ଏମିତି ହୋଇଥିଲା ଅର୍ଜୁନ ଏବଂ ଖୁସିଙ୍କ ଭିତରେ ଲୋଭ୍ । ପ୍ରୋପୋଜ ନକରି ଖୁସିଙ୍କୁ ସିଧା କିସ କରିଥିଲେ ଅର୍ଜୁନ ।

ସୋସିଆଲ ମିଡିଆରେ ମୋଟିଭେସନାଲ ଭିଡ଼ିଓ ଦେଖୁଥିବା ଅର୍ଜୁନ ଏବଂ ଖୁସିଙ୍କୁ ତ ଆପଣ ମାନେ ପୂର୍ବରୁ ଜାଣିଥିଲେ । କିନ୍ତୁ କିଛି ମାସ ତଳେ ଖୁସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଆହୁରି ଅଧିକ ଲୋକ ସେ ଦୁହିଁଙ୍କ ବିଷୟରେ ଜାଣିବାକୁ ପାଇଲେ । ଯେତେବେଳେ ଖୁସି ମେଡ଼ିକାଲ ବେଡ଼ରେ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ସେତେବେଳେ ସ୍ୱାମୀ ଅର୍ଜୁନ ମେଡ଼ିକାଲ ବାହାରେ ଭୋକ ଉପାସରେ ନିଜ ସ୍ତ୍ରୀର ସୁସ୍ଥ କାମନା କରି ପଡ଼ି ରହିଥିଲେ । ଯାହାକୁ ଦେଖି ସମସ୍ତେ ଭାବୁଥିଲେ ଯେ , କଣ ଆଜିକା ଯୁଗରେ ବି ସେମିତି ଭଲପାଇବା ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଅଛି ? ଆଉ ଅର୍ଜୁନ ଏବଂ ଖୁସୀଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ଉଦାହରଣ ସୃଷ୍ଟି କରିଛି ।

ଆଜି ଭାଲେନଟାଇନ ଉଇକରେ ଖୁସି ପୁରାପୁରି ସୁସ୍ଥ ଏବଂ ସେ ନିଜର ଲୋଭ୍ ଷ୍ଟୋରି ବିଷୟରେ କହିଛନ୍ତି । ଖୁସି କହିଛନ୍ତି ଯେ ଆଜିଠାରୁ ୧୨ ବର୍ଷ ତଳେ ଯେତେବେଳେ ସେ +2 ପାସ କରି ଭୁବନେଶ୍ୱରରେ ସିଷ୍ଟରେ କମ୍ପ୍ୟୁଟର ଏବଂ ହୋଟେଲ ମ୍ୟାନେଜମେଣ୍ଟ ପଢ଼ିବାକୁ ଆସିଲେ ସେତେବେଳେ ସେ ଶୁଟିଂରେ ଖୁବ ରୁଚି ରଖୁଥିଲେ ।

ନିଜର ଜଣେ ଚିହ୍ନା ଭାଇଙ୍କ ସହିତ ଅର୍ଜୁନଙ୍କ ଶୁଟିଂ ସେଟକୁ ଯାଇ ତାଙ୍କର ଶୁଟିଂ ଦେଖୁଥିଲେ । ଏମିତି ସାଙ୍ଗରେ ମିଳାମିଶା ପରେ ଧୀରେ ଧୀରେ ଉଭୟ ନମ୍ବର ଏକ୍ସଚେଞ୍ଜ ପରେ ଖୁସିଙ୍କୁ ମଧ୍ୟ ଆଲବମରେ କାମ କରିବାକୁ ଅଫର ଆସିଲା । ଯାହାକୁ ଅର୍ଜୁନ ମନା କରି ଦେଇଥିଲେ । ଦୁହେଁ ପରସ୍ପରକୁ ପସନ୍ଦ ତ କରୁଥିଲେ ସତ କିନ୍ତୁ କେହି କାହାକୁ ପ୍ରୋପୋଜ କରି ନଥିଲେ ।

ଥରେ ଅର୍ଜୁନ ଏବଂ ଖୁସି ଡାନ୍ସ କରିବା ସମୟରେ ଅର୍ଜୁନ ଖୁସିଙ୍କୁ କିସ କରି ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ତେବେ ଏହାପରେ ଉଭୟେ ନିଜ ଘରେ ନିଜ ରିଲେଶନଶିପ ବିଷୟରରେ ଜଣାଇ ଥିଲେ ହେଁ ଖୁସୀଙ୍କ ପରିବାର ଲୋକେ ରାଜି ହୋଇ ନଥିଲେ କାରଣ ଖୁସି ପୁରୀର ହୋଇଥିବା ବେଳେ ଅର୍ଜୁନଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ।

କିନ୍ତୁ ଅର୍ଜୁନଙ୍କ ପରିବାର ଲୋକେ ରାଜି ଥିଲେ ଏବଂ ଖୁସି ତାଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ଖୁସି ନିଜ ଘରେ ନଜଣେଇ କୋର୍ଟ ମ୍ୟାରେଜ କରିଥିଲେ ଏବଂ ସେମାନେ ଲିଭ ଇନରେ ପାଞ୍ଚ ବର୍ଷ ରହିଵା ପରେ ଉଭୟ ପରିବାରର ସହମତିରେ ବିବାହ କରିଥିଲେ । ଆଉ ଏବେକୁ ଦୁହିଁଙ୍କ ସମ୍ପର୍କକୁ ୧୨ ବର୍ଷ ବିତି ଯାଇଥିଲେ ହେଁ ଉଭୟଙ୍କ ମଧ୍ୟରେ ପ୍ରେମ ନୂଆ ଭଳି ରହିଛି । ଆଉ ଦୁହେଁ ବେଶ ଖୁସି ଥିବା ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *