ରାଣୀ ପ୍ରିୟଦର୍ଶନୀ ଅଭିଯୋଗକୁ ନେଇ ଏମିତି କହିଲେ ମିଷ୍ଟର ଗଜପତି । କହିଲେ ” ମୁଁ ତାଙ୍କର ପୁରା ଜନ୍ମ କୁଣ୍ଡଳୀ ଧରିଛି , ସେ ସମ୍ପୂର୍ଣ୍ଣ ମିଛ ଅଭି-ଯୋଗ ଆଣିଛନ୍ତି । “

ଗତକାଲି ରାଣୀ ପ୍ରିୟଦର୍ଶନୀ ସୋସିଆଲ ମିଡ଼ିଆ ସାମ୍ନାରେ ନିଜ ଓକିଲଙ୍କ ଜରିଆରେ ତାଙ୍କୁ କେହି ଅପହରଣ କରିବା ସହିତ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଛନ୍ତି । ଯେଉଁଥିରେ ସେ ଗଜପତି ମଧ୍ୟ ତାଙ୍କୁ ଆକ୍ରମଣ କରିଥିବା କଥା ସେ କହିଛନ୍ତି । କିନ୍ତୁ ଏହାକୁ ନେଇ ବର୍ତ୍ତମାନ ମିଷ୍ଟର ଗଜପତି ନିଜର ମତ ଦେଇଛନ୍ତି । ଗଜପତିଙ୍କ କହିବା କଥା ଯେ ଏଇଟା ସେହି ପରିସ୍ଥିତି ଆସିଛି ଯେମିତି ନିଶା ମହାରଣାର ଆସିଥିଲା । ଏବେ ବିବାଦରେ ରହି ରହି ସେମାନେ ଟଙ୍କା ରୋଜଗାର କରିବାର ଗୋଟିଏ ମୋହରା ପାଇ ଗଲେଣି । ଆଉ ରାଣୀ ପ୍ରିୟଦର୍ଶନୀ ମଧ୍ୟ ସେହି ବାଟରେ ଯାଉଛି । ରାଣୀ ପ୍ରିୟଦର୍ଶନୀକୁ ଜାଣିଶୁଣି କେହି ଜଣେ ମୋହରା ବନେଇଛି । କିନ୍ତୁ ରାଣୀ ପ୍ରିୟଦର୍ଶନୀର ବୟାନ ଦେବା ସମୟରେ କିଛି ଭୁଲ ରହୁଛି ।

ଯେଉଁଥିରୁ ଜଣା ପଡୁଛି ଯେ ସେ ମିଛ କହୁଛି ବୋଲି । କାରଣ ଗଜପତି ତାଙ୍କର ପୁରା ଜନ୍ମ କୁଣ୍ଡଳୀ ନେଇ ବସିଛନ୍ତି । ସେ କହିଛନ୍ତି ଯେ ରାଣୀ ପ୍ରିୟଦର୍ଶନୀ ଗୋଟିଏ ଅସଲ ନାମ ନୁହେଁ ବରଂ ତାଙ୍କର ଅସଲ ନାମ ହେଉଛି ବାସନ୍ତି । କେବଳ ସୋସିଆଲ ମିଡିଆରେ ନିଜର ଏକ ଚ୍ୟାନେଲ କାରଣରୁ ସେ ନିଜ ନାମ ବଦଳାଇ ଦେଇଛନ୍ତି ।

ଖାଲି ସେତିକି ନୁହେଁ , ରାଣୀ ପ୍ରିୟଦର୍ଶନୀ ବିଷୟରେ ସେ ସବୁ କଥା ଜାଣିଛନ୍ତି । ତେବେ ଗଜପତିଙ୍କ କହିବା କଥା ଯେ ସେ ରୋଷ୍ଟ ତାକୁ କରନ୍ତି ଯିଏ ଅଧିକ ଲିମିଟ କ୍ରୋସ କରେ । ନଚେତ କାହାରି ଇଜ୍ଜତକୁ ମାଟିରେ ମିଶାଇବା ଭଳି ଖରାପ କାମ ସେ କରିପାରିବେନି । କିନ୍ତୁ ରାଣୀ ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ ସେ କିଛିବି କହି ନଥିବା କହିଛନ୍ତି କାରଣ ରାଣୀ ପ୍ରିୟଦର୍ଶନୀଙ୍କୁ ବର୍ତ୍ତମାନ ଖୁବ କମ ଲୋକ ଜାଣିଛନ୍ତି ।

ତେଣୁ ଏହା ହୁଏତ ପବ୍ଲିସିଟି ପାଇଁ କରୁଥିବା ଗଜପତି କହିଛନ୍ତି । ଗଜପତି ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ରାଣୀ ପ୍ରିୟଦର୍ଶନୀଙ୍କୁ କିଛିବି କେବେ କହି ନାହାଁନ୍ତି । ରାଣୀ ପ୍ରିୟଦର୍ଶନୀ ମିଛ କହି ତାଙ୍କ ନାମରେ ମିଛ ଅଭିଯୋଗ ଆଣୁଛନ୍ତି । ତେବେ ଏସବୁ ନିଶା ମହାରଣା ଏବଂ ରାଣୀ ପଣ୍ଡା ମାମଲାରୁ ଆରମ୍ଭ ହୋଇଥିବା ସେ କହିଛନ୍ତି ।

ଗଜପତିଙ୍କର ସ୍ୱତନ୍ତ୍ର କୌଣସି ରୋଷ୍ଟିଂ ଚ୍ୟାନେଲ ନାହିଁ । ସେ କେବଳ କମେଡି ବା ଆଲବମ ଭିଡ଼ିଓ ପାଇଁ ଚ୍ୟାନେଲ ଖୋଲିଛନ୍ତି । ଏମିତିକି କିଛିଦିନ ହେବ ସେ କାମରେ ପୁରା ବ୍ୟସ୍ତ । ଆଉ ତାଙ୍କର ବ୍ୟସ୍ତ ସମୟରେ କେତେବେଳେ ଯେ ରାଣୀ ପ୍ରିୟଦର୍ଶନୀଙ୍କୁ ଆକ୍ଷେପ କରି କହିଲେ ତାହା ସେ ନିଜେ ହିଁ ଜାଣି ନାହାଁନ୍ତି । ତେଣୁ ଏଭଳି ଭାବରେ ମିଛ କଥା କହିବାକୁ ବନ୍ଦ କରିବାକୁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *