ଘରର ମହିଳା ବିନା ଗାଧୋଇ ଏହି ପାଞ୍ଚଟି କାମ କରନ୍ତୁ ନାହିଁ, ନଚେତ ହେବ ନର୍କର ଗତି। ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ତେବେ ଆମ ହିନ୍ଦୁ ଶାସ୍ତ୍ରରେ ଗାଧୋଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଯଦି କୌଣସି କାମ ଆରମ୍ଭ କରିବାକୁ ହୁଏ ତେବେ ଗାଧୋଇ କରି କରିବା ଦ୍ୱାରା ଏହା ଅତ୍ୟନ୍ତ ଲାଭ ଜନକ ହୋଇଥାଏ। ଆମ ହିନ୍ଦୁ ଧର୍ମରେ ଦିନର ଆରମ୍ଭ ଗାଧୋଇ କରି ହୋଇଥାଏ। ବିନା ଗାଧୋଇ ପୂଜା ପାଠ କିମ୍ବା କୌଣସି ଶୁଭ କାମ ଏପରିକି ରୋଷେଇ କରିବାକୁ ବର୍ଜିତ କରାଯାଇଛି।

ପ୍ରଥମେ ଶରୀରକୁ ସ୍ଵଚ୍ଛ ରଖିବାର ପରମ୍ପରା ଓ ରୀତିନୀତି ରହିଛି। ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ । ତାଙ୍କୁ ଦେବୀଙ୍କ ସ୍ୱରୁପ ବୋଲି ମନାଯାଏ । ତେଣୁ ମହିଳାଙ୍କୁ ନେଇ ହିନ୍ଦୁ ଧର୍ମ ଶାସ୍ତ୍ରରେ କିଛି ନିୟମ ତିଆରି କରାଯାଇଛି। ଯଦି ମହିଳାମାନେ କିଛି କାମ ବିନା ଗାଧୋଇ କରନ୍ତି ତେବେ ଏହା ଘରକୁ ବିପଦ ନେଇ ଆସିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ସେହି କାମ

ମହିଳାମାନେ ନ ଗାଧୋଇ କରନ୍ତୁ ନାହିଁ ଏହି କାମ:-

ପ୍ରଥମତଃ ଘରର ସ୍ତ୍ରୀ ଘରର ଲକ୍ଷ୍ମୀ ହୋଇଥାନ୍ତି। ଘରକୁ ସମସ୍ତ ବିପଦରୁ ଘର ଆଗରେ ଥିବା ଚଉରା ତୁଳସୀ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ଆମେ ତୁଳସୀ ମୂଳରେ ପାଣି ଦେଇଥାଏ। ତେବେ ମହିଳାମାନେ ପାଣି ଦେବା ପୂର୍ବରୁ ନିଶ୍ଚିତ ଗାଧୋଇ କରି ଦେବା ଉଚିତ। ଯଦି ବିନା ଗାଧୋଇ କୌଣସି ମହିଳା ତୁଳସୀ ଗଛରେ ପାଣି ଦିଏ ତେବେ ଏହାକୁ ଅଶୁଦ୍ଧି ବୋଲି ମାନି ନିଆଯାଇଥାଏ ଓ ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧ କରିଥାନ୍ତି।

ଦ୍ଵିତୀୟରେ ରୋଷେଇ କରିବାର ଅନେକ ରୀତିନୀତି ରହିଛି। କାରଣ ରୋଷେଇ କରି ଖାଇବାକୁ ଦେବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ। ରୋଷେଇ କରିବା ପୂର୍ବରୁ ପ୍ରଥମେ ସ୍ୱଚ୍ଛ ହୋଇ କରିବାକୁ ପଡିବ। ଏହା ବୈଜ୍ଞାନିକ କାରଣ ସହ ମଧ୍ୟ ଜଡିତ ରହିଛି। ଯଦି ବିନା ଗାଧୋଇ ରୋଷେଇ କରନ୍ତି ତେବେ ଏହାକୁ ଅଶୁଦ୍ଧି ବୋଲି ମନେ କରାଯାଇଥାଏ। ଏପରି କି ଅପବିତ୍ରତାରେ ବନା ଯାଇଥିବା ଭୋଜନ ନକରାତ୍ମକତ ଦେଇଥାଏ । ତେଣୁ ମହିଳାମାନେ ସର୍ବଦା ସ୍ନାନ କରିବା ପରେ ଭୋଜନ ପ୍ରସ୍ତୁତି କରିବା କଥା।

ସେହିପରି ନ ଗାଧୋଇ ଭୋଜନ କରିବା ଉଚିତ ନୁହେଁ। ଏହା ଆମ ଶାସ୍ତ୍ରରେ ଲଖିତ ଅଛି। କାରଣ ଲକ୍ଷ୍ମୀଙ୍କୁ ଅର୍ଣ୍ଣଦାତ୍ରୀ ବୋଲି କୁହାଯାଇଥାଏ। ନ ଗାଧୋଇବା ଯୋଗୁ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ମନକୁ ଅନେକ ଖରାପ ଭାବନା ଆସିଥାଏ।

ଚତୁର୍ଥରେ ବାଳ କୁଣ୍ଢେଇବାର ମଧ୍ୟ କିଛି ନିୟମ ରହିଛି। କିଛି ଲୋକଙ୍କ ସକାଳୁ ଉଠି ନ ଗାଧୋଇ କେଶ କୁଣ୍ଡେଇବାର ଅଭ୍ୟାସ ରହିଥାଏ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହା ଏକ ଖରାପ ଅଭ୍ୟାସ ଅଟେ। ଗାଧୋଇ ସାରି ସର୍ବଦା କେଶ କୁଣ୍ଡେଇବା ଦରକାର।

ପଞ୍ଚମ ଅବା ଶେଷ ଧନକୁ ମା’ ଲକ୍ଷ୍ମୀଙ୍କ ସ୍ୱରୁପ ବୋଲି ମନାଯାଇଥାଏ। ତେବେ ନ ଗାଧୋଇ ଟଙ୍କା ପଇସା ଛୁଇଁବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଅପମାନ ବୋଲି ମନେ କରାଯାଇଥାଏ।

Leave a Reply

Your email address will not be published. Required fields are marked *