କେହି ନକରିବା ଫିଲ୍ମ ମୁଁ କରିଛି , ୪ଟା ଫିଲ୍ମ ମୁଁ ମାଗଣାରେ କରିଛି । ଏବେବି ଇଣ୍ଡଷ୍ଟ୍ରିରେ କରୁଛନ୍ତି ସଂଘର୍ଷ …..

ଅଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଜ୍ୟୋତିଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଯିଏକି ବାସ୍ତବରେ ସମସ୍ତଙ୍କୁ ପସନ୍ଦ ଆସୁଥିଲେ । ମାତ୍ର କିଛି ବର୍ଷ ପୂର୍ବରୁ କିଛି ଉକ୍ତିକୁ ନେଇ ବିବାଦ ଦେଖା ଦେଇଥିବାରୁ ତାଙ୍କୁ ଲୋକେ ପସନ୍ଦ କରିବା ବନ୍ଦ କରି ଦେଇଥିଲେ । ଯାହାକୁ ନେଇ ଜ୍ୟୋତି ଅନେକ ସମୟରେ ନିଜର ମତ ମଧ୍ୟ ରଖିଥିଲେ । ଆଉ ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିରେ ନିଜ ସଂଘର୍ଷକୁ ନେଇ କିଛି ଏଭଳି କହିଛନ୍ତି ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ । ସାଲେପୁରର ଜ୍ୟୋତି ପ୍ରଥମ ଯିଏକି ଫିଲ୍ମ ଇଣ୍ଡଷ୍ଟ୍ରିରେ ସେହି ସ୍ଥାନରୁ ପ୍ରଥମ । ସେ ନିଜର କ୍ୟାରିଅର ବନାଇବା ପାଇଁ ଖୁବ ସଂଘର୍ଷ କରିଛନ୍ତି ।

ଏମିତିକି ଏବେ ବି ତାଙ୍କର ସଂଘର୍ଷମୟ ଜୀବନ ଚାଲୁ ରହିଛି । ତାଙ୍କୁ ଲୋକେ ସେତେ ଏତେ ଭଲ ଭାବରେ ଚିହ୍ନି ନଥିଲେ ତେଣୁ ତାଙ୍କ ସହିତ କୌଣସି ହିରୋଇନ କାମ କରିବାକୁ ମଧ୍ୟ ଚାହୁଁ ନଥିଲେ । କିନ୍ତୁ ପ୍ରଥମ କରି ତାଙ୍କର ଡେବ୍ୟୁ ଫିଲ୍ମ ‘ ତୁ ମୋ ହିରୋ ‘ ରେ ତାଙ୍କ ସହିତ କାମ କରିବାକୁ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ହଁ ଭରିଥିଲେ । ସେହି ଫିଲ୍ମ ଖୁବ ହିଟ ମଧ୍ୟ ହୋଇଥିଲା । ଆଉ ତାପରଠାରୁ ତାଙ୍କର ଲୋକପ୍ରିୟତା ବଢ଼ିଥିଲା । ତେଣୁ ସେ ଝିଲିକଙ୍କୁ ନିଜର ଲକୀ ଚାର୍ମ ମାନନ୍ତି । କହି ରଖିବୁ ଯେ ଚଳିତ ବର୍ଷ ଦୁର୍ଗାପୂଜା ଭେଟି ଉପଲକ୍ଷେ ଜ୍ୟୋତିଙ୍କର ଏକ ନୂଆ ଫିଲ୍ମ ‘ ଡଟପେନ ‘ ଆସୁଛି । ଯାହାର ଫିଲ୍ମ ମେକିଂ ଖୁବ ଭଲ ହୋଇଥିବା କୁହାଯାଉଛି ।

ଏଥିରେ ଜ୍ୟୋତି ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ ଯାହାର ଟ୍ରେଲର ମଧ୍ୟ ରିଲିଜ ହୋଇ ସାରିଛି । ଟ୍ରେଲରକୁ ପ୍ରଶଂସକ ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେଣୁ ଜ୍ୟୋତି ମଧ୍ୟ ନିଜ ଫ୍ୟାନ ମାନଙ୍କୁ ଅନୁରୋଧ କରିଛନ୍ତ ଫିଲ୍ମ ଦେଖିବା ପରେ ନିଜର ମତ ରଖିବାକୁ ।

ଆହୁରି ମଧ୍ୟ ଜ୍ୟୋତି କହିଛନ୍ତି ଯେ ଏଥର ଏକାଧିକ ଜିଲ୍ଲାରେ ଥିଏଟରରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ବାଲେଶ୍ୱର , ଭୁବନେଶ୍ୱର , ଖୋର୍ଦ୍ଧା , ବ୍ରହ୍ମପୁର ଏମିତି ଏକାଧିକ ସହର ରହିଛି । ଏହାବ୍ୟତୀତ ଫିଲ୍ମ ସୁଟିଂ ହୋଇଥିବା କାମାକ୍ଷାନଗରରେ ସୁଟିଂ ପାଇଁ ମିଳିଥିବା ଲୋକଙ୍କ ସାହାଯ୍ୟ ପାଇଁ ଜ୍ୟୋତି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *