ନାଲି ପାଣି ପିଇ ଅଙ୍ଗନବାଡି ଦିଦି ମାତାଲ

ଅଙ୍ଗନବାଡି ଦିଦିଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ। ଦିଦି କୁଆଡେ ସବୁବେଳେ ଷୋମ ରସ ପାନ କରନ୍ତି। ହଁ ଆଜ୍ଞା ଏ କଥା ଆମେ କହୁନୁ ଯାହା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଶିକ୍ଷାର ମନ୍ଦିରରେ ଯିଏ ଶିକ୍ଷାଦାନ କରିବେ ସେ ଯଦି ଏପରି ନାଲି ପାଣି ସେବନ କରନ୍ତି ତେବେ ପିଲାଙ୍କୁ କେଉଁ ଭଳି ଶିକ୍ଷା ଶିଖାଇବେ। ଜଣେ ଶିକ୍ଷିତ ମହିଳାଙ୍କ ଏପରି କାଣ୍ଡକୁ ଯିଏ ଶୁଣୁଛନ୍ତି ସେ କହୁଛନ୍ତି ହେ ଭଗବାନ ଦୁନିଆ କଣ ହେଇଗଲା କି।

ଆମେ କଣ ଏତେ ଆଧୁନିକ ହୋଇଗଲେ ନା ଆମ ଶିକ୍ଷା ଦୀକ୍ଷା ଆମେ ଚୁଲିକୁ ଦେଇଦେଲେ। ଯେତେବେଳେ ଜଣେ ଅଙ୍ଗନବାଡି ଶିକ୍ଷୟିତ୍ରୀ ଉଚ୍ଚ ଶିକ୍ଷିତା ହୋଇ ଏପରି କାର୍ଯ୍ୟ ଭିଆଇଥାନ୍ତି ସେହି କ୍ଷେତ୍ରରେ ଜଣେ ସାଧାରଣ ଗାଉଁଲି ଲୋକ ଟିଏ କଣ କରିବ। ମଦ କୁ ନେଇ ଯିଏ ସଚେତନ ସୃଷ୍ଟି କରିବା କଥା ସେ ଯଦି ନିଜେ ମଦ ପିଇ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲି ଦେବେ ତେବେ କାହାକୁ କଣ କହିବେ ଆପଣ। ଅଭିଯୋଗ କଲେ ବି ନା ଉପରିସ୍ଥ କର୍ମଚାରୀ ଅଙ୍ଗନବାଡି ଦିଦିଙ୍କୁ ତାଗିଦ କରୁଛନ୍ତି ନା ହିଁ କିଛି କହୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ଦେଶୀ ମଦ ପିଇ ସବୁବେଳେ ନିଶାରେ ଚୁର ରହୁଛନ୍ତି ଦିଦି।

ବନ୍ଧୁଗଣ ଆମେ ସମସ୍ତେ ଜାଣିଛନ୍ତି କି ସରକାର ପିଲା ମାନଙ୍କ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାର ପିଲାମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କରୁଛନ୍ତି। କିପରି ପିଲାମାନେ ଆଗ୍ରହର ସହ ସ୍କୁଲ ଆସିବେ ସେ ନେଇ ମଧ୍ୟ ଅଙ୍ଗନବାଡି କାଂଥରୁ ଆରମ୍ଭ କରି ଶ୍ରେଣୀ ପ୍ରକୋଷ୍ଟ ପର୍ଯ୍ୟନ୍ତ ସବୁଥିରେ ଉନ୍ନତି କରଣ କରିଥିଲେ। ହେଲେ ଏଠି କିନ୍ତୁ ପିଲାଙ୍କ ଭବିଷ୍ୟତ ପଛେ ଭାସି ଯାଉ ଅଙ୍ଗନବାଡି ଦିଦି ସବୁବେଳେ ନିଶାରେ ରହି ପିଲାଙ୍କ ଭବିଷ୍ୟତ କୁ ଅନ୍ଧକାରକୁ ଠେଲି ଦେଇଛନ୍ତି।

ଦିନରେ ନାଲି ପାଣି ପିଇ ଦିଦି ସ୍ୱର୍ଗରେ ଉଡୁଥିବା ବେଳେ ସପ୍ତାହରେ ବାର ଦେଖି ଦିନେ କିମ୍ବା ଦୁଇ ଦିନ ଅଙ୍ଗନବାଡି ଖୋଲୁଛନ୍ତି। ପିଲାମାନେ ଅଙ୍ଗନବାଡ଼ି ଆସୁଥିବା ବେଳେ ଅଙ୍ଗନବାଡିରେ ତାଲା ପଡିଥିବା ଦେଖି ବାଧ୍ୟ ହୋଇ ଫେରି ଯାଉଛନ୍ତି। ତେବେ ବର୍ତ୍ତମାନ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି କି ଯଦି ଅଙ୍ଗନବାଡି ସବୁବେଳେ ବନ୍ଦ ରହିବ ଆଉ ଦିଦି ନିଶାରେ ଚୁର ରହିବେ ତେବେ କଣ ହେବ ପିଲାଙ୍କର ଭବିଷ୍ୟତ।

ବନ୍ଧୁଗଣ ଏ ଘଟଣା ହେଉଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଓର ଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆମପାଣି ପଡାର ଘଟଣା। ଗ୍ରାମବାସୀ ଙ୍କ ଅଭିଯୋଗ ଦିଦି ସବୁବେଳେ ମଦ ପିଇ ନିଶାରେ ରହୁଛନ୍ତି ଆଉ ନିଶାରେ ଦିଦି କେତେବେଳେ କେଉଁ ଡ୍ୟାନ୍ସ କରୁଛନ୍ତି ତାହା କହି ହେବ ନାହିଁ। ଦିଦି ଯେହେତୁ ସବୁବେଳେ ମଦ ନିଶାରେ ଚୁର ରହୁଛନ୍ତି ତେଣୁ ଅଙ୍ଗନବାଡି ସେଣ୍ଟର ସପ୍ତାହରେ ଥରେ କିମ୍ବା ଦୁଇ ଥର ଖୋଲିବା ଦିଦିଙ୍କ ପକ୍ଷେ କଷ୍ଟ ହୋଇ ପଡୁଛି।

ଏନେଇ ଗ୍ରାମବାସୀ ଦିଦିଙ୍କୁ ବାରମ୍ବାର କହିବା ପରେ ମଧ୍ୟ ଦିଦି ଶୁଣୁ ନାହାଁନ୍ତି ଶୁଣିଲେ ବି ଯେତେବେଳେ ନାଲି ପାଣି ଦୁଇ ଟୋପା ପଡି ଯାଉଛି ଦିଦି ସବୁକଥା ଭୁଲି ଯାଉଛନ୍ତି।ଆଉ ହଁ ଯେଉଁ ପିଲାମାନଙ୍କର ପାଠ ପଢ଼ାରେ ଆଗ୍ରହ ଅଛି ସେମାନେ ପ୍ରତ୍ୟକ ଦିନ ସକାଳେ ବହି ବସ୍ତାନୀ ଧରି ଅଙ୍ଗନବାଡି ସେଣ୍ଟର ପାଖକୁ ଆସନ୍ତି ପାଠ ପଢିବା,ଖେଳିବା ପାଇଁ ମାତ୍ର ଯେତେବେଳେ ଦେଖନ୍ତି କି ଦିଦି ଆସି ନାହାଁନ୍ତି ଓ ସେଣ୍ଟରେ ତାଲା ପଡିଛି ବାଧ୍ୟ ହୋଇ ପିଲାମାନେ ଘରକୁ ଚାଲି ଯାଆନ୍ତି।

ତେବେ ଏନେଇ ଗ୍ରାମବାସୀ ଥରେ କିମ୍ବା ଦୁଇ ଥର ନୁହେଁ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟ କଲାପକୁ ନେଇ ଅଭିଯୋଗ କରିଥିଲେ ମଧ୍ୟ ଫଳ କିନ୍ତୁ ସୁନ। ନା ଥରେ ହେଲେ ଉପରିସ୍ଥ ଅଧିକାରୀ ଅଙ୍ଗନବାଡି କୁ ଆସି ତଦାରକ କରିଛନ୍ତି ନା ଦିଦିଙ୍କୁ ତାଗିଦ କରିଛନ୍ତି। ତେଣୁ ଏବେ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି କଣ ସରକାର କେବେଳ ଅଣ୍ଡା,ଛତୁଆ,ଆଉ ସ୍କୁଲକୁ ସୁନ୍ଦର କରିଦେଲେ ପିଲାଙ୍କ ଭବିଷ୍ୟତ ଗଢି ହୋଇଯିବ କି ?

ଯଦି ଶିକ୍ଷାଦାନରେ ଅବହେଳା ହୁଏ ଯଦି ଅଙ୍ଗନବାଡି ସପ୍ତାହରେ ଥରେ ଦୁଇ ଥର ଖୋଲାଯାଏ। ତେବେ ଏନେଇ କେବଳ ଗ୍ରାମବାସୀ ନୁହନ୍ତି ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଟି ମଧ୍ୟ ଅଭିଯୋଗ କରିଥିଲେ ହେଲେ ଦିଦିଙ୍କୁ କୌଣସି ଫରକ ପଡୁନାହିଁ। ପିଲାଙ୍କ ପାଇଁ ଆସୁଥିବା ଅଣ୍ଡାକୁ ଦିଦି ମଦ ପିଇ ଖାଇଦେଉଥିବା ଗ୍ରାମବାସୀ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଦିଦି ମଦ ଛାଡୁଛନ୍ତି ଆଉ କେବେ ଦିଦିଙ୍କୁ ତାଗିଦ କରାଯାଉଛି।

Leave a Reply

Your email address will not be published. Required fields are marked *