ସୁର ରାଉତରାୟ ମାତ୍ର ନବମ ଶ୍ରେଣୀ ପାସ । ସୁର ବାବୁ ସବୁ କାମରେ ଦୂରନ୍ଦର…

କ୍ୟାବିନେଟ ମନ୍ତ୍ରୀ ସୁର ରାଉତରାୟଙ୍କ ବିଷୟରେ ଓଡ଼ିଶାର ସବୁ ଲୋକ ଜାଣିଛନ୍ତି । ତେବେ ତାହା ତାଙ୍କ କ୍ୟାବିନେଟ ମନ୍ତ୍ରୀ ହେବା କାରଣରୁ ନୁହେଁ ବରଂ ତାଙ୍କ ଉକ୍ତି ପାଇଁ । କୌଣସିବି ଚଞ୍ଚଲ୍ୟକର ଘଟଣାରେ ସୁର ରାଉତରାୟଙ୍କ ମତ ଯେ ଆସି ନଥିବା ତାହା କେବେ ଚିନ୍ତା ବି କରାଯାଇ ପାରିବ ନାହିଁ ।

ତାଙ୍କର ସେଭଳି ଉକ୍ତି କିଛି ଲୋକଙ୍କୁ ପସନ୍ଦ ଆସିଥାଏ । କାରଣ ସେ କେବେ କିଛି ଚିନ୍ତା କରି କହନ୍ତି ନାହିଁ ବରଂ ମୁହଁକୁ ଯାହା ଆସେ ତାହା କହି ଯାଆନ୍ତି । ସେ ଯାହାବି ଭାବନ୍ତି ନିର୍ଭୀକ ଭାବରେ କହି ଯାଆନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଉକ୍ତି ପ୍ରାୟ ଭାଇରଲ ହୋଇଥାଏ ।

ତେବେ କିନ୍ତୁ ବର୍ତ୍ତମାନ ସମୟରେ ଜଣେ ସାଧୁ ବାବା ସୁର ରାଉତରାୟଙ୍କ ନାମରେ କିଛି ଏପରି ଉକ୍ତି ଦେଇଛନ୍ତି ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେ କେବଳ ସୁର ରାଉତରାୟଙ୍କୁ ନୁହେଁ ବରଂ ସୁରଙ୍କ ବାପାଙ୍କୁ ମଧ୍ୟ ଜାଣିଛନ୍ତି । କହିବାକୁ ଗଲେ ସୁର ରାଉତରାୟଙ୍କ ବାପା ବର୍ତ୍ତମାନ ଏ ଦୁନିଆରେ ନାହାଁନ୍ତି । କିନ୍ତୁ ଏହି ସାଧୁ ଜଣକ ତାଙ୍କ ବାପାଙ୍କ ନାମରେ ଅନେକ ଭଲ କଥା କହିଛନ୍ତି ।

ସୁର ରାଉତରାୟଙ୍କ ବାପା ସ୍ଵଭାବ ଏବଂ ବ୍ୟବହାର କ୍ଷେତ୍ରରେ ଅତ୍ୟନ୍ତ ସରଳ ଏବଂ ଭଲ ମଣିଷ ଥିଲେ । ତାଙ୍କୁ ସମସ୍ତେ ହିଁ ଭଲ ପାଉଥିଲେ । ତେବେ ହୁଏତ ସେ ଜମିଦାର ଭଳି ଲୋକ ଥିଲେ କିନ୍ତୁ ସେଥିରେ ତାଙ୍କର ପରିବାର ଚଳୁ ନଥିଲା ।

ସେ ଜଣେ ଆରଟିଓ ଡ୍ରାଇଭର ଥିଲେ । ତେବେ ସାଧୁ ଜଣକ କହିଛନ୍ତି ଯେ କିଛି ମନ୍ତ୍ରୀଙ୍କ ସହାୟତାରେ ସୁର ରାଉତରାୟ କୁଆଡ଼େ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ସୁର ରାଉତରାୟଙ୍କ ବାପା ଆରଟିଓ ଡ୍ରାଇଭର ଥିଲେ ଯିଏକି ବେଶ ଭଲ ଲୋକ ଥିଲେ । ଏସବୁ ସାଙ୍ଗକୁ ସେ ସୁର ରାଉତରାୟଙ୍କ ବିଷୟରେ ମଧ୍ୟ କହିଛନ୍ତି ଯେ ସୁର ରାଉତରାୟ ମାତ୍ର ନବମ ଶ୍ରେଣୀ ପାସ । ତଥାପି ସେ କ୍ୟାବିନେଟ ମନ୍ତ୍ରୀ ହୋଇ ପାରିଛନ୍ତି । ବିଭିନ୍ନ ସମୟରେ ଭାଇରଲ ହେଉଥିବା ସୁରଙ୍କ ଉକ୍ତିରୁ ଆପଣ ଜାଣି ପାରୁଥିବେ ଯେ ସେ ଗୋଟିଏ କଥା କହିବା ପୂର୍ବରୁ କେତେ ଭାବନ୍ତି ।

ବାସ୍ତବରେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ସୁର ଏତେ ଶିକ୍ଷିତ କିମ୍ବା ଜ୍ଞାନୀ ନୁହଁନ୍ତି । ଜଣେ ଜ୍ଞାନୀ ବ୍ୟକ୍ତି ନିଜ କଥା କହିବା ଆଗରୁ ଅନେକ କିଛି ଚିନ୍ତା କରି କହିଥାଏ । କିନ୍ତୁ ସୁର ରାଉତରାୟ ସେଭଳି ନୁହଁନ୍ତି । କେବଳ ତାଙ୍କର ସାହସ ଅଛି ଏବଂ କାହାକୁ ଭୟ ନାହିଁ ।

ସେଥିପାଇଁ ସେ ସବୁବେଳେ ଏଭଳି ସ୍ପଷ୍ଟ ଉକ୍ତି ଦିଅନ୍ତି । ଜ୍ଞାନୀ ଲୋକ ସବୁବେଳେ ନିଜ ଭବିଷ୍ୟତକୁ ଦେଖି ଏବଂ ସେ କହୁଥିବା ଉକ୍ତି ଦ୍ୱାରା ତା ଉପରେ କେଉଁ ପ୍ରଭାବ ପଡ଼ିବ ତାହା ଚିନ୍ତା କରି କହିଥାଏ । କିନ୍ତୁ କମ ଶିକ୍ଷିତ ଲୋକ ଏସବୁ ଚିନ୍ତା କରିପାରେ ନାହିଁ ।

Leave a Reply

Your email address will not be published. Required fields are marked *