ତୁ ମତେ ଚିହ୍ନିନୁ ଟୁଙ୍ଗୁରୁ, ମୋ ପ୍ରେମ ଦେଖିଛୁ ମୋ ଘୃଣା ଏବେ ଦେଖ: ବର୍ଷା

ଅଟୋ ଭିତରେ ପ୍ରେମ କଲୁ, ଘର ଭିତରେ ଅନ୍ଧାର କୋଠରୀରେ ମୋ ସହ ଶାରୀରିକ ସମ୍ପର୍କ ରଖିଲୁ ସବୁବେଳେ କହିଲୁ ବର୍ଷା ତୁ ମୋର ତୁ କେବଳ ଟୁଙ୍ଗୁରୁ ଭୋଳର। ମୋ ମଥାରେ ସିନ୍ଦୁର ଦେବାକୁ କହି ମୋ ସହ ରାତି ରାତି ବିତେଇଲୁ। ମୋ ହାତରେ ସଙ୍ଖା ଦେବାକୁ କହି ମୋ ସହ ଶାରୀରିକ ସମ୍ପର୍କ ରଖିଲୁ।

ମୁଁ ତୋ ପାଇଁ ମୋ ସଂସାର,ମୋ ପିଲା ଛୁଆ ,ଘର ଦ୍ୱାରା ସବୁ ଛାଡି ତୋ ପାଖକୁ ଆସିଲି ହେଲେ ତୁ ମତେ ଭାଉଜ ବୋଲି କହିଲୁ। ଘର ଭିତରେ ପ୍ରେମ କରିବୁ ମୋ ସହ ଶାରୀରିକ ସମ୍ପର୍କ ରଖିବୁ ଆଉ ବାହାରକୁ ମତେ ଭାଉଜ ବୋଲି କହିବୁ। ମୋ ସହ ତୋର କୌଣସି ସମ୍ପର୍କ ନାହିଁ। ତୁ ମତେ କେବଳ ଭଡ଼ାରେ ନେଉଥିଲୁ। ଏମିତି କହି ନିଜେ ମହାନ ହେବୁ ଆଉ ମୁ ବଦନାମ ହେବି। ତୁ ହିରୋ ହେଇ ନିଜକୁ କଣ ଭାବିଲୁ। ଅନ୍ୟ ହିରୋଇନ ସାଥିରେ ଭିଡିଓ କଲୁ ମୋ ଆଗରେ ଭାଉ ଦେଖାଇଲୁ।

ତୁ ଜାଣିନୁ ଏ ବର୍ଷା ତତେ ଯେମିତି ପ୍ରେମରେ ହଜେଇ ଦେଇଥିଲା ଘୃଣାରେ ଭିଜେଇ ଦେବ ବୋଲି। ତୁ ମୋ ସହ ଛଳନା କଲୁ ଟୁଙ୍ଗୁରୁ। ମୋତେ ଧୋକା ବି ଦେଲୁ ଆଉ ଦେଖେ ଏବେ ମୁ ତତେ ଜେଲ ପଠାଇ ଦେଲି। ଏବେ ଜେଲ ଭିତରେ ରହି ଅନୁତାପ କର। ନିଜ ଭୁଲ ପାଇଁ ନିଜେ ପସ୍ଥା ତା ପରେ ବୁଝିବୁ ଅନ୍ୟ ସହ ଛଳନା କଲେ କଣ ହୁଏ।

ମିଡିଆ ଆଗରେ କହିଲୁ ବର୍ଷା ମୋ ଭାଉଜ। ତୁ ଯଦି ମତେ ଭାଉଜ ବୋଲି ଭାବୁଥିଲୁ ତାହାଲେ ଭୁବନେଶ୍ୱର ପ୍ରତ୍ୟକଟି ମନ୍ଦିର ନେଇ ମତେ ବିବାହ କରିବାର ସ୍ୱପ୍ନ କାହିଁକି ଦେଖାଉଥିଲୁ। ତୁ ଯଦି ଅନ୍ୟ କାହାକୁ ବିବାହ କରିବା କଥା ଚିନ୍ତା କରୁଥିଲୁ ତେବେ କାହିଁକି ମୋ ସହ ଶାରୀରିକ ସମ୍ପର୍କ ରଖି ମୋ ସାଥିରେ ରାତି କଟେଇଲୁ। ନିଜକୁ ହିରୋ ଭାବି ମିଡିଆ ଆଗରେ ମୋର ମଜାକ ଉଡାଇଲୁ। ତୁ ମତେ ଭାଉଜ ବୋଲି ଭାବୁଥିଲୁ ବୋଲି କହିଲୁ।

ଏବେ ନାମ ନେ। ଜେଲର ଅନ୍ଧାର କୋଠରୀ ଭିତରେ ବସି ଭାବେ ବର୍ଷା ସାଥିରେ ପଙ୍ଗା ନେଲେ ପରିସ୍ଥିତି କଣ ହୁଏ। ତୁ ଟିକେ ଭାବିଲୁନି ମୋ କଥା ଏବେ ମୁ କାହିଁକି ଭାବିବି ତୋ କଥା। ମୁ ଯେତେବେଳେ ତୋ ପାଇଁ ମୋ ପିଲା ଛୁଆଙ୍କୁ ଛାଡି ଚାଲି ଆସିଥିଲି ସେତେବେଳେ ତୁ କହିଲୁନି ତୁ ମତେ ଭଲ ପାଉନା ମୁଁ ତୋର ଭାଉଜ ହେବି ବୋଲି। ଏବେ ଯେତେବେଳେ ନିଜର ସବୁ ସ୍ୱାର୍ଥ ପୂରଣ ହେଇଗଲା ସେତେବେଳେ କଣ କହିଲୁ ନା ବର୍ଷା ତୋ ଭାଉଜ। ବନ୍ଧୁଗଣ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀର ପୂର୍ଣ୍ଣ ଛେଦ ପଡିଥିଲା। ସମସ୍ତେ ଟୁଙ୍ଗୁରୁ ଓ ବର୍ଷାଙ୍କୁ ଭୁଲି ଯିବାକୁ ଆରମ୍ଭ କରିଥିଲେ। ହେଲେ ପୁଣି ଗତକାଲି ଠାରୁ ସାମ୍ନାକୁ ଆସିଛି ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ଘଟଣା। ଦୁହେଁ ପୁଣିଥରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି।

ଟୁଙ୍ଗୁରୁ ଭୋଳ ନାମରେ ବର୍ଷା ଅଭିଯୋଗ ଆଣି ଯେତେବେଳେ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ ସେତେବେଳେ ଦୁହିଁଙ୍କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଲା । ଚର୍ଚ୍ଚା ଏପରି ହେଲା ଯେ ଗଣ ମାଧ୍ୟମରେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ଘଟଣା ବାରମ୍ବାର ବାଜିଲା। ଏପରିକି ଶେଷରେ ଲୋକେ ଦୁହିଁଙ୍କ ଖବରକୁ ନେଇ ବିରକ୍ତ ହୋଇଗଲେ। ଆଉ ତା ପରେ ଟୁଙ୍ଗୁରୁ ଓ ବର୍ଷାଙ୍କ ବିବାଦକୁ ନେଇ ଦୁହେଁ ପାଲଟି ଗଲେ ଷ୍ଟାର।

ଦୁହିଁଙ୍କୁ ନେଇ ଆରମ୍ଭ ହେଲା ମ୍ୟୁଜିକ ଭିଡିଓ ଯେଉଁଥିରେ ବର୍ଷା ଓ ଟୁଙ୍ଗୁରୁ ଭିନ୍ନ ଭିନ୍ନ ଗୀତରେ ନଜରକୁ ଆସିଲେ। ଆଉ ତା ପରେ ଘଟଣା ଥମି ଯାଇଥିଲା। ହେଲେ ଟୁଙ୍ଗୁରୁଙ୍କ ପ୍ରେମରେ ପ୍ରତାରିତ ହେବା ପରେ ବର୍ଷା ଟୁଙ୍ଗୁରୁଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଆଉ ଏବେ ଟୁଙ୍ଗୁରୁକୁ ପୋଲିସ ଗିରଫ ଜାରି ଜେଲକୁ ପଠାଇ ଦେଇଛି। ସୂଚନା ଅନୁଯାୟୀ ବର୍ଷାଙ୍କୁ ଟୁଙ୍ଗୁରୁ ଦୁଷ୍କର୍ମ କରିଥିବା ବର୍ଷା ଅଭିଯୋଗ କରିଥିବା ବେଳେ ଏବେ ଟୁଙ୍ଗୁରୁ ଭୋଳ ଜେଲରେ।

Leave a Reply

Your email address will not be published. Required fields are marked *