“ଭାଇ ଯେଉଁ ଭିଡ଼ିଓ ଛାଡ଼ୁଛନ୍ତି ସେ ନିଜେ କହୁ ନାହାଁନ୍ତି ତାଙ୍କୁ କେହି ବାଧ୍ୟ କରୁଛନ୍ତି କହିବା ପାଇଁ….

ବାବୁଶାନଙ୍କୁ ନେଇ ବର୍ତ୍ତମାନ ସମସ୍ତ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଓଡ଼ିଶାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ସାଜିଛି। ବାପା ଓ ମାଆଙ୍କ ଭଳି ବାବୁଶାନ ମଧ୍ୟ ଜଣେ ଭଲ ଓ ସୁନାମଧନ୍ୟ କଳାକାର ହୋଇ ପାରିଥିଲେ। କିନ୍ତୁ ଜୀବନରେ ଏପରି କିଛି ମୋଡ଼ ଆସିଲା ଯାହାକି ତାଙ୍କୁ ଉପରୁ ତଳକୁ ପକେଇ ଦେଲା। ରାଜଧାନୀର ରାଜ ରାସ୍ତାରେ ଷ୍ଟାର ଦମ୍ପତିଙ୍କ ମଧ୍ୟରେ କୋଳାହଳ ଦେଖିବାକୁ ମିଳିଥିଲା। ଯାହାକି ଚାହୁଁ ଚାହୁଁ ନିଆଁ ଭଳି ଭାଇରାଲ ହୋଇଯାଇଥିଲା।

ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ଏହାପରେ ତୃପ୍ତି ବାବୁଶାନ ଓ ପ୍ରକୃତି ସହ ଯୁ-କ୍ତି କରିବାକୁ ଲାଗିଲେ। ଯୁ-କ୍ତିତ-ର୍କ ରୁ ଠେଲା ପେଲା ଆଡକୁ ଚାଲି ଯାଇଥିଲା କଥା। ତେବେ ଯେଉଁ ଖବର ମିଳିଛି ବାବୁଶାନ ଓ ପ୍ରକୃତି ଚେନ୍ନାଇ ଯିବା ପାଇଁ ବାହାରିଥିଲେ। ତେବେ ଦୁହେଁ ନିଜର ଆଗାମୀ ସିନେମା ର ପ୍ରମୋସନ୍ ପାଇଁ ଯାଉଥିଲେ।

ବର୍ତ୍ତମାନ ବାବୁଶାନଙ୍କୁ ନେଇ ସମସ୍ତେ ନିଜ ନିଜର ପ୍ରତି-କ୍ରିୟା ରଖିଛନ୍ତି। ତେବେ କଳାକାରଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବାବୁଶାନଙ୍କ ଏଭଳି ବ୍ୟବହାର କୁ ନେଇ ନିଜର ପ୍ରତି-କ୍ରିୟା ରଖିଛନ୍ତି। ବର୍ତ୍ତମାନ ସମୟରେ ବାବୁଶାନଙ୍କ ଭାଇ ମଧ୍ୟ ଗଣମାଧ୍ୟମ ଆଗରେ ନିଜର ପ୍ରତି-କ୍ରିୟା ରଖିଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଦେଖିବା ସେ ଭିଡ଼ିଓରେ କଣ କହିଛନ୍ତି।

ବାବୁଶାନଙ୍କ ଭାଇଙ୍କ କହୁଛନ୍ତି, ଏକାଠି କଥା ତ ମୁଁ କହି ପାରିବ ନାହିଁ କିନ୍ତୁ ଭାଇଙ୍କୁ କେହି ଜଣେ ବାଧ୍ୟ ଫୋର୍ଷ କରୁଛି ଏହିସବୁ କହିବା ପାଇଁ। ଭାଇକୁ କେହି ଜଣେ ବୋଧହୁଏ ବ୍ଲା-କମେ-ଲ କରୁଛି କହିବା ପାଇଁ କି ତୁ କହ ନହଲେ ମୁଁ ବଦ-ନାମ ହୋଇଯିବ। ମୋତେ ସେହିଭଳି ଲାଗୁଛି। ନହଲେ ଭାଉଜ ମାମା ବାବା ସମସ୍ତେ ଏକାଠି ଆଉ ଗୋଟିଏ ପଟେ କିନ୍ତୁ ବାବୁଶାନ ଓ ପ୍ରକୃତି ମିଶ୍ର ଗୋଟେ ପଟେ। ତାଙ୍କ କଥା ଏକ ହେଉଛି। ଭାଇ ଡରୁଛ କଣ ପାଇଁ, ଘରକୁ ଫେରି ଆସ ସବୁ ଠିକ ହୋଇଯିବ। ସବୁ ଫ୍ୟାନ ପିଲା ଆଉ ଓଡିଶାବାସୀ ଆମ ସାଙ୍ଗରେ ଅଛନ୍ତି।

ମୋତେ ଲାଗୁଛି ଲକ୍ ଡାଉନ ଷ୍ଟାର୍ଟ ହେବା ପରେ ବାବୁଶାନ ଟିକେ ଝିମେଇଲା ଭଳି ଲାଗନ୍ତି। ସେ ଯୁଆଡେ ଯାଆନ୍ତି ଟିକେ ପି-ଇ ଦିଅନ୍ତି। କିନ୍ତୁ ସେ ଏବେ ଅଲଗା ପ୍ରକାର ଲାଗୁଛନ୍ତି। ସେ କେତେବେଳେ କାହାକୁ କଣ କହି ଦେଉଛନ୍ତି କାହାକୁ କଣ କହିବେ ସେ ଜାଣି ପାରୁ ନାହାଁନ୍ତି କିଛି ସେହିଭଳି ଲାଗୁଛି। ଆମେ ଭାଇକୁ ଏକ ଫ୍ୟାମିଲି ଭଳି ଦେଖୁ। ମୁଁ ଚାହିଁବି ଭାଇ ପୁଣି ଫେରି ଆସୁ ଆଉ ତା’ର ସ୍ତ୍ରୀ ଓ ପିଲା ଛୁଆ ସହ ଏକାଠି ଭଲରେ ରହୁ।

Leave a Reply

Your email address will not be published. Required fields are marked *