ଏହି ରାଶିର ବ୍ୟକ୍ତି ମାନେ ସବୁଠାରୁ ଭଲ ସ୍ୱାମୀ ହୋଇଥାନ୍ତି, ନିଜ ସ୍ତ୍ରୀ ମାନଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଦୁନିଆଁର ସବୁଠାରୁ ଭଲ ସମ୍ପର୍କ ମଧ୍ୟରୁ ଗୋଟିଏ ଅଟେ । ଯଦି ସ୍ୱାମୀ ଭଲ ହୋଇଥାଏ , ତେବେ ସ୍ତ୍ରୀ ଆଉ କୌଣସି ଅସୁବିଧା ରହେନାହିଁ । ସେ ତାର ଶାଶୁଘରେ ରାଣୀ ହୋଇ ରହିଥାଏ । ଆଉ ତାର କୌଣସି ଜିନିଷରେ ମଧ୍ୟ ଅଭାବ ରହେନାହିଁ । ଭଲ ସ୍ୱାମୀ ପାଇଲେ ସ୍ତ୍ରୀର ଜୀବନ ସ୍ୱର୍ଗ ପାଲଟିଯାଏ ଆଉ ଯଦି ଖରାପ ସ୍ୱାମୀ ପାଏ, ତେବେ ତାର ଜୀବନ ନର୍କ ପାଲଟିଯାଏ । ତେବେ କେଉଁ ପୁଅ ଭଲ ଆଉ କେଉଁ ପୁଅ ଖରାପ ଆମେ ସେ ବିଷୟରେ କିପରି ଜାଣିବା । ଏ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ଲୁଚି ରହିଛି ବଡ଼ ରହସ୍ୟ । ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ।

୧) ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭଲ ସ୍ୱଭାବର ହୋଇଥାନ୍ତି । ନିଜ ପତ୍ନୀ ମାନଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି । ଆଉ ସେମାନଙ୍କର ବହୁତ ଯତ୍ନ ନେଇଥାନ୍ତି । କୌଣସି କାମ କରିବା ପୂର୍ବରୁ ସେମାନେ ନିଜ ସ୍ତ୍ରୀକୁ ପଚାରି ମତ ମାଗିଥାନ୍ତି । ନିଜ ସ୍ତ୍ରୀକୁ ଏମାନେ ମୁଣ୍ଡ ଉପରେ ବସାଇ ରଖିଥାନ୍ତି । ନିଜ ସ୍ତ୍ରୀକୁ ଏମାନେ କେବେ ଧୋକା ଦିଅନ୍ତି ନାହିଁ କିମ୍ବା ସେମାନଙ୍କ ଆଖିରେ କେବେ ଲୁହ ଆସିବାକୁ ଦିଅନ୍ତି ନାହିଁ । ସ୍ତ୍ରୀର ସବୁ କଥା ମାନିଥାନ୍ତି ଆଉ ତାଙ୍କ ପ୍ରତି ବିଶ୍ୱସ୍ତ ରହିଥାନ୍ତି ।

୨) କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ନିଜ ସ୍ତ୍ରୀକୁ ଜୀବନରୁ ଅଧିକ ଭଲ ପାଇଥାନ୍ତି । ଏମାନେ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି । ନିଜ ସ୍ତ୍ରୀ ପାଇଁ ଏମାନେ ସବୁକିଛି କରି ଦେଇଥାନ୍ତି । ନିଜ ସ୍ତ୍ରୀର ସବୁ ଇଚ୍ଛାକୁ ଏମାନେ ପୂର୍ଣ୍ଣ କରିଥାନ୍ତି । ଏମାନଙ୍କୁ ବୁଲିବା ବହୁତ ପସନ୍ଦ ହୋଇଥାଏ । ସ୍ତ୍ରୀର ସମସ୍ତ ସୁଖ ଦୁଃଖରେ ଏମାନେ ତାଙ୍କର ସାଥ ଦେଇଥାନ୍ତି ଆଉ ପିତାଙ୍କ ଭଳି ଯତ୍ନ ନେଇଥାନ୍ତି ।

୩) ଧନୁ ରାଶି:-

ନିଜ ବ୍ୟବହାରରେ ଏମାନେ ସ୍ତ୍ରୀ ମାନଙ୍କର ହୃଦୟ ଜିତି ନେଇଥାନ୍ତି । ଭଲ ସ୍ୱାମୀ ହେବାର ସମସ୍ତ ଗୁଣ ଏମାନଙ୍କ ମଧ୍ୟରେ ରହିଥାଏ । ନିଜ ସ୍ତ୍ରୀକୁ ଆଗକୁ ବଢ଼ିବାରେ ପାଇଁ ଏମାନେ ପ୍ରେରଣା ଦେଇଥାନ୍ତି ଏବଂ ତାଙ୍କର ବହୁତ ସମ୍ମାନ କରିଥାନ୍ତି । ନିଜ ସ୍ତ୍ରୀର ଅପମାନ କରିବାକୁ ଏମାନଙ୍କୁ ଆଦୌ ଭଲ ଲାଗେନାହିଁ । ନିଜ ସ୍ତ୍ରୀକୁ ହୃଦୟ ଠାରୁ ଏମାନେ ବେଶୀ ଚାହିଁଥାନ୍ତି । ସ୍ତ୍ରୀର ମୁହଁରେ ହସ ଫୁଟାଇବା ପାଇଁ ଏମାନେ କିଛି ବି କରିବାକୁ ରାଜି ଥାଆନ୍ତି।

୪) ମୀନ ରାଶି:-

ଏମାନେ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାନ୍ତି । ନିଜ ପତ୍ନୀଙ୍କୁ ସବୁବେଳେ ଖୁସିରେ ଏମାନେ ରଖିଥାନ୍ତି । ସ୍ତ୍ରୀଙ୍କର ଜୀବନରେ ସମସ୍ତ ଦୁଃଖକୁ ଏମାନେ ଦୂର କରି ଦେଇଥାନ୍ତି । ଏମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଥାନ୍ତି । ନିଜର ବ୍ୟକ୍ତିତ୍ୱ ଦ୍ୱାରା ସମସ୍ତଙ୍କ ହୃଦୟକୁ ଏମାନେ ଜିତି ନେଇଥାନ୍ତି । ଏମାନେ ଖାଲି ଭଲ ସ୍ୱାମୀ ନୁହେଁ ବରଂ ଭଲ ପିତା ମଧ୍ୟ ହୋଇଥାନ୍ତି । ନିଜ ସ୍ତ୍ରୀର ଦୁଃଖରେ ଏମାନେ ଦୁଃଖି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *