ପରକୀୟା ପ୍ରୀତିରେ କାହିଁକି ସାମିଲ ହୁଅନ୍ତି ବିବାହିତା ମହିଳା ? ଏହା ପଛର କାରଣ କଣ?

ବର୍ତ୍ତମାନ ସମୟରେ ପ୍ରେମ , ପ୍ରତାରଣାର ଅନେକ ଖବର ସାମ୍ନାକୁ ଆସୁଅଛି । ଚାରିଆଡ଼େ ଏଭଳି କଥା ସାଧାରଣ ହୋଇଗଲାଣି । ଲୋକମାନେ ଏଭଳି ଘଟଣା ଘଟାଉଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲାଣି । ତେବେ ବର୍ତ୍ତମାନ ସମୟରେ ବିବାହ ପରେ ଅନ୍ୟ ପ୍ରେମରେ ପଡିବା ଲୋକମାନଙ୍କ ପାଇଁ ସାଧାରଣ ହୋଇଗଲାଣି । ବିଶେଷ କରି ମହିଳା ମାନେ ଅନ୍ୟ ପୁରୁଷ ମାନଙ୍କ ପ୍ରତି ଆକର୍ଷିତ ହୋଇ ଯାଉଛନ୍ତି । କିମ୍ବା ସେମାନଙ୍କୁ ନିଜ ଜାଲରେ ଫସାଇ ଦେଉଛନ୍ତି । କିନ୍ତୁ ପୂର୍ବରୁ ଏଭଳି ନଥିଲା , ପୂର୍ବରୁ କେବଳ କଲେଜ ସମୟର ପ୍ରେମ ଚାଲିଥିଲା ଆଉ ସେହି ସମୟରେ ହିଁ ଅନେକ ଝିଅ ପ୍ରତାରଣାର ଶିକାର ହେଉଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ବିବାହିତା ମହିଳା ମାନେ ଏଭଳି କାଣ୍ଡ ଅଧିକ ଘଟାଉଛନ୍ତି ।

ତେବେ ଏହା ପଛର ଏକ ସ୍ପଷ୍ଟ କାରଣ ହେଉଛି କି , ବିବାହ ପରେ ଯଦି ମହିଳା ମାନଙ୍କୁ ଶାରୀରିକ ତଥା ମାନସିକ ଶାନ୍ତି ନ ମିଳେ , ତେବେ ସେମାନେ ଏଭଳି କାମ କରିବସନ୍ତି । ଅନ୍ୟ ପୁରୁଷଙ୍କୁ ଭଲ ପାଇ ବସନ୍ତି । ଅନ୍ୟର ପ୍ରେମରେ ପାଗଳ ହୋଇଯାଆନ୍ତି । ତେବେ ବିଶେଷ କରି ଯେଉଁମାନେ ସେମାନଙ୍କର ଯତ୍ନ କରନ୍ତି , ସେମାନଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି । ଆଜିକାର ଦୁନିଆଁରେ ଏଭଳି ଅନେକ ଖବର ଶୁଣିବାକୁ ମିଳୁଥିବ ଯେ , ପ୍ରେମିକ ସହ ମିଶି ସ୍ୱାମୀଙ୍କର ହତ୍ୟା କଲେ ପତ୍ନୀ । ତେବେ ଏମିତି କିଛି ସ୍ୱତନ୍ତ୍ର କାରଣ ରହିଥିବ , ଯେଉଁଥିପାଇଁ ମହିଳା ମାନେ ନିଜ ସ୍ୱାମୀ ମାନଙ୍କର ହତ୍ୟା କରିଥାନ୍ତି କିମ୍ବା ତାଙ୍କ ସହ ପ୍ରତାରଣା କରିଥାନ୍ତି । ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ତେବେ ଏହା ପଛର ପ୍ରଥମ କାରଣ ହେଉଛି ନିଜର ପ୍ରଥମ ପ୍ରେମକୁ ଭୁଲି ନ ପାରିବା । ପ୍ରାୟତଃ ପ୍ରଥମ ପ୍ରେମକୁ କେହି ଭୁଲି ପାରନ୍ତି ନାହିଁ । କାହିଁକି ନା ଏହା ଅତ୍ୟନ୍ତ ନିବିଡ଼ ହୋଇଥାଏ । ଏଥିରେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଥାନ୍ତି । ତେଣୁ ଯଦି ନିଜ ପ୍ରଥମ ପ୍ରେମକୁ ମହିଳା ମାନେ ପାଇ ପାରିନଥାନ୍ତି , ତେବେ ନିଜ ସ୍ୱାମୀଙ୍କୁ ଧୋକା ଦେଇଥାନ୍ତି ।

ଏହା ପଛର ଦ୍ଵିତୀୟ କାରଣ ହେଉଛି ଘରୋଇ ହିଂସା । ପାରିବାରିକ ତଥା ଦାମ୍ପତ୍ୟ ଜୀବନରେ ହିଂସା ନାମକ ଝଡ଼ ଉଠିଥାଏ । ଯାହା ଅନେକ ସମୟରେ ପରିବାରକୁ ଭାଙ୍ଗି ରଖି ଦେଇଥାଏ । ବିବାହ ଦୁଇ ମଣିଷକୁ ପ୍ରେମ ବନ୍ଧନରେ ଆବଦ୍ଧ କରି ରଖିଥାଏ ଆଉ ହିଂସା ସେ ଡୋରକୁ ଭାଙ୍ଗି ଦେଇଥାଏ । ଏହା ମହିଳା ମାନଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ସେମାନେ ଶାନ୍ତିର ଖୋଜରେ ଅନ୍ୟ ମଣିଷ ଖୋଜିଥାନ୍ତି ।

ଅନ୍ୟ ଏକ କାରଣ ହେଉଛି ମହିଳା ମାନେ ନିଜ ଯୌନ ଜୀବନରେ ଖୁସିରେ ରହିପାରନ୍ତି ନାହିଁ , ସେଥିପାଇଁ ସେମାନେ ଅନ୍ୟ ପୁରୁଷ ଖୋଜିଥାନ୍ତି ।

ଏହାର ଆଉ ଏକ କାରଣ ହେଉଛି , ଯଦି ବିବାହ ପରେ ସ୍ତ୍ରୀଙ୍କ ଉପରେ ଯଦି ସ୍ୱାମୀଙ୍କର ବିଶ୍ୱାସ ନ ରୁହେ ତେବେ ମହିଳା ମାନେ ଧୋକା ଦେଇ ଦିଅନ୍ତି । ପୁରୁଷ ମାନେ ନିଜ ସ୍ତ୍ରୀଙ୍କୁ ବିଶ୍ୱାସ କରିବା ପରିବର୍ତ୍ତେ ସନ୍ଦେହ କରିଥାନ୍ତି । ଯେଉଁଥିପାଇଁ ମହିଳା ମାନେ ନିଜ ମନର କଥା ନ କହି ପାରି ଅନେକ କଷ୍ଟ ପାଇଥାନ୍ତି ଏବଂ ସ୍ୱାମୀଙ୍କୁ ଧୋକା ଦେଇଥାନ୍ତି ।

ଆଉ କିଛି ମହିଳା ପ୍ରତିଶୋଧ ନେବା ପାଇଁ ସ୍ୱାମୀ ମାନଙ୍କୁ ଧୋକା ଦେଇଥାନ୍ତି । ଯଦି ସ୍ୱାମୀ ଭରସା ଭାଙ୍ଗି ଦିଅନ୍ତି , ତେବେ ଏହାର ପ୍ରତିଶୋଧ ପାଇଁ ସେମାନେ ତାଙ୍କୁ ଧୋକା ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *