଭେଣେଇ ଓ କହିଛନ୍ତି କି କିଏ କାହାକୁ ଟଙ୍କା ମାଗୁଛି ତାହା ଆମ ପାଖରେ ପ୍ରମାଣ ଅଛି। ମୋ ପାଖରେ ମଧ୍ୟ ଏକ ଅଡିଓ କ୍ଲିପ ଅଛି ଯେଉଁଥିରେ ପ୍ରମାଣ ହୋଇଯିବ କିଏ କାହାକୁ ଟଙ୍କା ମାଗୁଛନ୍ତି। ଯଦି ତାଙ୍କ ସ୍ତ୍ରୀ କହୁଛନ୍ତି ସିବିଆଇ ତଦନ୍ତ କରାଯାଉ ଓ ପ୍ରକୃତ ସାମ୍ନାକୁ ଆସୁ ବୋଲି ତେବେ ଆମେ ବି ମଧ୍ୟ କହୁଛୁ କି ସିବିଆଇ ତଦନ୍ତ ହେଉ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସୁ।

ଭେଣେଇ ଆହୁରି କହିଛନ୍ତି କି ଲୋକଙ୍କ କମେଣ୍ଟ ଦେଖି ପାରୁ ନାହାଁନ୍ତି କି ଲୋକେ ତାଙ୍କୁ ଛି ଛି କହୁଛନ୍ତି। ଯେଉଁ ସମ୍ପର୍କ କୁ ଆମେ ବାପା ଝିଅଙ୍କ ସମ୍ପର୍କ ବୋଲି କହିଥାଉ ସେହି ସମ୍ପର୍କ ମାନେ ମାମୁ ଭାଣିଜୀଙ୍କ ସଂପର୍କରେ ଏମାନେ କଳଙ୍କ ଲଗାଇଛନ୍ତି। ସେ ଅଡିଓକୁ ନେଇ ତଦନ୍ତ ହେଉ ଘଟଣା ସାମ୍ନାକୁ ଆସିବ କିଏ କହୁଛି ମିଛ ଆଉ କିଏ କହୁଛି ସତ ତାହା ଜଣା ପଡିବ।

ଗୋଟେ ପଟେ ନବ ବିବାହିତା ବୋହୁ ଶାଶୁ ଘର ଆଗରେ ବସି ନ୍ୟାୟ ମାଗୁଥିବା ବେଳେ ଶାଶୂଘର ଲୋକଙ୍କ କହିବା କଥା ସ୍ତ୍ରୀ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ତାଙ୍କର ବ୍ୟବହାର ଓ ଚାଲି ଚଳଣି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ତାଙ୍କ ମାମୁଁଙ୍କ ସହ ଅଡିଓରେ କଥା ହୋଇଥିଲେ ବି ତାହାକୁ ଖଣ୍ଡନ କରିଛନ୍ତି।

ହେଲେ ତାଙ୍କ କହିବା ଅନୁଯାୟୀ ଯଦି ସିବିଆଇ ତଦନ୍ତ କରାଯାଏ। ଓ ମାମୁଁଙ୍କୁ ମଧ୍ୟ ଏ ବିଷୟରେ ପଚରା ଉଚୁରା କରାଯାଏ ତେବେ ସତ ନିହାତି ଭାବରେ ସାମ୍ନାକୁ ଆସିବ ଏଥିରେ ଟିକେ ହେଲେ ସନ୍ଧେହ ନାହିଁ। ତେବେ ଘଟଣାର ଶେଷ କଣ ହେଉଛି। ଓ କିଏ କହୁଛି ସତ କିଏ କହୁଛି ମିଛ ତାହା ସମୟ ଆସିଲେ ଜଣା ପଡିବ।

Leave a Reply

Your email address will not be published. Required fields are marked *