ରାଜଧାନୀ ରାଜରାସ୍ତାରେ ନବୀନ ଫ୍ୟାନଙ୍କୁ ପୋଲିସ ଘୋଷାଡିଲେ…

ଆମେ ଅନେକ ଥର ଏପରି ଲୋକଙ୍କୁ ଦେଖିବାକୁ ପାଇଥାଉ , ଯେଉଁ ମାନେ କାହାର ନା କାହାର ଫ୍ୟାନ ହୋଇଥାନ୍ତି । ଆଉ ଏଥିରେ ସେମାନେ ଏତେ ପାଗଳ ହୋଇ ଯାଆନ୍ତି କି , ସେହି ଲୋକଙ୍କୁ ଦେଖା କରିବ ପାଇଁ କି ସେହି ଲୋକଙ୍କ ସହିତ ଟିକିଏ କଥା ହେବା ପାଇଁ କିଛି ବି କରିବାକୁ ରାଜି ହୋଇ ଯାଇଥାନ୍ତି । ପୋଲିସ କି ପ୍ରଶାସନ କାହାକୁ ବି ସେମାନେ ଖାତିର କରନ୍ତି ନାହିଁ ଆଉ ନିଜ ମନ ଇଚ୍ଛା କାମ କରିବାକୁ ଲାଗି ପଡନ୍ତି । ତେବେ କୁହାଯାଏ ନା ଫ୍ୟାନ ମାନେ କିଛି ବି କରିପାରିବେ । ଆଉ ତାହାର ଏକ ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଚି ରାଜଧାନୀ ରାଜରାସ୍ତାରେ ।

ରାଜଧାନୀ ରାସ୍ତା ଉପରେ ଏପରି ଜଣେ ବ୍ୟକ୍ତି ଦେଖା ଯାଇଛନ୍ତି ଯିଏ ନିଜକୁ ନବୀନ ପଟ୍ଟନାୟକଙ୍କ ଫ୍ୟାନ ବୋଲି କହିବାରେ ଲାଗିଛନ୍ତି । ଆଉ ଏପରିକି ସେ ନିଜ ଦେହର ବିଜେଡ଼ି ର ପ୍ରତୀକ ଶଙ୍ଖ ଚିହ୍ନର ପୋଷାକ ମଧ୍ୟ ପରିଧାନ କରି ହାତରେ ବିଜେଡି ପତାକା ଧରି ବୁଲିବାରେ ଲାଗିଛନ୍ତି । ତେବେ ତାଙ୍କୁ ପୋଲିସ ଯେତେ ବିରୋଧ କରିଲେ ମଧ୍ୟ ସେ କାହା କଥା ଶୁଣିବାକୁ ରାଜି ନାହାଁନ୍ତି। ଆଉ ନିଜେ ନିଜର କଷ୍ଟ କଥା କହିବାକୁ ଲାଗିଛନ୍ତି । ସେ କହିଛନ୍ତି କି , ସେ ଯେମିତି ହେଉ ନା କାହିଁକି ନବୀନ ପଟ୍ଟନାୟକଙ୍କୁ ଦେଖା କରିକି ଯିବେ । ଦୀର୍ଘ ୭ ରୁ ୮ ବର୍ଷ ହେବ ସେ ତାଙ୍କ ପାଇଁ କାମ କରି ଆସୁଛନ୍ତି । ଆଉ ଆଗକୁ ବି କାମ କରିବେ ।

ତେବେ ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲାର ଅଟନ୍ତି । ଆଉ ସେ ୨୦୧୮ ମସିହାରୁ ନବୀନ ବାବୁ ଆଉ ବିଜେଡି ଦଳର ପ୍ରଚାର କରି ଆସୁଛନ୍ତି । ତାଙ୍କୁ ଏଥିରେ କେହି ସାଥ ଦିଅନ୍ତି ନାହିଁ କି ତାଙ୍କୁ ଏହି କଥା କେହି କରିବାକୁ ମଧ୍ୟ କହି ନାହାଁନ୍ତି । ସେ ମନ ଇଛା ଏହି କାମରେ ପାଦ ଥାପି ଦେଇଛନ୍ତି ଆଉ ଆଗକୁ ମଧ୍ୟ କରିବେ ବୋଲି କହିଛନ୍ତି ।

ଏଥିପାଇଁ ତାଙ୍କୁ କେହି ଗାଡ଼ି ତେଲ ପାଇଁ ଟଙ୍କା ମଧ୍ୟ ଦିଅନ୍ତି ନାହିଁ । ସେ ନିଜକୁ ନବୀନ ପଟ୍ଟନାୟକଙ୍କର ପ୍ରକୃତ ଫ୍ୟାନ ବୋଲି କହିବାରେ ଲାଗିଛନ୍ତି। ଏପରିକି ସେ ପୋଲିସକୁ ମଧ୍ୟ ଖାତିର କରି ନାହାଁନ୍ତି । ସେ ମଦ ପିଇ ପୁରାପୁରି ନିଶାରେ ଥିବା କାରଣରୁ ପୋଲିସ ତାଙ୍କୁ ଟଣା ଓଟରା କରିବାରେ ଲାଗିଥିଲା । କିନ୍ତୁ ସେ କାହାକୁ ଖାତିର କରୁ ନଥିଲେ ।

ଓଲଟା ତାଙ୍କୁ କିଛି କଥା କହିଲେ ସେ ଏହାର ଜବାବ ଦେଇ ଦେଉଥିଲେ । ଗଣମାଧ୍ୟମ ସହିତ ମଧ୍ୟ ଝଗଡା କରିବାକୁ ପଛାଇ ନଥିଲେ ବ୍ୟକ୍ତି ଜଣକ । ଗଣମାଧ୍ୟମ ରେ ମଧ୍ୟ ସେ ଓଲଟା କଥା କହିଥିଲେ। ଆଉ ଝଗଡା କରି ପକାଇ ଥିଲେ । ତେବେ ଇତି ମଧ୍ୟରେ ଦେଖିବାକୁ ମିଳିଥିଲା କି , ସେପଟେ ଆସୁଥିବା ନବୀନ ଗାଡ଼ିକୁ ସେ ହାତ ଦେଖାଇ ସାଲ୍ୟୁଟ କରିବାକୁ ଲାଗିଥିଲେ ।

ଆଉ ଲୋକ ତଥା ପୋଲିସ ମାନଙ୍କ କଥା ସେ ଆଦୌ ଖାତିର କରି ନଥିଲେ । ଯାହା ହୋଇ ଯାଉ ପଛକେ ସେ ଜୀବନ ଥିବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବା କଥା ନିଷ୍ପତ୍ତି ନେଇଛନ୍ତି ବୋଲି ସମସ୍ତଙ୍କୁ କହିବାରେ ଲାଗିଥିଲେ ।

Leave a Reply

Your email address will not be published. Required fields are marked *