ପ୍ରାଇଭେଟ ପାର୍ଟରେ ଲଗାଇଲେ କୋକିନର ଇଞ୍ଜେକ୍ସନ… ତା ପରେ ଯାହା ହେଲା ଆଶ୍ଚର୍ଯ୍ୟ ହେଇଯିବେ

ଆମେରିକାର ଜଣେ ବ୍ୟକ୍ତି ନିଜ ପେନିସରେ କୋକିନର ଇଞ୍ଜେକ୍ସନ ଦେଇଛନ୍ତି।କଣ ପାଇଁ ଦେଇଛନ୍ତି ଏହାର ସୂଚନା ତ ସାମ୍ନାକୁ ଆସିନାହିଁ, କିନ୍ତୁ ଏହାପରେ ଯାହା ହୋଇଛି। ସେଥିରେ ରୋଗୀଙ୍କର ହୋଶ ଉଡି ଯାଇଛି।ଏହି ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ବିଚିତ୍ର ଘଟଣାର ରିପୋର୍ଟ ଆମେରିକନ ଜର୍ନଲ ଅଫ କେସ ରିପୋର୍ଟସ ପ୍ରକାଶିତ କରାଇଛନ୍ତି। ଆସନ୍ତୁ ଜାଣିବା କି ଏହି ରୋଚକ ଏବଂ ଭୟାବହ ଘଟଣାରେ କଣ ହୋଇଛି?

୩୫ବର୍ଷର ଜଣେ ବ୍ୟକ୍ତି ତିନି ଦିନରୁ ନିଜ ପେନିସ ଏବଂ ତା’ର ଆଖପାଖର ଅଙ୍ଗରେ ଅସହନୀୟ ପିଡା ଦେଇ ଗତି କରୁଥିଲେ।ଏହି ଯନ୍ତ୍ରଣା ଏତେ ଅଧିକ ଥିଲା କି ତାଙ୍କର ଡାହାଣ ଅଣ୍ଡକୋଷ ଏବଂ ଡାହାଣ ପାଦ ମଧ୍ୟ ଫୁଲି ଯାଇଥିଲା। ଡାକ୍ତର ଯେତେବେଳେ ଏହି ରୋଗୀଙ୍କର ଚିକିତ୍ସା କରିଥିଲେ ତ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରୋଗୀଙ୍କ ପେନିସରେ ଫୁଲା ଥିଲା। ତାଙ୍କ ପେନିସର ଉତ୍ତକ ପଚୁଥିଲା। ଅର୍ଥାତ ମାଂସପେଶୀ ଶେଷ ହେବାକୁ ଲାଗିଥିଲା। ପରିସ୍ରା ଏବଂ ବୀର୍ଯ୍ୟ ନଳୀର ଆଖପାଖରେ ଛାଲ ହୋଇ ଯାଇଥିଲା।ଏହା ସହିତ ଖରାପ ଦୁର୍ଗନ୍ଧ ମଧ୍ୟ ଆସୁଥିଲା।

ଡାକ୍ତରଙ୍କୁ ପ୍ରଥମେ ଲାଗିଥିଲା କି ଏହା ଗ୍ୟାଙ୍ଗରିନ ଅଟେ। କିନ୍ତୁ ପରୀକ୍ଷାରୁ ତାହା ବାହାରି ନଥିଲା। ପୁଣି ଡାକ୍ତରଙ୍କୁ ଲାଗିଥିଲା କି ଏହା ସେକ୍ସୁଆଲି ଟ୍ରାନ୍ସମିଟେଡ ସଂକ୍ରମଣ ଅଟେ। କିନ୍ତୁ ତାହା ମଧ୍ୟ ବାହାରି ନଥିଲା। ଡାକ୍ତରଙ୍କର ଗୋଟିଏ ଟିମ ଏହି କେସରେ ଲଗା ଯାଇଛି। ରୋଗୀଙ୍କୁ ଏଣ୍ଟିବାୟୋଟିକ୍ସ ଦିଆଯାଇଛି। ଯାହାଦ୍ଵାରା ତାଙ୍କ ପେନିସରେ ହୋଇଥିବା କ୍ଷତ ଭରି ହୋଇ ପାରିବ। ସାଧାରଣ ଭାବରେ ଏମିତି ଘଟଣାରେ ଅଙ୍ଗକୁ କାଟିବା ପାଇଁ ପଡ଼ିଥାଏ। କିନ୍ତୁ ଡ଼ାକ୍ତର ତାଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବରେ ବଞ୍ଚେଇ ନେଇଥିଲେ।

ଦୁଇ-ତିନିଥର ଚିକିତ୍ସା କରିବା ପରେ ଡାକ୍ତର ରୋଗୀଙ୍କୁ କହିଥିଲେ କି ତୁମ ପେନିସର ଅବସ୍ଥା ଅତ୍ୟଧିକ ଖରାପ ଅଟେ। ଆମକୁ ତାକୁ କାଟିବା ପାଇଁ ପଡିବ।ରୋଗୀ ମନା କରିଦେଇଥିଲେ। ଡାକ୍ତର କହିଛନ୍ତି କି ଯେଉଁ ଅଂଶ ଅଧିକ ଖରାପ ଅଟେ, ତାକୁ କାଟିଦେବା।ନହଲେ ସଂକ୍ରମଣ ବ୍ୟାପିବ।ରୋଗୀ ଏଥିପାଇଁ ମଧ୍ୟ ମାନିନଥିଲେ। ସେତେବେଳେ ଡାକ୍ତର ତାଙ୍କୁ ଲମ୍ବା ଚିକିତ୍ସାର ପ୍ରକ୍ରିୟା ବିଷୟରେ ବତାଇଥିଲେ।୧୫ଦିନ ରୋଗୀ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଲାଗିଥିଲେ।

ପରିଶେଷରେ,ଭଲ କଥା ତ ଏହା ଅଟେ କି ରୋଗୀଙ୍କ କ୍ଷତ ଭରି ହୋଇ ଯାଇଛି। ସଂକ୍ରମଣକୁ ରୋକି ଦିଆଯାଇଛି। ଚିକିତ୍ସା ସମୟରେ ଜଣା ପଡ଼ିଛି କି ସେହି ରୋଗୀ ଜଣଙ୍କ ଅନେକ ବର୍ଷରୁ ଇଞ୍ଜେକ୍ସନ ମାଧ୍ୟମରେ ନିଶା କରୁଛନ୍ତି। ତାଙ୍କ ଶରୀରରେ ଇଞ୍ଜେକ୍ସନ ଲାଗିବା କାରଣରୁ ଅନେକ ସ୍ଥାନରେ ଦାଗ ହୋଇ ଯାଇଥିଲା। ବର୍ତମାନ ତାଙ୍କୁ ନିଜ ଶରୀରର କୈାଣସି ନୂଆ ସ୍ଥାନରେ ଇଞ୍ଜେକ୍ସନ ଦେବାର ଥିଲା। କାରଣ ପୁରୁଣା ସ୍ଥାନରେ ସେ ଏମିତି କରି ପାରିବେ ନାହିଁ। ଯେତେବେଳେ ତାଙ୍କୁ କୈାଣସି ସ୍ଥାନ ମିଳିନଥିଲା ତ ସେ ନିଜ ଲିଙ୍ଗର ଡର୍ସଲ ଶିରାରେ ନିଶା ଜାତୀୟ ଇଞ୍ଜେକ୍ସନ ଲଗାଇ ଦେଇଥିଲେ।

ରୋଗୀ ଜଣଙ୍କ ଦୁଇ ସପ୍ତାହରେ ଦୁଇଥର ଏହି କାମ କରିଛନ୍ତି। କିନ୍ତୁ ଯେମିତି ହିଁ ତୃତୀୟ ଥର ସେ ଇଞ୍ଜେକ୍ସନ ଲଗାଇଥିଲେ। ତାଙ୍କର ବହୁତ ଜୋରରେ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଡାକ୍ତର କହିଛନ୍ତି କି ରୋଗୀ ଜଣଙ୍କ ପେନିସର ଯେଉଁ ଅଂଶକୁ କୋକିନ ଦେବା ପାଇଁ ଚୟନ କରିଥିଲେ,ତାହା ସଂକ୍ରମିତ ହେବାଦ୍ବାରା ପେନିସ କାଟିବା ପାଇଁ ପଡ଼ିଥାଏ।ନେକ୍ରୋସିସ ଏବଂ ଗ୍ୟାଙ୍ଗରୀନ ହେବାର ଆଶଙ୍କା ବଢି ଯାଇଥାଏ। ଏଥିପାଇଁ ବର୍ତ୍ତମାନ ସରକାରଙ୍କର ଦାୟିତ୍ଵ ହେଉଛି କି ଡ୍ରଗସ ନେବା ବାଲାଙ୍କ ପାଇଁ ଗୋଟିଏ ନୋଟିସ ଜାରି କରନ୍ତୁ କି ଶରୀରର ଏମିତି ଅଙ୍ଗରେ ନିଶା ଜାତୀୟ ଇଞ୍ଜେକସନ ଦିଅନ୍ତୁ ନାହିଁ।

ଆମେରିକାରୁ ପ୍ରତିବର୍ଷ ଯେତେବି ଡ୍ରଗସ ଧରା ଯାଉଛି, ସେଥିରୁ ୮୦ଶତକଡା କୋକିନ ହୋଇଥାଏ। ଏହାକୁ ଗୋଟିଏ ପ୍ୟାରାସାଇଟ ଓ୍ବାର୍ମ ମାରିବା ବାଲା ଔଷଧ ଲେବାମିସୋଲ ସହିତ ସ୍ମଗଲ କରାଯାଇଥାଏ। ଲୋକମାନେ କୋକିନ ଏବଂ ଏହି ଔଷଧ ଏକା ସାଥିରେ ନେଇଥାନ୍ତି, ଯାହାଦ୍ଵାରା ସେମାନଙ୍କୁ ଅଧିକ ନିଶା ହେବ। କିନ୍ତୁ ସେମାନଙ୍କୁ ଏହା ଜଣାନାହିଁ କି ଏହି ଦୁଇଟିର ମିଶ୍ରଣରେ ଶରୀରରେ କେଉଁଠା ମଧ୍ୟ ନୋକ୍ରୋସିସ ହୋଇପାରେ।ନୋକ୍ରୋସିସ ଅର୍ଥାତ ଉତ୍ତକର ରାସ୍ତା ଶେଷ ହୋଇଯିବା।

ଡାକ୍ତର ଏହି ରୋଗୀ ଜଣଙ୍କର ପରିସ୍ରା ପରୀକ୍ଷା କରି ନାହାନ୍ତି, କାରଣ ସେ ଡ୍ରଗସ ନେବାର ୪୮ଘଣ୍ଟା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯଦି ସେ ପ୍ରଥମରୁ ଆସିଥାନ୍ତେ ତାହେଲେ ଏହା ଜଣା ପଡି ଯାଇଥାନ୍ତା କି ରୋଗୀ ଜଣଙ୍କ କେତେ ମାତ୍ରାରେ ଡ୍ରଗସକୁ ଇଞ୍ଜେକସନ ମାଧ୍ୟମରେ ଶରୀରରେ ଦେଇଥିଲେ। ଡାକ୍ତର ଚେତାବନୀ ଜାରି କରିଛନ୍ତି କି ଶରୀରରେ କେଉଁଠାରେ ମଧ୍ୟ ନିଶାଯୁକ୍ତ ଇଞ୍ଜେକସନ ଲଗାଇବା ଶରୀର ପାଇଁ ଠିକ ନୁହେଁ। କିନ୍ତୁ ଶରୀରର ଏମିତି ଅଙ୍ଗ ଉପରେ ତ କେବେବି ଲଗାଇବା ଉଚିତ ନୁହେଁ… କାରଣ ଏହାଦ୍ବାରା ବହୁ ମାତ୍ରାରେ କ୍ଷତି ହୋଇପାରେ।

Leave a Reply

Your email address will not be published. Required fields are marked *