ସାଂସଦ ଅନୁଭବ ମହାନ୍ତି କାହିଁକି କାନ୍ଦିଲେ କଇଁ କଇଁ ହୋଇ ?

ସାଂସଦ ଅନୁଭବ ମହାନ୍ତି କଇଁ କଇଁ ହୋଇ କାହିଁକି କାନ୍ଦୁଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାଁନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ସାଂସଦ ଅନୁଭବ ମହାନ୍ତି କାନ୍ଦିଲେ। ଅନୁଭବ ମହାନ୍ତିଙ୍କର କଣ ହୋଇଛି କେଉଁ ଦୁଃଖରେ ଅଛନ୍ତି ଅନୁଭବ ମହାନ୍ତି। ହଁ ଆଜ୍ଞା ଅନୁଭବ ମହାନ୍ତି ଦୁଃଖରେ ଅଛନ୍ତି। ଆଉ ଯେଉଁ ଦୁଃଖରେ ଅଛନ୍ତି ତାହା ଜାଣିଲେ ଆପଣଙ୍କୁ ବି ଦୁଃଖ ଲାଗିବ।

ଅନୁଭବ ମହାନ୍ତିଙ୍କ ବଡ଼ ବାପା ଆର ପାରିକୁ ଚାଲିଯାଇଛନ୍ତି ଆଉ ବଡ ବାପାଙ୍କ ଦେହାନ୍ତକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଅନୁଭବ। ପରିବାର ସବୁବେଳେ ବିବାଦରେ ରହୁଥିବା ବେଳେ ପାରିବାରିକ ଜୀବନରେ ଝଡ଼ ଉଠିଥିବା ବେଳେ ଏବେ ପରିବାର ଉପରକୁ ଆଉ ଏକ ଅଦିନିଆ ଝଡ଼ ଆସିଲା ଆଉ ଯେଉଁଥିରେ ଅନୁଭବ ମହାନ୍ତିଙ୍କ ବଡ଼ ବାପା ଆର ପାରିକୁ ଚାଲିଗଲେ। ତେବେ ଏହାକୁ ଗ୍ରହଣ କରିବା ପରିବାର ପାଇଁ ଯେତିକି କଷ୍ଟ ଅନୁଭବ ମହାନ୍ତିଙ୍କ ପାଇଁ ମଧ୍ୟ ସେତିକି କଷ୍ଟ।

ଛୋଟ ଦିନୁ ବଡ଼ ବାପାଙ୍କ ସହ ଖେଳି କୁଦି ବଡ଼ ହୋଇଥିଲେ ପିଲା ଦିନରୁ ଆଜି ଯାଏଁ ବଡ ବାପାଙ୍କ ସହ ଅନେକ ସମୟ ବିତାଇ ଥିଲେ ଆଉ ପ୍ରତ୍ୟକଟି ମୁହୂର୍ତ୍ତକୁ ମନେ ପକାଇ ଅନୁଭବ ମହାନ୍ତି ଛୋଟ ଛୁଆଙ୍କ ପରି ଭୋ ଭୋ ହୋଇ କାନ୍ଦୁଥିଲେ। କେବଳ କାନ୍ଦୁନଥିଲେ ହାତ ଯୋଡି ବୋଧେ ହୁଏ ଭଗବାନ ଙ୍କୁ ଡାକୁଥିଲେ କି ତାଙ୍କ ବଡ଼ ବାପାଙ୍କ ଅମର ଆତ୍ମାର ସଦଗତି ପାଇଁ। ଯେଉଁ ଭିଡ଼ିଓଟି ବର୍ତ୍ତମାନ ସାମ୍ନାକୁ ଆସିଛି ସେହି ଭିଡ଼ିଓରେ ଦେଖିବାକୁ ମିଳିଛିକି ପରିବାରର ଅନ୍ୟ ସମ୍ପର୍କୀୟଙ୍କ ସହ ଅନୁଭବ ମହାନ୍ତି ବଡ ବାପାଙ୍କୁ କାନ୍ଧ ଦେଇଛନ୍ତି।

ରାମ ନାମ ଜପ କରି ପୁରୀ ବଡ଼ ଦାଣ୍ଡରେ ଅନୁଭବଙ୍କ ବଡ଼ ବାପାଙ୍କ ଅନ୍ତିମ ସତ୍କାର କରାଯାଇଛି। ଆଉ ଯେତେବେଳେ ଅନୁଭବ ମହାନ୍ତି ବଡ ବାପାଙ୍କ ଜୁଇ ପାଖରେ ଛିଡା ହୋଇଛନ୍ତି ଓ ବଡ ବାପାଙ୍କୁ ଚିତାଗ୍ନି ଦିଆଯାଉଛି ସେତେବେଳେ ଅନୁଭବ ନିଜକୁ ସମ୍ଭାଳି ନପାରି ନିଜ କୋହ ଓ ଲୁହକୁ ଚାପି ନପାରି ସବୁ ବନ୍ଧ ବାଡ଼ ଭାଙ୍ଗି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି।

ସମସ୍ତେ ଜାଣିଛନ୍ତି ଅନୁଭବ ତାଙ୍କ ପରିବାରକୁ ଖୁବ ଭଲ ପାଆନ୍ତି। ପରିବାରରେ ବାପା ମା ବଡ଼ ବାପା ବଡ଼ ମା ଭାଇ ସମସ୍ତଙ୍କୁ ସେ ସବୁବେଳେ ନିଜର କରି ରଖିବାକୁ ଚେଷ୍ଟା କରନ୍ତି। ଯଦିଓ ବଡ଼ ବାପାଙ୍କ କଥା ଅନୁଭବ ଅନେକ ସମୟରେ କହିଛନ୍ତି କି ସେ ତାଙ୍କ ବଡ଼ ବାପାଙ୍କୁ କେତେ ଭଲ ପାଆନ୍ତି ଓ ତାଙ୍କ ବଡ଼ ବାପା ତାଙ୍କୁ କେତେ ଭଲ ପାଆନ୍ତି ତେଣୁ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇ ନିଜକୁ ସମ୍ଭାଳି ପାରିନଥିଲେ ଅନୁଭବ।

ଗୋଟେ ପଟେ ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ବେଳେ ଅନୁଭବ ଗଣମାଧ୍ୟମରେ କହିଥିଲେ କି ମୋ ବଡ଼ ବାପା ଓ ବାପାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି ଯେହେତୁ ସେମାନେ ଏକ ଭଡା ଘରେ ରହୁଥିଲେ ତେଣୁ ଅନୁଭବ ଅତ୍ୟନ୍ତ ଦୁଃଖର ସହ କହିଥିଲେ କି ଯଦି ମୋ ବାପା ବଡ଼ ବାପା ତାଙ୍କ ନିଜ ଘରକୁ ଫେରି ପାରନ୍ତି ତେବେ ସେ ଖୁସି ହେବେ।

ସେପଟେ ବର୍ଷାଙ୍କୁ ମାନ୍ୟବର କୋର୍ଟ ଘର ଛାଡିବାକୁ ନିର୍ଦେଶ ଦେଇଥିବା ବେଳେ ବର୍ଷା ଏକ ମାସ କୋର୍ଟଙ୍କୁ ସମୟ ମାଗିଛନ୍ତି । ହେଲେ ଦୁଃଖର କଥା ବର୍ଷା ଘର ଛାଡ଼ି ନଥିବା ବେଳେ ଅନୁଭବଙ୍କ ବଡ଼ ବାପା ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି। ତେବେ ଅନୁଭବ ଅମାନିଆ କାନ୍ଦ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ବେଶ କଷ୍ଟ ଦେଇଛି।

Leave a Reply

Your email address will not be published. Required fields are marked *