” ହାତ ମାରିଦେଲେ ଭଲ ହୋଇଯିବ ରୋଗ , କଥା ହେଲେ ବି ରୋଗ ଭଲ ହୋଇଯିବ ” । ଏମିତି କିଛି କହିଲେ ବାବା ଆର୍ତତ୍ରାଣ ।

ଗତ କିଛି ବର୍ଷ ପୂର୍ବରୁ ଅନେକ ଏଭଳି ଘଟଣା ଶୁଣିବାକୁ ମିଳିଥିଲା ଯେଉଁଠି ଅନେକ ଭଣ୍ଡ ବାବାଙ୍କ ପର୍ଦ୍ଦାଫାସ କରାଯାଇଥିଲା ଏବଂ ସେମାନଙ୍କୁ ଜେଲ ମଧ୍ୟ ହୋଇଥିଲା । ତଭିତରେ ସୁର ବାବା ଏବଂ ସାରଥୀ ବାବା ନାମ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ସେହି ସମୟ ଠାରୁ ଯେ ଲୋକେ ଆଉ ବାବା ମାନଙ୍କ ଉପରେ ବିଶ୍ୱାସ କରିବା ଛାଡ଼ି ଦେଇଛନ୍ତି ତାହା ନୁହେଁ ।

ବର୍ତ୍ତମାନ ବି ଲୋକେ ନିଜର ସମସ୍ୟା ନେଇ ଅନେକ ବାବାଙ୍କ ପାଖରେ ଆଶ୍ରୟ ନିଅନ୍ତି ଏବଂ ନିଜ ସମସ୍ୟାର ସମାଧାନ ପାଆନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି । ତାଭିତରେ ଆମ ଓଡ଼ିଶାରେ ଲୋକେ ସବୁଠାରୁ ଅଧିକ ଭରସା ବିଶ୍ୱାସ କରୁଥିବା ବାବା ହେଉଛନ୍ତି ଆର୍ତତ୍ରାଣ ।

କୁହାଯାଏ ଯେ ବାବା ଆର୍ତତ୍ରାଣ କୁଆଡ଼େ ଛୁଇଁଦେଲେ ଲୋକଙ୍କ ରୋଗ ଭଲ ହୋଇ ଯାଉଛି । ତେବେ ଏହି ବିଷୟରେ ଅଧିକାଂଶ ଲୋକଙ୍କର ଭରସା ବିଶ୍ୱାସ ରହିଛି । ବାବା ଆର୍ତତ୍ରାଣ ନିଜକୁ ଜଣେ ବାବା ହେବାରେ କେବେ ଅସ୍ବୀକାର କରି ନାହାଁନ୍ତି । କିନ୍ତୁ ସେ ନିଜର ସବୁ ଭକ୍ତ କହୁଥିବା ଲୋକଙ୍କୁ ତାଙ୍କୁ ପୂଜା କରିବାକୁ କିମ୍ବା ଭଗବାନ ମାନିବାକୁ ବାରଣ କରିଛନ୍ତି ।

କାରଣ ସେ ନିଜେ ହେଉଛନ୍ତି ଭଗବାନଙ୍କ ସନ୍ତାନ । ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଠାରୁ ସମସ୍ତେ ନ୍ୟୁନ । ତେଣୁ ସେ ସମସ୍ତଙ୍କୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରିବାକୁ କହନ୍ତି । ସେ କେବଳ ତାଙ୍କ ପାଖରେ ଥିବା କିଛି ଦୈବୀ ଶକ୍ତି କାରଣରୁ ଲୋକଙ୍କ ରୋଗ ଭଲ କରି ପାରୁଥିବା ସିଧାସଳଖ କହିଛନ୍ତି । ଯାହାକୁ ଆଜି ପର୍ଯ୍ୟନ୍ତ ଅନେକ ଲୋକ ବିଶ୍ୱାସ ସୁଦ୍ଧା କରନ୍ତି ନାହିଁ ।

କହିରଖିବୁ ଯେ କରୋନା ମହାମାରୀ ସମୟରେ ବାବା ଆର୍ତତ୍ରାଣ ଅଧିକ ପରିଚିତ ହୋଇଥିଲେ । ଏଭଳି କୁହାଯାଉଥିଲା ଯେ , ସେ କେବଳ ଛୁଇଁଦେଲେ ରୋଗ ଭଲ ହୋଇଯାଏ । ଏହା ଆମେ ନୁହେଁ ବରଂ ଏଭଳି ଅଙ୍ଗେ ଲିଭାଇ ଥିବା ଲୋକେ କହନ୍ତି । ତେବେ ବାବା ଆର୍ତତ୍ରାଣ ଯେ କେବଳ ଓଡ଼ିଶା ଲୋକଙ୍କ କଥା ବୁଝନ୍ତି ତାହା ନୁହେଁ , ସେ ଓଡ଼ିଶା ବାହାରେ ଏବଂ ଏମିତିକି ଦେଶ ବାହାରକୁ ମଧ୍ୟ ଏଭଳି ଚିକିତ୍ସା ପାଇଁ ଯାଆନ୍ତି ।

ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଲାଗିଥାଏ ବାବାଙ୍କ ମନ୍ତ୍ର ଶୁଣିବାକୁ , ସ୍ପର୍ଶ ପାଇବାକୁ କିମ୍ବା ଟିକିଏ ଆଶୀର୍ବାଦ ପାଇବାକୁ । ବାବା ଆର୍ତତ୍ରାଣ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ବିଶ୍ୱର ଏକ ନମ୍ବର ହିଲର ବୋଲି ମଧ୍ୟ ସମ୍ମାନିତ କରାଯାଇଛି । ଆଉ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଅନେକ ଷ୍ଟାର ଲୋକ ମଧ୍ୟ ତାଙ୍କ ପାଖରେ ସୁସ୍ଥ ହୋଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *