ସୁପ୍ରିମକୋର୍ଟର ବଡ଼ ନିଷ୍ପତ୍ତି । ଏଣିକି ସ୍ୱାମୀଙ୍କ ବ୍ୟବସାୟରେ କ୍ଷତି ହେଉ କିମ୍ବା ସ୍ୱାମୀ ମୂଲ ଲାଗନ୍ତୁ , ସ୍ତ୍ରୀ ଏବଂ ପିଲା ପାଇଁ ଦେବେ ଭରଣପୋଷଣ :-

ଆମ ସମ୍ବିଧାନ ଅନୁଯାୟୀ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ପ୍ରକାରର ବିବାଦ ହେଲେ ଯଦି ସେମାନେ ଅଲଗା ବି ହୋଇ ଯାଆନ୍ତି ତେବେବି ସେମାନେ ସ୍ତ୍ରୀର ଭରଣ ପୋଷଣ ବାବଦକୁ ଟଙ୍କା ଦେବାକୁ ବାଧ୍ୟ । ଯାହାକି ପୂର୍ବରୁ ମଧ୍ୟ ଅନେକ କେସ ଅନୁଯାୟୀ ଶୁଣାଣି ହୋଇ ସାରିଛି । ମାତ୍ର ବର୍ତ୍ତମାନ ସମୟରେ ଆଉ ଏକ ଅପଡେଟ ରହିଛି । ଯେଉଁଥିରେ ସ୍ୱାମୀଙ୍କ ପରିସ୍ଥିତି ଖରାପ ହେଲେବି କୌଣସି ଫରକ ପଡ଼ିବନି ବୋଲି ସୁପ୍ରିମକୋର୍ଟ ଶୁଣାଣି କରିଛି ।

ତେବେ ଏମିତିରେ ତ ସ୍ୱାମୀ ସ୍ତ୍ରୀ ଏକାଧିକ ବିବାଦ ମାମଲା ସୁପ୍ରିମକୋର୍ଟରେ ଚାଲିଥାଏ । ମାତ୍ର ସେଥିମଧ୍ୟରୁ ଅନେକ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଥାଏ । ଏହି ଛାଡପତ୍ର ଜନିତ ଏକ ମାମଲା କିଛିଦିନ ହେବ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିଲା । ଯେଉଁଠି ସ୍ୱାମୀ ନିଜର ବ୍ୟବସାୟରେ କ୍ଷତି କାରଣରୁ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ମନା କରିଥିଲେ । ତେଣୁ ଦୀର୍ଘ ଦିନ ଧରି ଏହି ମାମଲା ସମାଧାନ ହୋଇ ପାରି ନଥିଲା । ଯାହାକୁ ନେଇ ଏକ ଦୁଇ ଜଣିଆ ଖଣ୍ଡପୀଠ ଅନୁଷ୍ଠିତ ହୋଇଥିଲା ।

ତେବେ ଏହି ମାମଲାକୁ କେନ୍ଦ୍ର କରି ସୁପ୍ରିମକୋର୍ଟରେ ଜଷ୍ଟିସ ଦିନେଶ ମାହେଶ୍ୱରୀ ସହିତ ଜଷ୍ଟିସ ବେଲା ଏମ.ତ୍ରିପାଠୀ ଙ୍କୁ ନେଇ ଏକ ଦୁଇ ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହା ନିଷ୍ପତ୍ତି ହୋଇଥିଲା ଯେ ସ୍ୱାମୀ ଛାଡପତ୍ର ପରେବି ନିଜ ସ୍ତ୍ରୀ ଏବଂ ପିଅଛୁଆଙ୍କ ଭରଣ ପୋଷଣ ଖର୍ଚ୍ଚ ଦେବାକୁ ବାଧ୍ୟ । ସେଥିପାଇଁ ଯେତେ କଷ୍ଟ କରିବାକୁ ପଡୁ ନା କାହିଁକି ।ତେବେ ଧାରା ସିଆରପିସି ୧୨୫ ଅନୁଯାୟୀ ମଧ୍ୟ ସ୍ୱାମୀ ସ୍ତ୍ରୀ ଏବଂ ଛୁଆଙ୍କ ଭରଣ ଦାୟିତ୍ୱ ବହନ କରିବା ଏକ ନୈତିକ କର୍ତ୍ତବ୍ୟ ଅଟେ ।

ମାମଲାରେ ସ୍ୱାମୀ ନିଜର ବ୍ୟବସାୟରେ କ୍ଷତି ହେବାକୁ ନେଇ ଯୁକ୍ତି ରଖିଥିଲେ । ତେବେ ସେହି ମାମଲାର ସମାଧାନ ଅନୁଯାୟୀ ସୁପ୍ରିମକୋର୍ଟ ସ୍ତ୍ରୀମାସିକ ୧୦,୦୦୦ ଏବଂ ସନ୍ତାନ ପାଇଁ ୬,୦୦୦ ଟଙ୍କା ଭରଣ ବାବଦକୁ ଦେବାକୁ କହିଛନ୍ତି । ସୁପ୍ରିମକୋର୍ଟ ନିର୍ଦେଶ ଅନୁଯାୟୀ ସ୍ତ୍ରୀ ଛୁଆଙ୍କ ଭରଣ ପାଇଁ ସ୍ୱାମୀକୁ ଦରକାର ପଡ଼ିଲେ ଶାରୀରିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିପାରେ । ମାତ୍ର ଭରଣ ପୋଷଣ ଦେବାକୁ ବାଧ୍ୟ । ହୁଏତ ଶାରୀରିକ ସକ୍ଷମ ଥିଲେ ତାହାର କଥା ଅଲଗା ହୋଇପାରେ ।

Leave a Reply

Your email address will not be published. Required fields are marked *