ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ୪ଟି ଜିନିଷ ରୋଷେଇ ଘରୁ କେବେ ସାରିବାକୁ ଦିଅନ୍ତୁ ନାହିଁ।

ସମୟର ସୁଅରେ ସବୁକିଛି ବଦଳି ଯାଏ। ଯେମିତି ଆଗରୁ ସବୁ ଘରେ ମାଟିର ଚୁଲି ଥିଲା ଗୋବର ଘଷି ଜାଳି ରୋଷେଇ ହେଉଥିଲେ କିନ୍ତୁ ଏବେ ଗ୍ୟାସ୍ ଚୁଲା ଏବଂ ଇଲେ୍ଟ୍ରୋନିକ୍ସ ଚୁଲା ଦ୍ଵାରା ରୋଷେଇ ହେଉଛି। ସମୟ ସାଥିରେ ସବୁକିଛି ବଦଳି ଯାଆ କିନ୍ତୁ ଏମିତି କିଛି ଜିନିଷ ଅଛି ଯିଏ କେବେବି ବାଦେଲେନି ଯେମିତି ଆମର ମାନ୍ୟତା ଆଉ ଘରର ପରମ୍ପରା।ରୋଷେଇରେ ଏମିତି କିଛି ଜିନିଷ ଅଛି ଯାହା କେବେ ରୋଷେଇ ଘରୁ ସାରିବା କଥା ନୁହଁ। ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ।

ଆମ ରୋଷେଇ ଘର ସବୁବେଳେ ପୂର୍ବ ଏବଂ ଦକ୍ଷିଣ କୋଣରେ ରହିବା କଥା। ଏହି କୋଣକୁ ଅଗ୍ନିକୋଣ ବୋଲି କୁହନ୍ତି।ରୋଷେଇ ଘରର ପୂର୍ବ ଦିଗରେ ସବୁବେଳେ ଗୋଟେ ଝରକା ରଖନ୍ତୁ। ଯଦି ଆପଣଙ୍କ ଘରେ ପୂର୍ବ,ଦକ୍ଷିଣ ଦିଗରେ ରୋଷେଇ ଘର କରିବାକୁ ଜାଗା ନାହିଁ ତେବେ ଆପଣ ବାସ୍ତୁ ଶାସ୍ତ୍ରର ଦେଖି ଘର କରନ୍ତୁ।

ଆଗରୁ ଲୋକ ଲୁହର ବାସନ ରେ ଖାଇବା ତିଆରି କରୁଥିଲେ କିନ୍ତୁ ଏବେ ନନ୍ ଷ୍ଟିକ ଦ୍ଵାରା ଖାଇବା ବନାଉଛନ୍ତି। ଲୁହା ବାସନାରେ ଖାଇବା ବନେଇବା ଦ୍ଵାରା ଶରୀରରେ ଆଇରନ ର ମାତ୍ର ସବୁବେଳେ ଠିକ୍ ରୁହେ ତେଣୁ ଲୁହା ବାସନ ସହିତ ପିତଳ ଏବଂ ତମ୍ବା ବାସନାରେ ରୋଷେଇ କଲେ ବହୁତ୍ ଭଲ।ବିଶ୍ଵାସ କରନ୍ତୁ ଯଦି ଆପଣ ଘରେ ମାଟିର ମାଠିଆ ସବୁବେଳେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ନିଶ୍ଚୟ ବଦଳି ଯିବ।ଆପଣଙ୍କର କିଛି କରଜ ରହିବା ନାହିଁ। ସ୍ବାସ୍ଥ୍ୟ ସବୁ ବେଳେ ଭଲ ରହିବ।

ଅଟା-

ଅଟା ତ ଘରେ ସବୁବେଳେ ଥାଏ କାରଣ ଯଦି ଅଟା ନାହିଁ ତ ରୁଟି କେମିତି ହବ। ମାସର ଶେଷ ବେଳକୁ ଘରୁ ଅଟା ସରିଯାଏ ସେଥିପାଇଁ କୌଣସି ଗୋଟେ ଜାଗାରେ ଅଳ୍ପ ଅଟା ଲୁଚେଇ ରଖି ଦେବେ ଯେମିତି ପଛରେ କାମରେ ଆସିବା।ଘରୁ ଅଟା ପୁରା ସରିଯିବା ଭଲ କଥା ନୁହଁ।

ହଳଦୀ –

ହଳଦୀକୁ ସବୁ ଶୁଭ କାମ ବ୍ୟବହାର କରାଯାଏ। ହଳଦୀ ଅଶୁଭକୁ ଘରୁ ବାହାର କରେ। ଆଉ ଘରେ ହଳଦୀ ସରିଗଲେ କିଛି ଅଶୁଭ ହେବା ବୋଲି କୁହାଯାଏ। ସେଥିପାଇଁ ଆମେ ରୋଷେଇ ଘରେ ହଳଦୀ ରଖିବା ସହିତ ପୂଜା ଘରେ ଅଳ୍ପ ହଳଦୀ ରଖିଦେବା ଉଚିତ୍ ଯାହାଦ୍ଵାରା ଘରୁ କେବେ ହଳଦୀ ସରିବନି। ହଳଦୀ ଘରେ ନଥିଲେ ଗୁରୁଗ୍ରହ ଦୋଷ ଲାଗେ ସେଥିପାଇଁ ଘରୁ ହଳଦୀ ନ ସାରିବା ପାଇଁ ବ୍ୟବସ୍ଥା କରନ୍ତୁ।

ଚାଉଳ –

ଆଜିକାଲି ବହୁତ୍ କମ୍ ଲୋକ ଚାଉଳ ଖାଉଛନ୍ତି କିନ୍ତୁ ଚାଉଳ ରୋଷେଇ ସବୁଠାରୁ ଦରକାରୀ ଜିନିଷ। ଚାଉଳକୁ ରୋଷେଇ କାମ ସହିତ ପୂଜାପାଠ ରେ ମଧ୍ୟ ବ୍ୟବହାର କରାଯାଏ।ଚାଉଳ କୁ କେବେବି ଘରୁ ସାରିବାକୁ ଦେବେ ନାହିଁ କୁହାଯାଏ ଯେ ଚାଉଳ ରେ ମା ଲକ୍ଷ୍ମୀ ରୁହନ୍ତି ସେଥିପାଇଁ ଚାଉଳ ଡବାରେ ଗୋଟେ ଚାନ୍ଦିର ଟଙ୍କା ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ପକାନ୍ତୁ।ଯାହା ଦ୍ଵାରା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ପକରେ ଥିବେ। ଘରେ ସବୁବେଳେ ସୁଖ ସମୃଦ୍ଧି ଲାଗି ରହିବ।

ଲୁଣ –

ଲୁଣ ବିନା ଯେମିତି ପୂରା ଖାଇବା ବେକାର ଲାଗେ ସେମିତି ଲୁଣ ବିନା ଘର ମଧ୍ୟ ବେକାର ଲାଗିବ ସେଥିପାଇଁ ଘରେ ସବୁବେଳେ ଲୁଣ ରଖିବା ଦରକାର।ଘରେ ଲୁଣକୁ ସବୁବେଳେ କାଚର ପତ୍ର ରେ ରଖିବା ଉଚିତ୍ ଯାହାଦ୍ଵାରା ଘରେ ନକରାର୍ତ୍ମକ ଶକ୍ତି ପଶିପରେ ନାହିଁ। ଘରର ସବୁବେଳେ ଶୁଭ ହୁଏ।

ସୋରିଷ ତେଲ –

ଘରେ ଅନେକ ପ୍ରକାର ତେଲରେ ରୋଷେଇ କରାଯାଉ।କେବେ କେବେ ଆମେ ସୋରିଷ ତେଲ ବ୍ୟବହାର କରୁ ତ କେବେକେବେ କିଛି କାମରେ ଲାଗେନି। କିନ୍ତୁ ଘରେ ସବୁବେଳେ ସୋରିଷ ତେଲ ରଖିବା ଦରକାର ଯାହାଦ୍ଵାରା ଆମ ଶନି ଗ୍ରହ ଠିକ୍ ରୁହେ। ଘରେ କିଛି ଅନିଷ୍ଟ ହୁଏ ନାହିଁ।ଯଦି ଶନିବାର ଦିନ ତେଲ ସରିଯାଇଛି ତେବେ କେବେବି ଦୋକାନ ରୁ ଅନାନ୍ତୁ ନାହିଁ କାରଣ ଶନିଦେବଙ୍କ କୋପ ଦୃଷ୍ଟି ପଡ଼େ।

Leave a Reply

Your email address will not be published. Required fields are marked *