ଭାଉଜଙ୍କ ସହିତ ସ୍ଵାମୀଙ୍କର ଖରାପ ସମ୍ପର୍କ , ଘର ବାହାରେ ଶୋଉଛନ୍ତି ସ୍ତ୍ରୀ

ଦୁନିଆଁରେ ପ୍ରତିଦିନ ଏଭଳି ଅନେକ ଘଟଣା ଘଟୁଅଛି , ଯାହା ଆମକୁ ଅତ୍ୟନ୍ତ ଲଜ୍ଜି-/ତ କରିଦେଉଛି । ଅନେକ ସ୍ଥାନରେ ଦେଖିବାକୁ ମିଳୁଛି କି , ସ୍ତ୍ରୀ ଆଉ ସ୍ୱାମୀ ବିବାହ ପରେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଆକୃଷ୍ଟ ହୋଇ ଯାଉଛନ୍ତି । ବିବାହର ଅନେକ ବର୍ଷ ବିତି ଗଲା ପରେ ମଧ୍ୟ ଅନ୍ୟମାନଙ୍କ ପ୍ରତି କାହିଁକି ଏଭଳି ଆକୃଷ୍ଟ ଭାବ ଆସିଯାଉଛି , ସେ ବିଷୟରେ କହିବା ଅସମ୍ଭବ । ପିଲା ଜନ୍ମ ହେବା ପରେ ମଧ୍ୟ କାହିଁକି ଉଭୟ ସ୍ୱାମୀ ଆଉ ସ୍ତ୍ରୀ ଏଭଳି କାଣ୍ଡ ଘଟାଉଛନ୍ତି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ରହିଛି । ବର୍ତ୍ତମାନ ସମୟରେ ଭୁବନେଶ୍ବରରୁ ମଧ୍ୟ ଏଭଳି କିଛି ଖବର ସାମ୍ନାକୁ ଆସିଅଛି ।

ସ୍ୱାମୀଙ୍କର ରହିଛି ନିଜ ଭାଉଜଙ୍କ ସହ ଅନୈତିକ ସମ୍ପର୍କ । ବିବାହର ସାତ ବର୍ଷ ବିତିଯିବା ପରେ ମଧ୍ୟ ଆଉ ଦୁଇ ଦୁଇଟି ପିଲା ଜନ୍ମ କରି ସାରିବା ପରେ ମଧ୍ୟ ସ୍ୱାମୀ ଭାଉଜ ପ୍ରେମରେ ଉବୁଡୁବୁ ହୋଇ ପଡିଛନ୍ତି । ଆଉ ଏପଟେ ସ୍ତ୍ରୀଙ୍କୁ ମଧ୍ୟ ଘରେ ପୁରାଇ ଦେଉ ନାହାଁନ୍ତି । ତେବେ ଏଭଳି କାଣ୍ଡ ଘଟିଛି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରୁ । ସୂଚନା ମୁତାବିକ , ନୀଳାଦ୍ରି ବିହାର ଅଞ୍ଚଳର ମାନଗୋବିନ୍ଦ ସେଠିଙ୍କ ପୁଅ ସୁକାନ୍ତ କୁମାରଙ୍କର ବିଦ୍ୟୁତ ପ୍ରଭାଙ୍କର ବିବାହ ହୋଇଥିଲା । ଆଉ ବିବାହରୁ ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ।

କିନ୍ତୁ ଦୀର୍ଘ ସାଢ଼େ ସାତ ବର୍ଷ ହେବ ବିଦ୍ୟୁତପ୍ରଭା ଆଦୌ ଶାନ୍ତିରେ ରହି ନାହାଁନ୍ତି । ତାଙ୍କ ଉପରେ ଅତ୍ୟାଚାର ହେବାରେ ଲାଗିଛି । ହଠାତ ବିଦ୍ୟୁତପ୍ରଭା ଜାଣିବାକୁ ପାଇଥିଲେ କି ତାଙ୍କ ଭାଉଜଙ୍କ ସହିତ ତାଙ୍କ ସ୍ୱାମୀଙ୍କର ସମ୍ପର୍କ ରହିଛି । ଆଉ ଏହି କଥା ତାଙ୍କ ପରିବାର ଲୋକ ମଧ୍ୟ ଜାଣିଛନ୍ତି । କିନ୍ତୁ ନିଜ ପୁଅକୁ ଏଭଳି କରିବାକୁ ବାରଣ କରୁ ନାହାଁନ୍ତି । ଅନ୍ୟପକ୍ଷରେ ବିଦ୍ୟୁତପ୍ରଭାଙ୍କୁ ସେମାନେ ଧମକ ଦେଉଛନ୍ତି କି ଯେତେ କୋର୍ଟ କଚେରୀ କଲେ ମଧ୍ୟ ସେମାନଙ୍କୁ କେହି ଡ଼ରାଇ ପାରିବନାହିଁ । କାରଣ ସେମାନଙ୍କ ହାତ ବହୁତ ଲମ୍ବା । ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତପ୍ରଭା ଯେତେ ଥାନା ଦୌଡ଼ିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାଁନ୍ତି ।

 

ବିଦ୍ୟୁତପ୍ରଭା ଅଭିଯୋଗ କରିଛନ୍ତି କି , ଗତ କିଛି ଦିନ ପୂର୍ବରୁ ସେ ନିଜ ଭଉଣୀ ନିର୍ବନ୍ଧ ପାଇଁ ଗାଁକୁ ଯାଇଥିବା ବେଳେ ତାଙ୍କ ସ୍ୱାମୀ ଭାଉଜଙ୍କ ସହିତ ସମୟ ବିତାଇଥିଲେ । ଆଉ ଯେତେବେଳେ ସେ ଘରକୁ ଫେରିଥିଲେ ସେତେବେଳେ ତାଙ୍କୁ ତାଙ୍କ ପରିବାର ଲୋକେ ଘରେ ପୁରାଇ ଦେଇ ନଥିଲେ ଆଉ କବାଟ ଯେତେ ବାଡେଇଲେ ମଧ୍ୟ କବାଟ ଖୋଲି ନଥିଲେ । ବାଧ୍ୟ ହୋଇ ସେ ନିଜ ଦୁଇ ଝିଅଙ୍କ ସହିତ ବାହାରେ ରହିଥିବା ଗ୍ୟାରେଜ ଘରେ ମଶା ପିମ୍ପୁଡିଙ୍କ ସହିତ ଶୋଇଥିଲେ । ତେବେ ତାଙ୍କର ଅଭିଯୋଗ କେହି ନ ଶୁଣୁଥିବା କଥା କହି ବିଦ୍ୟୁତପ୍ରଭା ବହୁତ କାନ୍ଦିଛନ୍ତି ଆଉ ବର୍ତ୍ତମାନ ସେ କଣ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *