ରାଜଧାନୀର ସୁଆଦିଆ ଚିକେନ ପକୋଡ଼ା, ମାତ୍ର ୩୦ ଟଙ୍କାରେ :-

ବର୍ତ୍ତମାନ ସବୁ ଲୋକେ ସନ୍ଧ୍ୟା ସ୍ନାକ୍ସ ଖାଇବାରେ ଚିକେନ୍ ପକୋଡ଼ାକୁ ଅଧିକ ପସନ୍ଦ କରିଥାନ୍ତି । କାରଣ ସନ୍ଧ୍ୟା ସମୟରେ ଚିକେନ୍ ପକୋଡ଼ାର ଯେଉଁ ସ୍ୱାଦ ତାହା ବର୍ଣ୍ଣନା ବି କରାଯାଇ ପାରିବ ନାହିଁ । କିନ୍ତୁ ସବୁ ଲୋକ ପ୍ରତିଦିନ ଚିକେନ୍ ପକୋଡ଼ା କିଣି ଖାଇବାକୁ ସମର୍ଥ ନୁହଁନ୍ତି । କାରଣ ଅଧା ପ୍ଲେଟ ଚିକେନ୍ ପକୋଡ଼ା ବି ବଜାରରେ ଖୁବ ମହଙ୍ଗା ଆସିଥାଏ । କିନ୍ତୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଚିକେନ୍ ପକୋଡ଼ା ଷ୍ଟଲ ସମ୍ବନ୍ଧରେ କହିବୁ ଯେଉଁଠି ମାତ୍ର ୩୦ ଟଙ୍କାରେ ଅଧା ପ୍ଲେଟ ଚିକେନ୍ ପକୋଡ଼ା ମିଳିଥାଏ ଏବଂ ତାହା ଖୁବ ସ୍ୱାଦିଷ୍ଟ ମଧ୍ୟ ।

ତେବେ ରାଜଧାନୀର ଭିଏସଏସ ନଗର ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେଠାରେ ଅନେକ ବର୍ଷ ହେବ ଏକ ଚିକେନ୍ ପକୋଡ଼ା ଷ୍ଟଲ ରହି ଆସିଛି ଯାହା ସମସ୍ତଙ୍କ ପ୍ରିୟ । ସନ୍ଧ୍ୟା ହେବା ମାତ୍ରେ ଦୂର ଦୁରାନ୍ତରରୁ ଲୋକଙ୍କ ବେଶ ଭିଡ଼ ଲାଗିଯାଏ । କାରଣ ସ୍ୱାଦ ସାଙ୍ଗକୁ ମୂଲ୍ୟ ବି ଖୁବ ଦେହ ସୁହାଇଲା ଭଳି । କେହିବି ପ୍ରତିଦିନ ୩୦ ଟଙ୍କାରେ ଉପଯୁକ୍ତ ମାତ୍ରା ଏବଂ ଭଲ ସ୍ୱାଦର ଚିକେନ୍ ପକୋଡ଼ା ଖାଇବାକୁ ହାତ ଛଡ଼ା କରିବେ ନାହିଁ ।

ଆଉ ଯଦି ଦୋକାନୀଙ୍କ ସମ୍ବନ୍ଧରେ କହିବୁ ତେବେ ପ୍ରଥମରୁ ଏବେ ପର୍ଯ୍ୟନ୍ତ ସେହି ସମାନ ମୂଲ୍ୟରେ ବିକ୍ରି କରି ଆସୁଛନ୍ତି ଯାହାକି ଅଧା ପ୍ଲେଟ ୩୦ ଟଙ୍କା । ତାଙ୍କ ବ୍ୟାପାର କଥା କହିବାକୁ ଗଲେ ବର୍ତ୍ତମାନ ପ୍ରତିଦିନ ତାଙ୍କର ଭଲ ବ୍ୟବସାୟ ହୋଇଯାଏ । ଗତ ୩୦ ବର୍ଷ ଧରି ସମାନ ସ୍ଥାନରେ ସମାନ ବ୍ୟକ୍ତି ସମାନ ମୂଲ୍ୟରେ ଚିକେନ୍ ପକୋଡ଼ା ବନାଇ ବିକ୍ରି କରି ଆସୁଛନ୍ତି । ଯାହାକୁ ଖାଇବାକୁ ଲୋକେ ଖୁବ ପସନ୍ଦ କରନ୍ତି । ଲୋକଙ୍କ ମତ ବି ଠିକ ସେହିପରି । ସେଠାରେ ଉପଯୁକ୍ତ ମୂଲ୍ୟ ସହିତ ଭଲ ସ୍ୱାଦର ଚିକେନ୍ ପକୋଡ଼ା ମିଳୁଛି । ତେଣୁ ସେମାନେ କାହିଁକି ବା ଅନ୍ୟ କେଉଁଠି ଖାଇବେ ?

୩୦ ବର୍ଷ ଧରି ସମାନ ମୁଲ୍ୟର ଚିକେନ୍ ପକୋଡ଼ା ବିକ୍ରି କରିବାକୁ ନେଇ ଯେତେବେଳେ ଦୋକାନୀଙ୍କୁ ପଚରା ଯାଇଥିଲା ସେତେବେଳେ ସେ ଉତ୍ତର ଦେଇଥିଲେ ଯେ ଅଳ୍ପ ମୂଲ୍ୟରେ ବିକ୍ରି କରୁଛନ୍ତି ବୋଲି ଅଧିକ ବ୍ୟବସାୟ ହେଉଛି ଏବଂ ସେ ଏହିଭଳି ବିକ୍ରି କରି ଚାଲିବେ ବୋଲି କହିଛନ୍ତି । ତାଙ୍କ ପାଖକୁ ଆସୁଥିବା ଗ୍ରାହକ ମାନଙ୍କ ପ୍ରତିକ୍ରିୟା ମଧ୍ୟ ଖୁବ ଭଲ ରହିଛି ।

Leave a Reply

Your email address will not be published. Required fields are marked *