ଅନୁଭବଙ୍କ ବାପାଙ୍କ ଦେହାନ୍ତର ଚାରି ଦିନ ପରେ ମୁହଁ ଖୋଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କହିଲେ ଏହି ଗୋଟିଏ ଲାଇନ ……..

ସେପଟେ ଅଲିଉଡ଼ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଯେଉଁଠି ଜୀବନର ସବୁଠାରୁ କଠିନ ସମୟ ଦେଇ ଗତି କରୁଛନ୍ତି ସେପଟେ ବର୍ଷା ପ୍ରିୟଦର୍ଶନୀ ଦୀର୍ଘ ଦିନର ନୀରବତାକୁ ଭାଙ୍ଗିଛନ୍ତି । ସୋସିଆଲ ମିଡ଼ିଆରେ କେବଳ ଗୋଟିଏ ଲାଇନ ଲେଖିଛନ୍ତି କିନ୍ତୁ ସେଥିରେ ଅନେକ ବାର୍ତ୍ତା ରହିଛି । ଯେତେବେଳେ ଗତ ୧୫ ତାରିଖ ଗୁରୁବାର ଦିନ ଅନୁଭବଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା

ସେତେବେଳେ ଅନୁଭବ ମହାନ୍ତି ଅତ୍ୟନ୍ତ ଯନ୍ତ୍ରଣା ଦେଇ ଗତି କରୁଥିଲେ । ସେତେବେଳେ ତାଙ୍କର ପ୍ରଶଂସକ ଏବଂ ତାଙ୍କର ଭଲ ଚାହୁଁଥିବା ଲୋକ ଏବଂ ପ୍ରିୟଜନ ମାନେ ମଧ୍ୟ ଉପସ୍ଥିତ ହୋଇଥିଲେ । ସେହି ସମୟରେ ଅନୁଭବଙ୍କୁ ଖୁବ କଷ୍ଟରେ ଥିବା ଦେଖିବାକୁ ମିଳିଥିଲା ।

ଆଉ ଠିକ ସେତିକି ବେଳେ ଲୋକେ ଭାବୁଥିଲେ ଯେ ହୁଏତ ଏଭଳି କଷ୍ଟ ସମୟରେ ସେହି ପରିବାରର ଦିନେ ବୋହୂ ଥିବା ବର୍ଷା ପ୍ରିୟଦର୍ଶନୀ ଶେଷ ଥର ପାଇଁ ତାଙ୍କର ଶ୍ୱଶୁର ଥିବା ଅର୍ଥାତ ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କୁ ଶେଷ ଦର୍ଶନ କରିବାକୁ ଆସିବେ । କିନ୍ତୁ ଲୋକଙ୍କ ଅପେକ୍ଷା ଅପେକ୍ଷାରେ ଏବଂ ଆଶା ଆଶାରେ ରହି ଯାଇଥିଲା । ଅନ୍ତତଃ ପକ୍ଷେ ସେ ଅନୁଭବଙ୍କ ପରିବାରକୁ ସମବେଦନା ଜଣାଇବାକୁ ଆସିବେ ବୋଲି ସମସ୍ତେ ଭାବୁଥିଲେ ।

କିନ୍ତୁ ଦୀର୍ଘ ୫ ଦିନ ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜର ନୀରବତା ଭାଙ୍ଗିଛନ୍ତି ଏବଂ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏଭଳି ଏକ ପୋଷ୍ଟ କରିଛନ୍ତି ଯାହା ଦେଖିବାକୁ କେବଳ ଗୋଟିଏ ଲାଇନ କିନ୍ତୁ ତାହା ବାସ୍ତବରେ ଅନେକ କିଛି କହୁଛି । କେବଳ ଗୋଟିଏ ଲାଇନରୁ ଅନେକ କିଛି ଜାଣି ହେଉଛି

ବର୍ଷା ପ୍ରିୟଦର୍ଶନୀ ଲେଖିଛନ୍ତି ଯେ ” even the wrost pain has a purpose , it makes you stronger ” । ଯାହାର ଅର୍ଥ ହେଉଛି ” ସବୁଠାରୁ ଖରାପ ଯନ୍ତ୍ରଣାର ମଧ୍ୟ ଏକ ଉଦ୍ଦେଶ୍ୟ ଅଛି । ଏହା ଆପଣଙ୍କୁ ଶକ୍ତିଶାଳୀ କରିଥାଏ । ” ବର୍ଷା କରିଥିବା ଏହି ପୋଷ୍ଟରୁ ଏହା ଜଣା ପଡ଼ୁଛି ଯେ ହୁଏତ ବର୍ଷା ଅନୁଭବଙ୍କ ପାଇଁ ଏହି ପୋଷ୍ଟଟି କରିଛନ୍ତି ଏବଂ ତାଙ୍କ ବାପାଙ୍କ ପରଲୋକ ପାଇଁ ସମବେଦନା ଜଣାଇଛନ୍ତି ।

ସେଥିରେ ସେ କାହାରି ଫୋଟ ନୁହେଁ ବରଂ ନିଜର ଏକ ଭାବୁକ ଥିବା ଫୋଟ ରଖିଛନ୍ତି । ଯେଉଁ କାରଣରୁ ଏହା ଜଣା ପଡ଼ୁନାହିଁ ଯେ ସେ କାହାର କଷ୍ଟ ଉଦ୍ଦେଶ୍ୟରେ ସେହି ପୋଷ୍ଟଟି ଲେଖିଛନ୍ତି । ସେ ଅନୁଭବଙ୍କ ପିତୃ ବିୟୋଗର ଦୁଃଖକୁ ସେୟାର କରିବା ପାଇଁ ଏଭଳି ଲେଖିଛନ୍ତି ନା ନିଜର ସବୁଠାରୁ ଦୁଃଖ ସମୟର କଥାକୁ ସେୟାର କରିବାକୁ ଏଭଳି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *