ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛନ୍ତି ବାପା ମା’ , ଭାଉଜ ପାଇଁ ଯାଇଥିଲା ଜୀବନ , ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ଯେତେବେଳେ ବାପା ମା’ ର କୋଳରୁ ଭେଣ୍ଡିଆ ପୁଅ ସବୁଦିନ ପାଇଁ ଛାଡ଼ି ଚାଲିଯାଏ , ସେହି କଷ୍ଟ ଖୁବ ଦୁଃ-ଖ ଦାୟକ ହୋଇଥାଏ । ତାହା ସେହି ବାପା ମା’ ବ୍ୟତୀତ ଆଉ କେହି ଜାଣି ପାରିବେ ନାହିଁ । ସେଦିନ ଜଙ୍ଗଲ ଭିତରେ ପୁଅର ବାଇକ ଏବଂ ର-କ୍ତ ଭିଜା ଚପଲ ପାଇବା ପରେ ବାପା ମା’ ଙ୍କ ମନକୁ ଏହି ଭାବନା ଆସୁଥିଲା ଯେ ପୁଅ ସହିତ କିଛି ବଡ଼ ଅଘ-ଟଣ ଘଟି ଯାଇଛି ବୋଲି ।

କିନ୍ତୁ ତଥାପି ପୁଅ ଭଲରେ ମିଳି ଯିବାର ଅଶା ସେମାନେ ରଖିଥିଲେ । କିନ୍ତୁ ପାଞ୍ଚ ଦିନ ପରେ ପରିତ୍ୟକ୍ତ ଖାଦାନ ଭିତରୁ ନିରଞ୍ଜନଙ୍କର କ୍ଷତ ବିକ୍ଷତ ମୃ-ତ ଦେହ ମିଳିଛି । ଆଉ ସେହି ଖବର ପାଇବା ପରେ ବାପା ମା’ ଏବଂ ପରିବାର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଛି । ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ ବୋଲି ସେମାନେ ବିଶ୍ବାସ ସୁଦ୍ଧା କରିପାରି ନାହାଁନ୍ତି ।

ଗାଁ ସାହି ପଡ଼ିଶା ମଧ୍ୟ ଆଜି ଦୁଃ-ଖରେ ଭାଙ୍ଗି ପଡ଼ିଛନ୍ତି । ମୃତକଙ୍କ ବାପା କହିଛନ୍ତି ଯେ ଘ-ଟଣା ଦିନ ସାହିର ଜଣେ ସାଙ୍ଗ ପିଲା ତାଙ୍କ ପୁଅକୁ ଡାକି ନେଇ ଯାଇଥିଲା । ସନ୍ଧ୍ୟା ବେଳେ ପରିବାର ଲୋକେ ଯେତେବେଳେ ତାଙ୍କୁ କଲ କଲେ ସେତେବେଳେ ଫୋନ ସୁଇଚ ଅଫ ଆସିବା ପରେ ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ । ଆଉ ଆଗାମୀ ଦିନ ମିତ୍ରପୁର ସୁନ୍ଦରଗୌରା ନିକଟସ୍ଥ ଜଙ୍ଗଲ ଭିତରୁ ସାଙ୍ଗ ପିଲାର ବାଇକ ମିଳିଥିଲା ।

ପରେ ସେମାନେ ସ-ନ୍ଦେହ କରି ଜାଣିବାକୁ ପାଇଥିଲେ ଯେ ସାଙ୍ଗ ପିଲାର ଭାଇ ଭାଉଜ ଏଭଳି କା-ଣ୍ଡ ଘଟାଇ ଥିଲେ । ତେବେ ଘ-ଟଣା ଏହା ଯେ ଭବାନୀ ରାଉତ ଏବଂ ନିରଞ୍ଜନ ମହାପାତ୍ର ଦୁଇ ସାଙ୍ଗ ଥିଲେ ଏବଂ ପିଲାବେଳୁ ଦୁହେଁ ଖୁବ ଅନ୍ତରଙ୍ଗ ବନ୍ଧୁ ଥିଲେ।

କିନ୍ତୁ ସାଙ୍ଗ ଭବାନୀଙ୍କର ତାଙ୍କ ଭାଇ ବିଜୟ ରାଉତ ଏବଂ ଭାଉଜ ଜ୍ୟୋତ୍ସ୍ନା ରାଣୀ ରାଉତଙ୍କ ସହିତ କୌଣସି କଥାକୁ ନେଇ ଗ-ଣ୍ଡଗୋ-ଳ ଥିଲା । ସେଦିନ ମଧ୍ୟ ସେମାନେ ସାଙ୍ଗ ହୋଇ ଯାଇଥିଲେ । ସାଙ୍ଗ ଭବାନୀ ପାଇଁ ଆଜି ଅକାରଣରେ ନିରଞ୍ଜନଙ୍କ ଜୀବନ ଚାଲି ଯାଇଛି । ଭବାନୀଙ୍କ ପାରିବାରିକ କଲହରେ ନିରଞ୍ଜନଙ୍କ ଜୀବନ ମଧ୍ୟ ଚାଲି ଯାଇଛି ।

ଯେତେବେଳେ ଭବାନୀଙ୍କ ବଡ଼ ଭାଇ ବିଜୟ ରାଉତ ଏବଂ ଭାଉଜ ଜ୍ୟୋତ୍ସ୍ନା ରାଣୀ ରାଉତ ତାଙ୍କର ହ-ତ୍ୟା କରୁଥିଲେ ସେତେବେଳେ ନିରଞ୍ଜନ ଦେଖି ନେଇଥିଲେ । ଆଉ ତାଙ୍କ ସାଙ୍ଗଙ୍କୁ କାହିଁକି ମା-ରୁଛ ବୋଲି ପ୍ରତିବାଦ କରିବାକୁ ଏକ ତୀକ୍ଷ୍ଣ ମାର-ଣାସ୍ତ୍ରରେ ତାଙ୍କ ଉପରେ ପ୍ରହାର କରିବା ପରେ ପ୍ରମାଣ ନ-ଷ୍ଟ କରିବାକୁ ତାଙ୍କର ତ-ଣ୍ଟି ଚି-ପି ହ-ତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *