ତାଳ ଫଟକା ଭଳି ଘଟଣାକୁ ବମ ଭଳି କରିଦେଇଛି ତପସ୍ୱିନୀ, ତଥାପି ଏବେ ବି ସମୟ ଅଛି…

ଓଡ଼ିଶାର ବହୁ ଚର୍ଚ୍ଚିତ କେସ ତାପସ୍ବିନୀ ଓ ସୁମିତଙ୍କ ବିଷୟରେ ଭଲ ଭାବରେ ଜାଣିଥିବେ। କଳାକାର ଯେପରି ଘରେ ଘରେ ପରିଚିତ ସେହିଭଳି ସୁମିତ ଏବଂ ତାପସ୍ବିନୀଙ୍କ ପାରିବାରିକ ବି-ବା-ଦ ମଧ୍ୟ ଘରେ ଘରେ ପରିଚିତ। ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇ-ନଗତ ଲ-ଢେ-ଇ ଜାରି ରଖିଥିବା ବେଳେ ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବର-ବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି ନେଇ କୋର୍ଟରେ ଲ-ଢେ-ଇ କରୁଛନ୍ତି। ସୁମିତ ଏବଂ ତାପସ୍ୱିନୀଙ୍କ ପାରିବାରିକ ହାଇଡ୍ରାମା କମିବାର ନାମ ନେଉ ନାହିଁ।

ସ୍ୱାମୀଙ୍କୁ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲେଇ ଆସିଥିବା ତାପସ୍ବିନୀ ଆଜି ମଧ୍ୟ ଏହି ଲଢେଇରେ ହାର ମାନି ନାହାଁନ୍ତି। ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବା ଲଢେଇ ବର୍ତ୍ତମାନ ଏହି ଲ-ଢେଇ ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ଲ-ଢେଇ କରି ଦେଖେଇ ଦେଇଛନ୍ତି ଯେ କୌଣସି ନାରୀ ଅବହେଳା ନୁହଁନ୍ତି। ଅନ୍ୟ ପୁରୁଷଙ୍କ ଭଳି ନାରୀ ମାନଙ୍କ ମଧ୍ୟ ହାତ ଅଛି, ଗୋଡ଼ ଅଛି ପାଟି ମଧ୍ୟ ଅଛି। ଅନ୍ୟା-ୟ ଘଟିଲେ ସେଥିପାଇଁ କିପରି ସ୍ୱର ଉଠା ଯାଏ ତାହା ତାପସ୍ବିନୀ ଶିକ୍ଷେଇ ଦେଉଛି।

ତେବେ ତାପସ୍ବିନୀ ଓ ସୁମିତ ପୁଣିଥରେ ଦୁହେଁ ଏକାଠି ହେବେ ବୋଲି ଆଶା ରଖିଛନ୍ତି ତାପସ୍ବିନୀ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୯ ତାରିଖ ଦିନ ଦୁହିଁଙ୍କ କାଉନସେଲିଂ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୩ ଘଣ୍ଟା କାଳ ଦୁହିଁଙ୍କୁ ଏକାଠି ଓ ଅଲଗା ଅଲଗା କରି କାଉନସେଲିଂ କରା ଯାଇଥିଲା। ତେବେ ଦୁହେଁ ଆଗକୁ ଏକାଠି ହେବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

ସୁମିତଙ୍କ ଆଡଭୋକେଟ ଙ୍କ କହିବାନୁଯାୟୀ ତାପସ୍ବିନୀ ଜାଣିଶୁଣି କେ-ସକୁ ବଢ଼େଇଛନ୍ତି। ଯେଉଁଠି ଅତି ସହଜରେ ସମାଧାନ ହୋଇ ପାରିଥାନ୍ତା ବର୍ତ୍ତମାନ ତାହା ଜଟିଳ ହୋଇ ପଡିଛି। ବ୍ରହ୍ମପୁର କୋର୍ଟରୁ କେ-ସ ଆସି ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ରାସ୍ତା ମଝିରେ ଲୋକମାନଙ୍କୁ ସୁମିତଙ୍କ ଘରେ ବିରୋ-ଧରେ ଉସୁକେଇ ଥିଲେ ସୁନ ଫୋଟକା ସଦୃଶ କେ-ସକୁ ଆଟମ ବୋମ କରିଦେଇଥିଲେ। ହାଟରେ ଇ-ଜ୍ଜ-ତ ଓ ସମ୍ମାନ ବିକ୍ରି କରି ଦେଇଛନ୍ତି।

ତାପସ୍ବିନୀ ଙ୍କ କହିବାନୁଯାୟୀ ସେମାନଙ୍କ ମଧ୍ୟରେ ବିବାଦ ତୃତୀୟ ପକ୍ଷ ଅବା ସୁମିତଙ୍କ ବାପା ମାଆଙ୍କ ପାଇଁ ହୋଇଛି ବୋଲି ଦାବି କରିଥିଲେ। ୯ ତାରିଖ ଦିନ ଦୁହିଁଙ୍କ ପ୍ରଥମ କାଉନସେଲିଂ ସେକ୍ସନ ଶେଷ ହୋଇଥିଲା। ସୁମିତ ସମ୍ପୂର୍ଣ୍ଣ ରୂପେ ପଜେଟିଭି ଥିଲେ ବୋଲି ତାପସ୍ବିନୀ ନିଜେ ମୁଁହ ଖୋଲି କହିଛନ୍ତି। ତେବେ ଭବିଷ୍ୟତରେ ଦୁହେଁ ଏକାଠି ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ଅନ୍ୟପଟେ ସମସ୍ତଙ୍କ ନଜର ସୁମିତଙ୍କ ଉପରେ ଅଛି। ଏତେ ସବୁ ଘଟିଗଲା ପରେ ସୁମିତ ତାପସ୍ବିନୀ ଙ୍କୁ ଆପଣେଇବେ କି ନାହିଁ।

ମିଳିଥିବା ସୂଚନା ଅନୁସାରେ, ପ୍ରାୟ ତିନି ଘଣ୍ଟା ଧରି କାଉନସେଲିଂ କରାଯାଇଥିଲା। ଦୁହେଁ ଗୋଟିଏ ଟେବୁଲ ଉପରେ ବସି ମୁହାଁ ମୁହିଁ ହୋଇଥିଲେ। ୧୧ ତାରିଖ ଦିନ ଆଉ ଏକ କାଉନସେଲିଂ ରହିଛି। ଏହାପରେ ଦୁହିଁଙ୍କ ପୁନର୍ମିଳନ ହେବ ବୋଲି ତାପସ୍ବିନୀ କହିଛନ୍ତି।

Leave a Reply

Your email address will not be published. Required fields are marked *