ପ୍ରେମ ନିବେଦନ ଗ୍ରହଣ ନକରିବାରୁ , ଯୁବକ କଲା ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ର-ମଣ

ଜଣେ ବିବାହିତା ମହିଳାଙ୍କ ପ୍ରେମରେ ଉବୁଡୁବୁ ହେଉଥିଲେ ରସିକ ପ୍ରେମିକ । କିନ୍ତୁ ସେ ନିଜେ ଥିଲେ ଅବିବାହିତ । ବାରମ୍ବାର ପ୍ରେମ ନିବେଦନ କରୁଥିଲେ କିନ୍ତୁ ମହିଳା ଜଣକ କେବେ ମଧ୍ୟ ସେହି ପ୍ରେମ ନିବେଦନକୁ କରୁନଥିଲେ ଗ୍ରହଣ । ତେବେ ମହିଳା ଜଣକ ପେଷାରେ ଜଣେ ଅଙ୍ଗନବାଡି କର୍ମୀ ଭାବରେ କାମ କରୁଥିବାରୁ ସକାଳ ପାହୁଣୁ ଅଙ୍ଗନବାଡି କେନ୍ଦ୍ରକୁ ବାହାରି ଯାଆନ୍ତି ଆଉ ଯାଇ ସେଠାରେ ପିଲାକୁ ପାଠ ପଢ଼ାନ୍ତି । କିନ୍ତୁ ଏପଟେ ରସିକ ପ୍ରେମିକ ରାସ୍ତା ଘାଟ ଯେଉଁଠାରେ ବି ମହିଳାଙ୍କୁ ଦେଖିଲେ କରୁଥିଲେ ପ୍ରେମ ନିବେଦନ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମରେ । ଏହି ଗ୍ରାମର ରାକେଶ ଦାସ ନାମକ ଜଣେ ଯୁବକ ସେହି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ କାମ କରୁଥିବା ତିଳତମା ବେହେରା ନାମକ ଜଣେ ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ ଆଉ ସବୁବେଳେ ତାଙ୍କର ପିଛା କରୁଥିଲେ । ତେବେ ଆଗରୁ ଏ ବାବଦରେ ରାକେଶ ମହିଳାଙ୍କର ସ୍ୱାମୀଙ୍କୁ ମଧ୍ୟ ଧମକ ଦେଇ ସାରିଥିଲେ ଆଉ ତାଙ୍କୁ କହିଥିଲେ କି ତୁମ ସ୍ତ୍ରୀକୁ ମାରିଦେବି । ଏଥିପାଇଁ ଆଗରୁ ଥାନାରେ ମହିଳା ଜଣକ ଅଭିଯୋଗ ମଧ୍ୟ କରିଥିଲେ।

ମହିଳାଙ୍କର ଅଭିଯୋଗ ପରେ ପୋଲିସ ରାକେଶଙ୍କୁ ଗିରଫ କରିଥିଲା । ତେବେ କିଛିଦିନ ଥାନାରେ ରହିବା ପରେ ରାକେଶଙ୍କୁ ଜାମିନ ମିଳି ଯାଇଥିଲା ଆଉ ସେ ଗାଁକୁ ଫେରି ଆସିଥିଲେ । ଏହାପରେ ପୁଣିଥରେ ମହିଳାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ରାକେଶ । ତେବେ ଗତକାଲି ମହିଳା ଜଣକ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ସମୟରେ ରାକେଶ ମହିଳାଙ୍କୁ ବାଟରେ ଜଗି ବସିଥିଲା । ଅନ୍ୟପକ୍ଷରେ ମହିଳାଙ୍କ ସହିତ ଦୁଇ ଜଣ ପିଲା ଆଉ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲେ । କିନ୍ତୁ ରାକେଶ କାହାକୁ କରିନଥିଲା ଭୟ । ପରିସ୍ଥିତିର ଫାଇଦା ଉଠାଇ ରାକେଶ ଦାସ ମହିଳାଙ୍କୁ କରିଥିଲା ଆକ୍ରମଣ ।

ଏକ କାଠ ଫାଳିଆରେ ମହିଳାଙ୍କର ମୁଣ୍ଡକୁ ଛେଚି ଦେଇଥିଲା ଆଉ ମହିଳା ଜଣକ ସେହି ସ୍ଥାନରେ ଗୁରୁତର ଆହତ ହୋଇ ପଡି ଯାଇଥିଲେ । ତେବେ ଏହାପରେ ସାଙ୍ଗେ ସାଙ୍ଗେ ଗ୍ରାମବାସୀ ମାନଙ୍କ ସାହାଯ୍ୟରେ ମହିଳାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡ଼ିକାଲକୁ ନିଆ ଯାଇଥିଲା ଆଉ ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆ ଯାଇଥିଲା । ଆଉ ଏହାପରେ ମହିଳାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା । ଏ ନେଇ ମହିଳାଙ୍କର ସ୍ୱାମୀ ଥାନାରେ ଅଭି-ଯୋଗ କରିଛନ୍ତି ଆଉ ପୋଲିସ ଅଭି-ଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *