ଲକ୍ଷେ ଶିବ ପୁଜି ପାଇଥିଲି ପୁଅ,ବାର୍ଦ୍ଧ-କ୍ୟରେ ପୁଅ ପାଇଁ ଆଖିରୁ ଝରୁଛି ଲୁହ।

୩୫ ବର୍ଷ ପୁଅର ସାହାରା ସାଜିଛି ବୟସର ଅପରାହ୍ନରେ ପହଁଚିଥିବା ମା। ଉପାୟ ବି କିଛି ନାହିଁ ପୁଅ ଜନ୍ମରୁ ହିଁ ଭି-ନ୍ନକ୍ଷମ। ଯଦି ମା ପୁଅର କଥା ନବୁଝେ ତେବେ ପୁଅ କରିବ କଣ । କୁହାଯାଏ ଏ ଦୁନିଆରେ କେବଳ ଜଣେ ହିଁ ନିସ୍ୱାର୍ଥରେ ଭଲ ପାଇବା ସ୍ନେହ ମମତା ଅଜାଡି ଦେଇ ପାରେ ଆଉ ସେହି ଜଣଙ୍କ କେବଳ ମା। କୁହାଯାଏ ଭଲ ପାଇବା ହେଉଛି ଅନ୍ଧ ଆଉ ଏ କଥା କାହିଁକି କୁହାଯାଏ ଜାଣିଛନ୍ତି କି ।

କାରଣ ମା ନିସ୍ୱାର୍ଥରେ ଦଶ ମାସ ଦଶ ଦିନ ତା ଛୁଆକୁ ନଦେଖିବି ଦେଇ ଚାଲିଥାଏ ଭଲ ପାଇବା ସହି ଚାଲିଥାଏ ଅସହ୍ୟ ଯ-ନ୍ତ୍ରଣା ହେଲେ କିନ୍ତୁ ମା ହିଁ ସେହି ଗୋଟିଏ ମଣିଷ ଯିଏ ପ୍ରତିବଦଳରେ ତା ପିଲାଠୁ କିଛିବି ମଧ୍ୟ ସ୍ୱାର୍ଥ ରଖିନଥାଏ। ଏ ସ୍ୱାର୍ଥପର ଦୁନିଆରେ କେବଳ ନିସ୍ୱାର୍ଥ ଭଲ ପାଇବା ଦେଇ ପାରେ ମା। ଆମେ ଆଜି ଆପଣଙ୍କୁ ଏପରି ଏକ ମା ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଆପଣ ଶୁଣିଲେ ସେହି ମାଙ୍କୁ ସାଲ୍ୟୁଟ ନ ପାରି ରହି ପାରିବେ ନାହିଁ।

ବୟସର ଅପରାହ୍ନରେ ମା। ମା ଲକ୍ଷେ ଶିବ ପୁଜି ପାଇଥିଲା ପୁଅ। ପୁଅର ବୟସ ବି ୩୫ ବର୍ଷ। ଯେଉଁ ବୟସରେ ପୁଅ ମାଆର ସାହାରା ହେବା କଥା ସେହି ବୟସରେ ପୁଅର ସେବା କରୁଛି ମା ଏଭଳି ହୃଦୟ ବିଦାରକ ଘ-ଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ରାଇବଣିଆ ଗ୍ରାମରୁ। ଆମେ କଥା କହୁଛୁ ଏହି ଗ୍ରାମର କୁନି ଗାନ୍ଧୀଙ୍କ କଥା। ଜନ୍ମରୁ କୁନି ଗାନ୍ଧୀ ଭିନ୍ନକ୍ଷମ।

ମାଙ୍କ ବଳ ବୟସ ଥିବା ସମୟରେ ମା କୁନି ଗାନ୍ଧୀଙ୍କ ସେବା କରୁଥିଲେ ହେଲେ ସମୟ ଗଡ଼ିବା ସହ କୁନି ଗାନ୍ଧୀଙ୍କ ବୟସ ବଢ଼ିବା ସହ ମା ମଧ୍ୟ ଧୀରେ ଧୀରେ ବାର୍ଦ୍ଧ-କ୍ୟରେ ପହଞ୍ଚି ଗଲେଣି। କୁନି ଗାନ୍ଧୀଙ୍କ ବୟସ ସିନା ବଢି ଚାଲିଛି ହେଲେ କିନ୍ତୁ କୁନି ଗାନ୍ଧୀ ଏମିତି ଲାଗନ୍ତି ସେ ୫ ବର୍ଷର କୁନି ଛୁଆ। ବୟସରେ ସିନା ସେ ୩୫ ବର୍ଷର ହେଲେ ଶରୀରରେ ତାଙ୍କର କୌଣସି ପରିବର୍ତ୍ତନ ହୁଏନି। ଏପରି ଅବସ୍ଥାରେ ମାଙ୍କ ଆଖିରୁ ପୁଅ ପାଇଁ ଶୁଖୁନି ଲୁହ।

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଘରେ ଦିନରେ ଦୁଇ ଓଳି ଚୁଲି ଜ-ଳିବା ବି କୁନି ଗାନ୍ଧୀଙ୍କ ପରିବାର ପକ୍ଷେ କ-ଷ୍ଟ ସାଧ୍ୟ ହୋଇ ପଡିଛି। କାରଣ କୁନି ଗାନ୍ଧୀଙ୍କ ବାପା ଆରପାରିକୁ ଚାଲିଯାଇଥିବା ବେଳେ ମାଙ୍କୁ ମିଳୁଥିବା ୭ ସହ ଟଙ୍କା ହିଁ ସେମାନଙ୍କ ପାଇଁ ସାହା ଭରସା। ହେଲେ ଆଜିକା ସଂସାରରେ ଦର ଦାମ ଯେପରି ହୁ ହୁ ହୋଇ ବଢି ଚାଲିଛି ସେ ଭଳି ପରିସ୍ଥିତିରେ ଦିନରେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି ଏହି ପରିବାରକୁ।

ସେପଟେ ମାଙ୍କର ଗୋଟିଏ ଚିନ୍ତା ଏବେ ଧୀରେ ଧୀରେ କୁନି ଗାନ୍ଧୀଙ୍କ ଶରୀର ଅସୁସ୍ଥ ହେବାରେ ଲାଗିଛି ଆଉ ଯଦି କୁନି ଗାନ୍ଧୀଙ୍କୁ ସରକାର ସାହାଯ୍ୟର ହାତ ବଢାନ୍ତି ତେବେ କୁନି ଗାନ୍ଧୀଙ୍କ ଭବିଷ୍ୟତ କଣ ହେବ।ଏବେ ସିନା କୁନି ଗାନ୍ଧୀଙ୍କ ସେବା ମା କରୁଛନ୍ତି ହେଲେ ଯେତେବେଳେ ମା ଆଉ ସେବା କରିପାରିବେ ନାହିଁ ଏହି କୁନି ଗାନ୍ଧୀଙ୍କ ସେବା କିଏ କରିବ ? ତେଣୁ ଆଖିରେ ଆଖିଏ ଲୁ-ହକୁ ଚାପି ମା ସରକାରଙ୍କୁ ନିବେଦନ କରିଛନ୍ତି କି ତାଙ୍କ ପୁଅଙ୍କୁ ସରକାର ସାହାଯ୍ୟର ହାତ ବଢ଼ାନ୍ତୁ। ନଚେତ ପୁଅର ଭବିଷ୍ୟତ ଧୀରେ ଧୀରେ ଅନ୍ଧାର ଆଡକୁ ଗତି କରୁଛି।

Leave a Reply

Your email address will not be published. Required fields are marked *