କେବଳ 4 ମିନିଟରେ ମା ହୋଇଗଲେ ମହିଳା , ଅଫିସରୁ ଘରକୁ ଫେରିଲା ପରେ ସ୍ୱାମୀକୁ ହେଲାନି ବିଶ୍ୱାସ :-

ମା ହେବା ଜୀବନର ଏପରି ଏକ ଅନୁଭବ ଅଟେ ଯାହାକୁ ବର୍ଣ୍ଣନା କରିବାକୁ କେହିବି ମହିଳା ପାଇଁ ଅସମ୍ଭବ ହୋଇଥାଏ । ଗୋଟିଏ ପିଲାର ଜନ୍ମ ସହିତ ମା କୁ ବି ଖୁସି ମିଳିଥାଏ । ଅତି ବଡ଼ରୁ ବଡ଼ ସଫଳତା ହାସଲ କରିବି ତାକୁ ଏତେ ବଡ଼ ଖୁସି ମିଳି ନଥାଏ । କିନ୍ତୁ ପିଲା ଜନ୍ମ କରିବା ପୂର୍ବର ସମୟ ମା ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇଥାଏ । ଲେବର ପେନ ସମୟରେ ମା କୁ ସବୁଠାରୁ ଅଧିକ ଯନ୍ତ୍ରଣା ସହିବାକୁ ପଡ଼ିଥାଏ । ଏହି କ୍ରମରେ ଜଣେ ମହିଳା ନିଜର ଡେଲିଭରୀ ର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ମାତ୍ର ୪ ମିନିଟରେ ପିଲା ଜନ୍ମ :-

ଡେଲି ମେଲର ଏକ ଖବର ଅନୁସାରେ କିମ ନାମକ ଜଣେ ମହିଳା ଜୋର ଦେଇ କହିଛନ୍ତି ଯେ ସେ ମାତ୍ର ୪ ମିନିଟରେ ମା ହୋଇ ଯାଇଛନ୍ତି । ମହିଳା ଜଣକ କହି5 ଯେ ସେ କେବଳ ୪ ମିନିଟ ମଧ୍ୟରେ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏମିତିକି ଡାକ୍ତର ମାନେ ମଧ୍ୟ ଏହାକୁ ସହଜରେ ବିଶ୍ୱାସ କରିପାରି ନାହାଁନ୍ତି । ମହିଳା ଜଣକ ନିଜ ପ୍ରସବ ର କାହାଣୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟୋକରେ ସେୟାର କରିଛନ୍ତି ।

ମହିଳାଙ୍କର ଏହି କାହାଣୀକୁ ଶୁଣି ଲୋକେ ତାଙ୍କୁ ଦୁନିଆର ସବୁଠାରୁ ଭାଗ୍ୟବାନ ମା କହୁଛନ୍ତି । କିମ ନାମକ ମହିଳା ଜଣକ ଟିକଟୋକ ରେ ନିଜର ପ୍ରସବ ର କାହାଣୀ ସେୟାର କରି କହିଛନ୍ତି ଯେ ସେ ହସ୍ପିଟାଲକୁ ଚେକଅପ ପାଇଁ ଗଲେ କିନ୍ତୁ କୋଳରେ ଏକ ପିଲା ଧରି ଫେରିଲେ । ମହିଳାଙ୍କୁ ସେତେବେଳେ ଲାଗି ନଥିଲା ଯେ ସେ ହସ୍ପିଟାଲ ଏକୁଟିଆ ଯାଉଛନ୍ତି କିନ୍ତୁ ଫେରିବେ ନିଜ ସନ୍ତାନ ସହିତ । ଯେତେବେଳେ ସେ ହସ୍ପିଟାଲ ଗଲେ ଡାକ୍ତର ମାନେ ସଙ୍ଗେ ସଙ୍ଗେ ତାଙ୍କୁ ଏଡ଼ମିଟ କରାଇଲେ । ଡାକ୍ତର ମାନେ ପ୍ରସବ ର ପ୍ରସ୍ତୁତି କରୁ କରୁ ମହିଳା ଜଣକ ଜନ୍ମ ଦେଇ ସାରିଥିଲେ ।

ମହିଳା ଜଣକ କହିଛନ୍ତି ଯେ ଡାକ୍ତର ମାନେ ଯେତେବେଳେ ତାଙ୍କ ଶରୀରର ପରିକ୍ଷଣ କରୁଥିଲେ ସେତେବେଳେ ଜାଣିବାକୁ ପାଇଲେ ଯେ ସେ କୌଣସି ସମୟରେ ହିଁ ପିଲାକୁ ଜନ୍ମ ଦେଇ ପାରନ୍ତି । ଏହାପରେ ଡାକ୍ତର ମାନେ ତାଙ୍କୁ ଲେବଲ ପେନ ସମ୍ବନ୍ଧରେ ପଚାରିଲେ । କିନ୍ତୁ କିମ ଙ୍କୁ ସେମିତି କିଛି ଅନୁଭବ ହୋଇ ନଥିଲା । ମାତ୍ର ଡାକ୍ତର ମାନଙ୍କର ୪ ମିନିଟ ର ଆଲୋଚନା ମଧ୍ୟରେ ହିଁ ମହିଳା ଜଣକ ନିଜ ସନ୍ତାନକୁ ଜନ୍ମ ଦେଲେ । ଏମିତିକି ଡାକ୍ତର ମାନଙ୍କୁ ଏହା ଆଶା ନଥିଲା ଯେ କିମ ଏତେ ଜଲଦି ମା ହୋଇଯିବେ ।

କିମ କହିଛନ୍ତି ଯେ ପିଲା ଜନ୍ମ ହେବାର ଠିକ ଏକ ମିନିଟ ପୂର୍ବରୁ ସେ ନିଜ ସ୍ୱାମୀଙ୍କୁ କଲ କରିଥିଲେ ଏବଂ କହିଥିଲେ ଯେ ଡାକ୍ତର ମାନେ ତାଙ୍କ ପ୍ରସବ କରାଇବାକୁ ଯାଉଛନ୍ତି । ମହିଳାଙ୍କ ଅନୁସାରେ ସକାଳୁ ତାଙ୍କ ସ୍ୱାମୀ ଅଫିସ ଯାଇଥିଲେ । ମାତ୍ର ସନ୍ଧ୍ୟାରେ ଯେତେବେଳେ ସେ ଘରକୁ ଫେରିଲେ ଯାହା ଜାଣିବାକୁ ପାଇଲେ ତାଙ୍କର ବିଶ୍ୱାସ ହେଲା ନାହିଁ । ସକାଳ ୧୦ ରେ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଯାଇଥିଲେ । କିମ ଯେଉଁଦିନ ନିଜ ସନ୍ତାନକୁ ଜନ୍ମ ଦେଲେ ସେଦିନ ଠିକ ଡେଟ ବି ନଥିଲା ।

Leave a Reply

Your email address will not be published. Required fields are marked *