ଅକ୍ଷୟ ତୃତୀୟା କେବେ ହେବ। ଅକ୍ଷୟ ତୃତୀୟା ୨୦୨୨ ତାରିଖ ସମୟ ଶୁଭ ମୂହୁର୍ତ୍ତ।

ଅକ୍ଷୟ ତୃତୀୟା ଏହି ବର୍ଷ ଆପଣଙ୍କ ଘରକୁ ସୁଖ,ସମୃଦ୍ଧି ଓ ମାନ ସମ୍ମାନ ଆସିବାକୁ ଯାଉଛି। ମନୁଷ୍ୟକୁ ନିଜ ଜୀବନରେ ସୁଖ ସମୃଦ୍ଧି ପାଇଁ ବହୁ ପରିଶ୍ରମ କରିବାକୁ ପଡିଥାଏ। ସବୁ କିଛି ଆସିବା ପରେ ଯଦି ଧନ ଆସିବ ନାହିଁ ତେବେ ଏହା ମଧ୍ୟ ଏକ ଚିନ୍ତାର କାରଣ ହୋଇଥାଏ। ଏପରି କ୍ଷେତ୍ରରେ ଯଦି ଶୁଭ ଅବସର ମିଳିଯାଏ ତେବେ କୌଣସି କାର୍ଯ୍ୟ ବା ଉପାୟ କରିବା ବହୁ ଶୁଭ ଦାୟକ ହୋଇଥାଏ। ଏହି ଅକ୍ଷୟ ତୃତୀୟାକୁ ବହୁ ଶୁଭ ଅବସର ବୋଲି ମାନା ଯାଇଛି। ଯେପରି ଆମେ ଧନ ପ୍ରାପ୍ତି ପାଇଁ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାଉ। ସେହିପରି ଅକ୍ଷୟ ତୃତୀୟା ଦିନ ଏପରି କୃପା ପ୍ରାପ୍ତ କରି ହୁଏ।

ସେହିପରି ସୁନା କିଣିବା ମଧ୍ୟ ବହୁ ଶୁଭ ମାନା ଯାଏ। ସେହିପରି ବହୁ ଜିନିଷ କିଣିବା ମଧ୍ୟ ଶୁଭ ହୋଇଥାଏ। ଆଜି ଆମେ କିଛି ଏପରି ବସ୍ତୁ କଥା ଆପଣଙ୍କୁ କହିବୁ ଯାହା ଆପଣ ଏହି ଦିନ ଘରକୁ ଆଣିଲେ ଆପଣଙ୍କ ଘରୁ କେବେ ଧନର କମି ହୋଇନଥାଏ।

ପ୍ରଥମ ବସ୍ତୁ ହେଉଛି ହଳଦିଆ ସୋରିଷ ଦାନା। ଯଦି ଏହି ଦିନ ଆପଣ ଏହାକୁ ଘରକୁ ଆଣୁଛନ୍ତି ଅବା ଆଗରୁ ଘରେ ଅଛି ତେବେ ଆପଣ ଏହାକୁ ପୂଜା ଘରେ ରଖି ପାରିବେ। ଏହା ଦ୍ଵାରା ମାତାଙ୍କ ଆଶିଷ ବନି ରୁହେ।

ଦ୍ଵିତୀୟରେ ସୈଇନ୍ଧା ଲୁଣ ଯାହାକୁ ଘରକୁ ଆଣିଲେ ସୁଖ ଶାନ୍ତି ଓ ଧନ ପ୍ରାପ୍ତି ହୋଇଥାଏ। ଯଦି ଆପଣ ଏହିଦିନ କିଛି ତୁଳା ଘରକୁ ଆଣୁଛନ୍ତି। ତେବେ ଧନ ଆସିଥାଏ ଘରକୁ ଓ ମାତା ଲକ୍ଷ୍ମୀଙ୍କ କୃପା ଆସିଥାଏ।

ତୃତୀୟରେ ଯଦି ଆପଣ ଘରକୁ ଫଳ କିଣିକି ଆଣୁଛନ୍ତି ତେବେ ଘରକୁ ଖୁସି ଓ ଧନ ଆସିଥାଏ। ଯଦି ଆପଣ ଏହି ଦିନ ମାଟି ଦୀପ ଘରକୁ ଆଣୁଛନ୍ତି ଅବା ଏହାର ନିୟମିତ ଭାବରେ ପୂଜା କରୁଛନ୍ତି। ତେବେ ଘରକୁ ଧନ ଆସିବ। ସେହିପରି ଶଙ୍ଖ, ଗୋମତୀ ଚକ୍ର,କଉଡ଼ି ଏହି ପରି ବହୁତ୍ ଜିନିଷ ଅଛି ଯାହାକୁ ଆଣି ଆପଣ ଘରେ ପୂଜା କରି ପରେ ପୂଜା କାର୍ଯ୍ୟରେ ବ୍ୟବହାର କଲେ। ଏହାର ସୁଫଳ ଆପଣଙ୍କୁ ନିଶ୍ଚୟ ମିଳିବ।

ଅକ୍ଷୟ ତୃତୀୟା ଦିନ ଯଦି ଆପଣ ନିଜ ରାଶି ଅନୁଯାୟୀ ଜିନିଷ ନିଜ ଘରକୁ ଆଣନ୍ତି ତେବେ ଘରେ ଖୁସି ଅବସର ଦେଖିବାକୁ ମିଳିବ। ମେଷ ରାଶି ଘରକୁ ମସୁର ଡାଲି ଆଣି ପାରିବେ। ଏହାଦ୍ବାରା ଆପଣଙ୍କ ଚାରି ଆଡେ଼ ଜୟ ଜୟ କାର ହେବ। ଏହା ସହ ବୃଷ ରାଶି ଯାହାର ଅଧିଷ୍ଠାତ୍ରୀ ଦେବୀ ସ୍ୱୟଂ ମାତା ଲକ୍ଷ୍ମୀ ହୋଇଥିବାରୁ। ସେମାନେ ଘରକୁ ଚାଉଳ ଆଣି ପାରିବେ। ଏପରି କଲେ ମାତା ଲକ୍ଷ୍ମୀଙ୍କ ଆଶିଷ ମିଳିବ ଓ ପୁରା ବର୍ଷ ଘର ଧନ ଧାନ୍ୟରେ ପୁରିଯିବ।

ମିଥୁନ ରାଶିର ଇଷ୍ଟ ଦେବ ବୁଦ୍ଧ ହୋଇଥିବାରୁ ତାଙ୍କୁ ମୁଗ ଘରକୁ ଆଣିବା ଉଚିତ୍ ସେ କମ ହେଉ ପଛେ। ଯାହାବି ବାସ୍ତୁ ଆଣିବେ ଏହାକୁ ରଖି ତା ପର ଦିନ ଏହାକୁ ବନେଇ ଖାଇବେ। କର୍କଟ ରାଶି ଲୋକ କ୍ଷୀର ଓ ଚାଉଳ କିଣିବା ଶୁଭ ହୋଇଥାଏ।

ସିଂହ ରାଶିର ଇଷ୍ଟ ସୂର୍ଯ୍ୟ ଦେବ ହୋଇଥିବାରୁ ଆପଣଙ୍କୁ ଲାଲ ବସ୍ତୁ ଅବା ତମ୍ବା ଜିନିଷ କିଣିବା ଉଚିତ୍। ସୂର୍ଯ୍ୟ ମଜବୁତ୍ ରହିବ। କନ୍ୟାରାସି ମୁଗ ଡାଲି କିଣିବା ଉଚିତ୍। ଏପରି କରିବା ଦ୍ବାରା ଆପଣଙ୍କୁ ସୁଖ ସମୃଦ୍ଧି ମିଳିଥାଏ।

ତୁଳା ରାଶିର ବ୍ୟକ୍ତି ଆପଣଙ୍କୁ ଅକ୍ଷୟ ତୃତୀୟରେ ଚିନି ଏବଂ ଚାଉଳ କିଣିବା ଉଚିତ୍। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଏପରି କାର୍ଯ୍ୟ ଦ୍ଵାରା ଘରକୁ ଧନ ଏବଂ ସୁଖ ସମୃଦ୍ଧି ଆସିଥାଏ। ବିଛା ରାଶି ଗୁଡ଼ କିଣି ଏହାକୁ ଭୋଗ ଲଗେଇ ଖାଇ ପାରିବେ।

ଧନୁ ରାଶିର ବ୍ୟକ୍ତି ବୃହସ୍ପତି ଆପଣଙ୍କ ସ୍ବାମୀ ହୋଇଥିବାରୁ ଆପଣଙ୍କୁ କଦଳୀ ଅବା ଚାଉଳ କିଣି ଆଣିବା ଉଚିତ୍। ଏଥିରେ ଜୀବନରେ ଖୁସି ଆସିବ ଏବଂ କଷ୍ଟ ଆସିବ ନାହିଁ। ମକର ରାଶିର ବ୍ୟକ୍ତି କଳା ଡାଲି ବା ଗୁଡ଼ ଅବା ଦହି କିଣିବା ଦ୍ୱାରା ଆପଣଙ୍କୁ ଦୁଇ ଗୁଣ ଫଳ ମିଳିବ।

କୁମ୍ଭ ରାଶି ବ୍ୟକ୍ତି ମାନଙ୍କୁ କଳା ତେଲ ଅବା କପଡା କିଣିବା ଉଚିତ୍। ମୀନ ରାଶି ବ୍ୟକ୍ତି ନିମ୍ବ ଏବଂ ଚଣା ଡାଲି ଅବା ହଳଦୀ କିଣି ଆଣିବା ଉଚିତ୍। ଆପଣଙ୍କର ବୃହସ୍ପତି ଇଷ୍ଟ ଦେବ ହୋଇଥିବାରୁ ଆପଣ ଏହି ସବୁ ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ। ଏହି ଦିନ ଚଣା ଦାନାର ଛତୁଆ ଅବା ଖିରି ଖାଇବା ଉଚିତ୍। ଏହା ଆମ ପାଇଁ ବହୁତ୍ ଶୁଭ ହୋଇଥାଏ। ଏହି ଦିନ ସୁନା କିଣିବା ବହୁତ୍ ଶୁଭ ହୋଇଥାଏ ହେଲେ ଏହା ବ୍ୟତୀତ ପୂଜା ଜିନିଷ କିଣିବା ମଧ୍ୟ ଶୁଭ ହୋଇଥାଏ। ଏହା ଥିଲା ଅକ୍ଷୟ ତୃତୀୟା ବିଷୟରେ କିଛି ଜଣା ଅଜଣା କଥା।

Leave a Reply

Your email address will not be published. Required fields are marked *