ସାମ୍ନାକୁ ଆସିଲା ଏପରି ଚକିତ କରିଦେବା ଭଳି ଖବର , ଝିଅର ବିବାହ ଦିନ ବାପା କଲେ ପଞ୍ଚମ ବିବାହ

ଏପରି କଥା ଯାହାକୁ ଆପଣ ଆଗରୁ କେବେ ଶୁଣି ନଥିବେ । କଥାଟି ଟିକିଏ ଆଶ୍ଚର୍ଯ୍ୟ କରିଦେବା ଭଳି ରହିଛି । ଜଣେ ବାପା ନିଜ ଝିଅର ଅଳିକୁ କଲେ ପୂରଣ ଆଉ ରଖିଲେ ଝିଅର କଥା । ନିଜକୁ ଏକୁଟିଆ ନ ଲାଗିବା ପାଇଁ କଲେ ପଞ୍ଚମ ବିବାହ ଆଉ ଘରକୁ ଆଣିଲେ ପଞ୍ଚମ ପତ୍ନୀ । ତେବେ କଥାଟି ଟିକିଏ ଅଜବ ଲାଗୁ ଥାଇପାରେ କିନ୍ତୁ ପୁରାପୁରି ସତ ।

ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ପାକିସ୍ତାନରେ । ଜଣେ ବ୍ୟକ୍ତି ନିଜ ଜୀବନ ସହ ଜଡ଼ିତ ଏପରି କିଛି ସତ୍ୟ କଥା କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ଆଉ ଏହାକୁ ୟୁଟ୍ୟୁବରେ ସମସ୍ତଙ୍କ ସହିତ କରିଛନ୍ତି ସେୟାର । ତେବେ ସୂଚନା ମୁତାବିକ , ବ୍ୟକ୍ତି ଜଣକ ନିଜ ଝିଅର ବିବାହ ଦିନ ନିଜର ପଞ୍ଚମ ବିବାହ କରିଛନ୍ତି । ତେବେ ପୂର୍ବରୁ ଚାରି ଥର ବିବାହ କରି ସାରିଥିବା ଶଉକତଙ୍କର ୧୧ ଟି ସନ୍ତାନ ରହିଥିଲେ ।

ତାଙ୍କର ୪୦ ଜଣ ପାଖାପାଖି ନାତି ରହିଥିଲେ । ତାଙ୍କ ପରିବାରରେ ୬୨ ଜଣ ସଦସ୍ୟ ବାସ କରୁଥିଲେ । ତେବେ ୮ଟି ଝିଅ ଆଉ ଦୁଇଟି ପୁଅଙ୍କୁ ବିବାହ କରାଇବା ପରେ ଯେତେବେଳେ ଆଉ ଦୁଇଟି ଝିଅଙ୍କୁ ବିବାହ କରାଇବାର ସମୟ ଆସିଲା , ସେତେବେଳେ ତାଙ୍କର ଦୁଇ ଝିଅ ବାପାଙ୍କୁ ମଧ୍ୟ ବିବାହ କରି ନେବା ପାଇଁ କହିଥିଲେ ଆଉ କହିଥିଲେ କି , ବିବାହ କରି ନେଲେ ତାଙ୍କୁ ଆଉ ଏକୁଟିଆ ଲାଗିବ ନାହିଁ । ତେବେ ପ୍ରଥମେ ଏହି କଥାରେ ରାଜି ନଥିଲେ ଶଉକତ ।

କିନ୍ତୁ ପରେ ଝିଅଙ୍କ କଥାକୁ ସମ୍ମାନ ଦେଇଥିଲେ ଆଉ ଝିଅର ବିବାହ ଦିନ ନିଜେ ବିବାହ କରିବାକୁ ରାଜି ହୋଇ ଯାଇଥିଲେ । ଝିଅ ମାନେ ନିଜେ ବାପାଙ୍କ ପାଇଁ କନ୍ୟା ଖୋଜି ଆଣିଥିଲେ ଆଉ ନିଜ ବିବାହ ଦିନ ମଧ୍ୟ ବାପାଙ୍କ ବିବାହ କରାଇ ଦେଇଥିଲେ । ତାଙ୍କ ସ୍ତ୍ରୀ ଏ ବାବ-ଦରେ କହିଛନ୍ତି କି , ତାଙ୍କୁ ମଧ୍ୟ ଏପରି ଏକ ବଡ ପରିବାର ଦରକାର ଥିଲା ଆଉ ସେ ତାହା ପାଇଗଲେ । ସେ ଏହି ବିବାହରେ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ବର୍ତ୍ତମାନ ଏହାକୁ ନେଇ ସମସ୍ତେ ଚର୍ଚ୍ଚା କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *